ବଲିଉଡ ଜଗତର ୮ ଜଣ ନଣନ୍ଦ ଭାଉଜଙ୍କ ଯୋଡି । ନିଜ ଭଉଣୀ ଭଳି ସମ୍ପର୍କ ରହିଛି । ଜାଣନ୍ତୁ ଏହି ଅଭିନେତ୍ରୀମାନେ କିଏ କିଏ ?

ବଲିଉଡ ଜଗତର ୮ ଜଣ ନଣନ୍ଦ ଭାଉଜଙ୍କ ଯୋଡି । ନିଜ ଭଉଣୀ ଭଳି ସମ୍ପର୍କ ରହିଛି । ଜାଣନ୍ତୁ ଏହି ଅଭିନେତ୍ରୀମାନେ କିଏ କିଏ ?

ଯେତେବେଳେ କୌଣସି ଝିଅ ନିଜ ପିତାଙ୍କ ଘର ଛାଡି ବିବାହ କରିଥାଏ ଏବଂ ପରେ ନିଜ ପତି ସହ ପତିଙ୍କ ଘରକୁ ଯାଇଥାଏ, ତେବେ ନଣନ୍ଦକୁ ଭାଉଜ ରୂପରେ ଜଣେ ଭଲ ବନ୍ଧୁ ମିଳିଥାଏ । କିନ୍ତୁ ଆମେ ଛୋଟ ପରଦାରେ ପ୍ରାୟତଃ ଦେଖିବା ପାଇଁ ପାଉ ନଣନ୍ଦ ଏବଂ ଭାଉଜଙ୍କ ସମ୍ପର୍କ ଭଲ ନଥାଏ । କିନ୍ତୁ ଏହାର ବିପରୀତ ପ୍ରାୟତଃ ବଲିଉଡର ନଣଦ ଭାଉଜ ମଧ୍ୟରେ ଥିବା ସମ୍ପର୍କରେ ପ୍ରେମ ଏବଂ ଯତ୍ନ ଭରି ହୋଇ ରହିଥାଏ । ଆଜି ଆମେ ଆପଣଙ୍କୁ ବଲିଉଡର କିଛି ନଣଦ ଭାଉଜ ସମ୍ପର୍କ ବିଷୟରେ ଜଣାଇବୁ ଯେଉଁମାନଙ୍କ ମଧ୍ୟରେ ରହିଛି ଭଉଣୀର ସମ୍ପର୍କ । ଆସନ୍ତୁ ଜାଣିବେ କେଉଁ ନଣନ୍ଦ ଭାଉଜ ଯୋଡି ବିଷୟରେ ଆମେ କହିବା ପାଇଁ ଚାହୁଁଛୁ ।

ଏମାନେ ହେଉଛନ୍ତି ବଲିଉଡର ନଣନ୍ଦ ଭାଉଜ ଯୋଡି :

କରିନା କପୁର ଖାନ୍ ଏବଂ ସୋହା ଅଲ୍ଲୀ ଖାନ୍ :

ଏହି ଯୋଡି ବଲିଉଡର ଟୋପ୍ ଯୋଡିଗୁଡିକର ସୂଚୀରେ ସର୍ଵ ପ୍ରଥମ ଅଟେ । ଏହି ଦୁଇଙ୍କ ମଧ୍ୟରେ ଥିବା ସମ୍ପର୍କ କହିବାକୁ ଗଲେ ଭଉଣୀର ସମ୍ପର୍କ ଠାରୁ ମଧ୍ୟ ଆହୁରି ନିବିଢ ଅଟେ । କରିନା ଏବଂ ସୋହାଙ୍କୁ ପ୍ରାୟତଃ ଛୁଟିରେ ବିଦେଶ ଭ୍ରମଣରେ ଏକତ୍ର ଦେଖିବା ପାଇଁ ମିଳିଥାଏ । ସୋହା ଦିନେ ନିଜ ଭାଉଜ ଅର୍ଥାତ କରିନା କପୁରଙ୍କ ପ୍ରଶଂସା କରି କହିଥିଲେ, ମୁଁ କରିନାଙ୍କ ଏହି କାରଣରୁ ସମ୍ମାନ କରିଥାଏ ଯେ, ସେ ନିଜ କାମ ଏବଂ ମୋ ଭାଇଙ୍କ ପ୍ରଥମିକତାକୁ ସର୍ବପ୍ରଥମେ ଗୁରୁତ୍ଵ ଦେଇଥାନ୍ତି । ସେ ମୋତେ ପସନ୍ଦ କରନ୍ତି, କାରଣ କରିନାଙ୍କ ସହ ମୋ ସମ୍ପର୍କ ସୈଫଙ୍କ ଭଳି ଅଟେ ।

