ବିଦ୍ୱାନ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟର ପତନର କାରଣ ଏହି ଅଭ୍ୟସ ହୋଇଥାଏ ।

ବିଦ୍ୱାନ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟର ପତନର କାରଣ ଏହି ଅଭ୍ୟସ ହୋଇଥାଏ ।

ଚାଣକ୍ୟଙ୍କୁ ଆମେ କୌଟଲ୍ୟ ନାମରେ ଜାଣୁ । ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ । ବୁଦ୍ଧିରେ ସର୍ବଶ୍ରେଷ୍ଠ ଥିଲେ । ତାଙ୍କ ବିଚାରଧାରା ଅନ୍ୟମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା । ସେ ସର୍ବଦା ଲୋକମାନଙ୍କୁ ସଠିକ୍ ମାର୍ଗରେ ଯିବା ପାଇଁ ଉପଦେଶ ଦେଉଥିଲେ ।

ମନୁଷ୍ୟ ଜୀବନରେ ଏହିପରି କିଛି ମୁହୂର୍ତ୍ତ ଆସିଯାଇଥାଏ ଯେତେବେଳେ ମନୁଷ୍ୟ କିଛି ନା କିଛି ଭୁଲ କରି ବସିଥାଏ । କିନ୍ତୁ ଚାଣକ୍ୟ ମନୁଷ୍ୟଙ୍କ ବିଷୟରେ ତିନୋଟି ଏହିପରି ବିଷୟର ଉଲ୍ଲେଖ କରିଛନ୍ତି ଯାହା ଯେକୌଣସି ବ୍ୟକ୍ତିର ଜୀବନ ବର୍ବାଦ କରିଦେଇଥାଏ । ଆସନ୍ତୁ ଜାଣିବେ ଚାଣକ୍ୟ କେଉଁ ବିଷୟ ଗୁଡିକ ବିଷୟ ଗୁଡିକରେ ଉଲ୍ଲେଖ କରିଛନ୍ତି ।

କୌଣସି ବ୍ୟକ୍ତି ଯଦି ଲାଳସା ରଖି ଅନ୍ୟ ବ୍ୟକ୍ତର ଧନକୁ ଚୋରି କରି ନିଜର ଗୁଜୁରାଣ ମେଣ୍ଟାଇଥାଏ ସେହି ବ୍ୟକ୍ତି ଜୀବନରେ ଦୁଃଖ ଭୋଗିଥାଏ । ଛଳ କରି ଉପାର୍ଜିତ ଧନ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ । ଯଦି କୌଣସି ବ୍ୟକ୍ତି ଚୋରି କରି ଧନୀ ହୋଇଥାଏ ସେହି ବ୍ୟକ୍ତି ଭବିଷ୍ୟତରେ ଦୁଃଖର ପାତ୍ର ହୋଇଥାଏ ।

ଯେଉଁ ବ୍ୟକ୍ତି ପର ସ୍ତ୍ରୀ ଉପରେ ଖରାପ ନଜର ରଖନ୍ତି କିମ୍ବା ପର ସ୍ତ୍ରୀ ସହ ଅନୈତିକ ସମ୍ପର୍କରେ ଲିପ୍ତ ରୁହଁନ୍ତି ସେହି ବ୍ୟକ୍ତି ଜୀବନରେ କଦାପି ସୁଖୀ ରୁହଁନ୍ତି ନାହିଁ । କାରଣ ଯେତେବେଳ ପର୍ଯ୍ୟନ୍ତ ଶରୀରରେ ଶକ୍ତି ଅଛି ସେତେ ଦିନ ପର୍ଯ୍ୟନ୍ତ ଏହି ସବୁ କାର୍ଯ୍ୟ ଭଲ ଲାଗିଥାଏ କିନ୍ତୁ ଶରୀରରୁ ଶକ୍ତି ଚାଲି ଗଲା ପରେ ଏହା ଭଲ ଲାଗିନଥାଏ । ସଚୋଟ ବ୍ୟକ୍ତି ଅନ୍ୟ ନାରୀ ଉପରେ ଖରାପ ନଜର ପକାଇ ନଥାଏ ।

ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ସେ କଦାପି ସଚୋଟ ମିତ୍ରର ତ୍ୟାଗ କରିନଥାଏ କାରଣ ସଚୋଟ ମିତ୍ର ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମିତ୍ରତା ରଖିଥାଏ । ଖରାପ ବ୍ୟକ୍ତି ସହ ବନ୍ଧୁତା ରଖିଲେ ସେ ଆପଣଙ୍କୁ ଖରାପ କରିଦେଇଥାଏ । ଯୁବକ ଅବସ୍ଥାରେ ଏହି କାର୍ଯ୍ୟ କଳାପ ଆପଣଙ୍କୁ ଭଲ ଲାଗିପାରେ କିନ୍ତୁ ପରେ ଆପଣ ଚିନ୍ତା କରିବେ ଏହି କାର୍ଯ୍ୟ ଗୁଡିକ ଖରାପ ଅଟେ । କିନ୍ତୁ ଯେତେବେଳେ ଆପଣ ଏହି ବିଷୟରେ ଚିନ୍ତା କରିବେ ସବୁ କିଛି ହରାଇ ବସିଥିବେ ।

Leave a Reply

Your email address will not be published. Required fields are marked *