ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ୍ କ୍ୟାନ୍ସରରେ ପୀଡିତ ! ପୂର୍ବରୁ ତାଙ୍କ ମାଆ ଓ ପତ୍ନୀ ମଧ୍ୟ କ୍ୟାନ୍ସରର ଶିକାର ହୋଇ ହରାଇଥିଲେ ନିଜର ଜୀବନ ।

ବନ୍ଧୁଗଣ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ୍ କ୍ୟାନ୍ସରରେ ପୀଡିତ ହୋଇସାରିଛନ୍ତି । ବିଗତ ଦିନରେ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ଟେଷ୍ଟ କରିବାପରେ ଜଣାପଡିଥିଲା ଯେ, ତାଙ୍କର ଫୁସଫୁସରେ ପାଣି ଜମିରହିଛି ଓ ତାଙ୍କୁ ତୃତୀୟ ଷ୍ଟେଜର ଫୁସଫୁସ୍ କ୍ୟାନ୍ସର ହୋଇଛି । ଏହାପୂର୍ବରୁ ସଂଜୟଙ୍କ ପରିବାରରେ ତାଙ୍କ ବ୍ୟତୀତ ତାଙ୍କ ମାଆଙ୍କର ମଧ୍ୟ କ୍ୟାନ୍ସରରେ ପ୍ରଣହାନୀ ହୋଇଥିଲା ଯାହାକୁ ସଞ୍ଜୟ ବହୁତ ଭଲ ପାଉଥିଲେ । ଏହାପରେ ସଞ୍ଜୟଙ୍କ ପ୍ରଥମ ପତ୍ନୀ ରିଚା ଶର୍ମା ମଧ୍ୟ ବ୍ରେନ୍ କ୍ୟାନ୍ସରରେ ପ୍ରାଣ ହରାଇଥିଲେ ।

google

ସଞ୍ଜୟଙ୍କ ମାଆ ନର୍ଗିସ୍ ଶର୍ମା ଓ ତାଙ୍କ ପିତା ସୁନୀଲ ଦତ୍ତଙ୍କର ବୈବାହିକ ଜୀବନ ହସଖୁସିରେ ଭରି ରହିଥିଲା । ହଟାତ ଯେତେବେଳେ ନର୍ଗିସଙ୍କୁ କ୍ୟାନ୍ସର ହୋଇଗଲା ସେତେବେଳେ ତାଙ୍କୁ ଭଲ କରିବା ପାଇଁ ବିଦେଶକୁ ନିଆଗଲା ଓ ସେଠାରେ ତାଙ୍କୁ କେମୋଥେରାପି ଚିକିତ୍ସା ଦିଆଗଲା । ସେହିସମୟରେ ନର୍ଗିସ୍ ଏହି କ୍ୟାନ୍ସର ଦ୍ୱାରା ବହୁତ କଷ୍ଟ ପାଉଥିଲେ ଓ ହଟାତ୍ ସେ କୋମାକୁ ମଧ୍ୟ ଚାଲିଗଲେ । ଯାହାଦ୍ୱାରା କିଛିଦିନ ପାଇଁ ଡାକ୍ତରମାନେ ତାଙ୍କୁ ଲାଇଫ ସପୋର୍ଟ ଦେଇ ଜୀବିତ ରଖିଲେ ।

google

ପରବର୍ତ୍ତୀ ସମୟରେ ଯେତେବେଳେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାର କୌଣସି ଉପାୟ ପାଇନଥିଲେ ସେତେବେଳେ ସେମାନେ ସୁନୀଲ ଦତ୍ତଙ୍କୁ କହିଥିଲେ ତାଙ୍କ ଲାଇଫ ସପୋର୍ଟକୁ କାଢି ତାଙ୍କୁ ଶାନ୍ତିରେ ମରିବା ପାଇଁ ଦେବା ଆବଶ୍ୟକ । କିନ୍ତୁ ସୁନୀଲ ବିଶ୍ୱାସ ରଖିଥିଲେ ସେ ସୁସ୍ଥ ହୋଇଯିବେ, ତେଣୁ ସେ ଡାକ୍ତରଙ୍କୁ ଲାଇଫ ସପୋର୍ଟ କାଢ଼ିବା ପାଇଁ ବାରଣ କରୁଥିଲେ ।

google

କିନ୍ତୁ ଏହାର କିଛିଦିନ ପରେ ନର୍ଗିସ୍ ପ୍ରାଣତ୍ୟାଗ କରିଥିଲେ ଓ ସେ ନିଜ ପୁଅ ସଞ୍ଜୟର ପ୍ରଥମ ଚଳଚ୍ଚିତ୍ର ‘ରକି’ ମଧ୍ୟ ଦେଖିପାରିନଥିଲେ । ଏହାପରେ ସଞ୍ଜୟଙ୍କ ପ୍ରଥମ ଅଭିନେତ୍ରୀ ରିଚା ଶର୍ମା ମଧ୍ୟ ଏହି ଘାତକ କ୍ୟାନ୍ସରର ଶିକାର ହୋଇଥିଲେ । ସେ ସଞ୍ଜୟଙ୍କ ପାଇଁ ନିଜ ଫିଲ୍ମ କ୍ୟାରିଅରକୁ ମଧ୍ୟ ଛାଡ଼ିଦେଇଥିଲେ । କିନ୍ତୁ ଯେବେ ରିଚାଙ୍କୁ ବ୍ରେନନ୍ କ୍ୟାନ୍ସର ହୋଇଥିଲା ,ସେହିସମୟରେ ଉଭୟଙ୍କର ପ୍ରେମରେ ଫାଟ ସୃଷ୍ଟି ହୋଇଯାଇଥିଲା । ରିଚା ନିଜର ଚିକିତ୍ସା ଆମେରିକାରେ କରିଥିଲେ । ୧୯୯୬ରେ ସେ ଏହି କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ସଞ୍ଜୟଙ୍କୁ କ୍ୟାନ୍ସର ହୋଇଥିବାର ଖବର ପାଇ ତାଙ୍କ ଫ୍ୟାନ୍ସ ମାନେ ଦୁଃଖ ପ୍ରକାଶ କରିଛନ୍ତି ଓ ତାଙ୍କୁ ଶୀଘ୍ର ଭଲ ହେବାପାଇଁ ପ୍ରାର୍ଥନା କରିଛନ୍ତି ।

Be the first to comment

Leave a Reply

Your email address will not be published.


*