ଐଶ୍ଚର୍ଯ୍ୟା ରାଏ ବଚ୍ଚନ ଏବଂ ଶ୍ୱେତା ନନ୍ଦା :

ମିଡିଆରେ ସର୍ବଦା ଏହି କଥା ପ୍ରଚାର ହୋଇଥାଏ ଯେ, ବଚ୍ଚନ ପରିବାରରେ ଐଶ୍ଚର୍ଯ୍ୟା ଏବଂ ଶ୍ୱେତାଙ୍କ ମଧ୍ୟରେ ସମ୍ପର୍କ ଠିକ ନୁହେଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ ନୁହେଁ । ଏହି ଦୁଇଜଣ ବହୁତ ନିକଟତର ଅଟନ୍ତି । ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ଏବଂ ତାଙ୍କର ନଣନ୍ଦ ଶ୍ୱେତା ପ୍ରାୟତଃ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖାଯାଇଥାନ୍ତି । ଶ୍ୱେତା କଫି ବିଥ୍ କରଣଙ୍କ ଶୋ’ରେ କହିଥିଲେ; ସେ ନିଜ ଭାଉଜଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏଥିପାଇଁ ସେ ଖୁସି ଅଛନ୍ତି ଯେ ଅଭିଷେକ ଏବଂ ଐଶ୍ଚର୍ଯ୍ୟା ଅତ୍ୟନ୍ତ ଖୁସିରେ ଅଛନ୍ତି ।

ମଲାଇକା ଆରୋଡା ଖାନ୍ ଏବଂ ଅର୍ପିତା ଖାନ୍ :

ବର୍ତ୍ତମାନ ମଲାଇକା ଏବଂ ଆରବାଜ ଖାନ୍ ଛାଡପତ୍ର ନେଇ ସାରିଛନ୍ତି । କିନ୍ତୁ ଆଜି ମଧ୍ୟ ମଲାଇକା ଏବଂ ଅର୍ପିତାଙ୍କ ମଧ୍ୟରେ ନଣନ୍ଦ ଭାଉଜର ସମ୍ପର୍କ ରହିଛି । ଖବର ଅନୁସାରେ, ଅର୍ପିତା ଏବଂ ଅର୍ଜୁନ ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ପରେ ଖବର ଆସିଥିଲା ଅର୍ଜୁନ ଏବଂ ମଲାଇକା ଉଭୟଙ୍କୁ ଡେଟ୍ କରୁଛନ୍ତି । ଏହି କାରଣରୁ ଅର୍ଜୁନ ଏବଂ ଅର୍ପିତାଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା କିନ୍ତୁ ସେ ପାରିବାରିକ କାର୍ଯ୍ୟକ୍ରମରେ ସର୍ବଦା ଉଭୟଙ୍କ ସହ ଦେଖିବା ପାଇଁ ମିଳନ୍ତି ।

ସୋନାକ୍ଷୀ ସିହ୍ନା ଏବଂ ତରୁନା ଅଗ୍ରୱାଲ :

ସୋନାକ୍ଷୀଙ୍କ ବଡ଼ ଭାଇ କୁଶ ୨୦୧୫ରେ ତରୁନାଙ୍କ ସହ ବିବାହ କରିଥିଲେ । ସୋନାକ୍ଷୀ ନିଜ ଭାଇଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଥିଲେ । ସେ ସୋସିଆଲ ମିଡିଆରେ ଅନେକ ଫୋଟ ପୋଷ୍ଟ ମଧ୍ୟ କରିଥିଲେ । ତରୁନା ଏବଂ ସୋନାକ୍ଷୀ ଭଉଣୀଙ୍କ ଭଳି ରୁହନ୍ତି ।

ରାଣୀ ମୁଖାର୍ଜୀ ଏବଂ ଜୋତି ମୁଖାର୍ଜୀ :

