ଫ୍ଲାଇଙ୍ଗ ଶିଖ୍ ମିଲ୍କା ସିଂ ଚିରଦିନ ପାଇଁ ଦୁନିଆରୁ ନେଲେ ବିଦାୟ ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି

ଫ୍ଲାଇଙ୍ଗ ଶିଖ୍ ମିଲ୍କା ସିଂ ଚିରଦିନ ପାଇଁ ଦୁନିଆରୁ ନେଲେ ବିଦାୟ ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି

ଭାରତର ମହାନ ସ୍ପ୍ରିଣ୍ଟର୍ ମିଲ୍କା ସିଂ, ‘ଫ୍ଲାଇଙ୍ଗ୍ ଶିଖ୍’ ଭାବରେ ବେଶ୍ ଜଣାଶୁଣା, ଏକ ମାସ ଧରି କରୋନା ସଂକ୍ରମଣ ସହ ସଂଘର୍ଷ କରିଆସୁଥିଲେ କିନ୍ତୁ ଗତକାଲି ଶୁକ୍ରବାର ବିଳମ୍ବିତ ରାତି ୧୧ ଘଣ୍ଟ :୩୦ ମିନିଟରେ ଚଣ୍ଡିଗଡ଼ରେ ଦେହାନ୍ତ ହୋଇଥିଲା । ଏହା ପୂର୍ବରୁ ରବିବାର ଦିନ ୮୫ ବର୍ଷୀୟ ତାଙ୍କର ପତ୍ନୀ ତଥା ଭାରତୀୟ ଭଲିବଲ୍ ଦଳର ପୂର୍ବତନ ଅଧିନାଯକ ନିର୍ମଲ କୌର ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ।

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲଖା ସିଂଙ୍କ ମୃତ୍ୟୁକୁ ନେଇ ଗଭୀର ସମବେଦନା ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, “ଆମେ ଜଣେ ମହାନ ଖେଳାଳିଙ୍କୁ ହରାଇଛୁ । ମିଲଖା ସିଂ ଭାରତୀୟଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ତାଙ୍କ ବ୍ୟକ୍ତିତ୍ୱ ସହିତ ଲୋକଙ୍କୁ ପ୍ରେରଣା ଦେଇଥିଲେ । ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ ।”

ଆପଣଙ୍କୁ ଜଣାଇ ଦେଉଛୁ ଯେ, ମିଲ୍କା ସିଂଙ୍କ କୋଭିଡ -୧୯ ପରୀକ୍ଷା ବୁଧବାର ଦିନ ନେଗେଟିଭ ହୋଇଥିଲା, ଏହା ପରେ ତାଙ୍କୁ କୋଭିଡ୍ ICUରୁ ​​ସାଧାରଣ ICUକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହୋଇଯାଇଥିଲା ।

୯୧ ବର୍ଷୀୟ ଏହି ମହାନ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହେବାର ପ୍ରାୟ ଏକ ମାସ ପରେ ମୃତ୍ୟୁ ଘଟିଛି ବୋଲି ପରିବାର ମୁଖପାତ୍ର କହିଛନ୍ତି । ମିଲ୍କା ସିଂ ୨୦ ମଇରେ କରୋନାରେ ସଂକ୍ରମିତ ହୋଇଥିଲେ । ଚଳିତ ସପ୍ତାହରେ ହିଁ ମିଲ୍କା ସିଂଙ୍କ ପତ୍ନୀ ନିର୍ମଳ ମିଲ୍କା ସିଂ ୮୫ ବର୍ଷ ବୟସରେ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଅତି ଦୁଃଖ ବିଷୟ ଯେ, ମିଲ୍କା ସିଂଙ୍କୁ ସେହି ସମୟରେ PGI ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଥିପାଇଁ ସେ ତାଙ୍କ ପତ୍ନୀଙ୍କ ଶବଦାହରେ ଯୋଗ ଦେଇପାରିନଥିଲେ ।

Leave a Reply

Your email address will not be published. Required fields are marked *