ରାଣୀ ମୁଖାର୍ଜୀ ନିଜ ପରିବାର ସହ ବହୁତ ନିକଟତର ଅଟନ୍ତି । ବିଶେଷ ରୂପରେ ନିଜ ଭାଉଜଙ୍କ ସହ ସେ ନିଜ ଭଉଣୀ ଭଳି ସମ୍ପର୍କ ରଖିଛନ୍ତି । ରାଣୀ ଅନେକ ବର୍ଷ ପର୍ଯ୍ୟନ୍ତ ବିବାହ କରିନଥିଲେ । କାରଣ ସେ ନିଜ ପରିବାରର ଯତ୍ନ ନେବା ପାଇଁ ଚାହୁଁଥିଲେ । ଏହି କାରଣରୁ ରାଣୀଙ୍କ ଭାଇ ନିଜ ପରିବାରର ଦାୟିତ୍ୱ ନେଇନଥିଲେ । ଯାହାଫଳରେ ସମ୍ପୂର୍ଣ୍ଣ ଦାୟିତ୍ୱ ରାଣୀଙ୍କ ଉପରେ ନ୍ୟସ୍ତ ହୋଇଥିଲା କିନ୍ତୁ ରାଣୀ ନିଜ ଭାଉଜ ଏବଂ ଝିଆରୀ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥିଲେ । ଦୁହେଁ ଦୁହିଙ୍କ ଭଲ ବାନ୍ଧବୀ ଅଟନ୍ତି ।

ନିତୁ ସିଂହ ଏବଂ ରିମା ଜୈନ :

ବଲିଉଡର ନଣଦ ଭାଉଜ ଯୋଡି ଆପଣ ଦେଖିଲେ କିନ୍ତୁ ଆମର ଏହି ଯୋଡି ଭିତରେ ବର୍ତ୍ତମାନ କହିବା ପାଇଁ ଯାଉଥିବା ଯୋଡି ପୁରୁଣା ଅଟେ । ନିତୁ ଏବଂ ରିମାଙ୍କ ମଧ୍ୟରେ ସମ୍ପର୍କ ଭଉଣୀ ଭଳି ରହିଛି । ଦୁହେଁ ବିଭିନ୍ନ କାର୍ଯ୍ୟକ୍ରମରେ ଏକତ୍ର ଦେଖିବା ପାଇଁ ମିଳନ୍ତି ।

ଟ୍ଵିଙ୍କଲ ଖାନ୍ନା ଏବଂ ଅଲକା ଭାଟିଆ :

ଅକ୍ଷୟ କୁମାରଙ୍କ ଜୀବନରେ ଏହି ଦୁହିଙ୍କ ବିଶେଷ ସ୍ଥାନ ରହିଛି । ଟୁଇଙ୍କଲ ଏବଂ ଅଲକା ଘରର ସମସ୍ତ କାମ ସମ୍ଭାଳି ଥାନ୍ତି । ଯେତେବେଳେ ଅକ୍ଷୟ ନିଜ ଭଉଣୀଙ୍କ ବିବାହର ବିରୁଦ୍ଧରେ ଥିଲେ । କାହିଁକି ନା ଯିଏ ଅଲକାଙ୍କୁ ବିବାହ କରିବେ ସେ ଅଳକାଙ୍କ ଠାରୁ ୧୫ ବର୍ଷ ବଡ ଥିଲେ ଏବଂ ତାଙ୍କର ଛାଡପତ୍ର ମଧ୍ୟ ହୋଇଯାଇଥିଲା । ସେହି ସମୟରେ ଟୁଇଙ୍କଲ ଅକ୍ଷୟଙ୍କୁ ବୁଝାଇଥିଲେ ।

ଗୌରୀ ଖାନ୍ ଏବଂ ସହନାଜ :

ସାହାରୁଖଙ୍କ ଭଉଣୀ ସହନାଜ ୬ ବର୍ଷ ବଡ ଅଟନ୍ତି ଏବଂ ଖାନ୍ ପରିବାର ସହନାଜଙ୍କୁ ବହୁତ ଭଲ ପାଆନ୍ତି । ନିଜ ମାଆଙ୍କ ନିଧନ ପରେ ସହନାଜ ଅବସାଦକୁ ଚାଲିଯାଇଥିଲେ । ସେ ସର୍ବଦା ଚୁପଚାପ ରହୁଥିଲେ କିନ୍ତୁ ଗୌରୀ ସହନାଜଙ୍କ ବହୁତ ଯତ୍ନ ନେଇଥିଲେ । ଗୌରୀଙ୍କ ଜୀବନରେ ତାଙ୍କର ଭାଉଜ ଜଣେ ମହତ୍ତ୍ୱପୂର୍ଣ ବ୍ୟକ୍ତି ଅଟନ୍ତି ।ଗୌରୀ ସହନାଜଙ୍କ ପ୍ରତିଟି ଇଛା ପୁରଣ କରିଥିଲେ ।

Leave a Reply

Your email address will not be published. Required fields are marked *