ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କ୍ରୋଧିତ ହେଲେ ସ୍ୱରା ଭାସ୍କର ! କହିଲେ ମନ୍ଦିର ହେଉଅଛି ହସ୍ପିଟାଲକୁ ଖଟ ମାଗି ଲଜ୍ଜିତ କରନ୍ତୁ ନାହିଁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କ୍ରୋଧିତ ହେଲେ ସ୍ୱରା ଭାସ୍କର ! କହିଲେ ମନ୍ଦିର ହେଉଅଛି ହସ୍ପିଟାଲକୁ ଖଟ ମାଗି ଲଜ୍ଜିତ କରନ୍ତୁ ନାହିଁ…

ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବା ବ୍ୟତୀତ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ନିଜ ମତାମତ ରଖୁଥିବା ପାଇଁ ମଧ୍ୟ ଜଣା ଯାଇଥାଏ । ପ୍ରାୟତଃ ସ୍ୱରା ନିର୍ଭୀକ ଶୈଳୀରେ ନିଜର କଥାକୁ ଉପସ୍ଥାପନ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥାନ୍ତି । ପୁଣିଥରେ ଏଭଳି କିଛି ହୋଇଛି । ସ୍ୱରା ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି ଏବଂ ସେ ତାଙ୍କର କ୍ରୋଧକୁ ଇନଷ୍ଟାଗ୍ରାମ୍ ମାଧ୍ୟମରେ ପ୍ରକାଶ କରିଛନ୍ତି ।

ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସ୍ୱରା ଏକ ଫୋଟ ସେୟାର୍ କରିଛନ୍ତି । ଏହି ଫୋଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖା ଯାଉଛନ୍ତି । ପ୍ରଧାନମନ୍ତ୍ରୀ ହାତ ଯୋଡି ଛିଡା ହୋଇଛନ୍ତି । ଫୋଟ ତଳେ କ୍ୟାପ୍ସନରେ ଲେଖାଯାଇଛି ଯେ, ସେଠାରେ ମନ୍ଦିର ନିର୍ମାଣ ହେଉଅଛି, ହସ୍ପିଟାଲକୁ ଖଟ ମାଗି ଲଜ୍ଜିତ କରନ୍ତୁ ନାହିଁ । ଧନ୍ୟବାଦ ।

ଏଭଳି ପ୍ରଥମଥର ନୁହେଁ ଯେତେବେଳେ ସ୍ୱରା ପ୍ରଧାନମନ୍ତ୍ରୀଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି, ଏହାପୂର୍ବରୁ ମଧ୍ୟ ସେ ଅନେକଥର ଏଭଳି କରିସାରିଛନ୍ତି । କିଛିଦିନ ପୂର୍ବରୁ ସ୍ୱରା ଭାସ୍କର କୁମ୍ଭର କିଛି ଫୋଟ ପୋଷ୍ଟ କରିଥିଲେ ଏବଂ କହିଥିଲେ କି ଯେଉଁ ଲୋକମାନେ ପତ୍ରିକା ଯୋଗୁଁ କ୍ରୋଧିତ ଥିଲେ, ସେମାନେ ବର୍ତ୍ତମାନ ନିଜେ ନିଜକୁ କାହିଁକି ପ୍ରଶ୍ନ ପଚାରୁ ନାହାଁନ୍ତି । ଏହି ପୋଷ୍ଟ ପରେ ଅନେକ ଲୋକ ସୋସିଆଲ୍ ମିଡିଆରେ ତାଙ୍କୁ ବିରୋଧ କରିଥିଲେ ଏବଂ ଅନେକ ଲୋକ ତାଙ୍କୁ ସମର୍ଥନ କରିଥିଲେ ।

କହିରଖୁଛୁ ଯେ, ନିକଟରେ ଏହି ଅଭିନେତ୍ରୀ କହିଥିଲେ କି କରୋନା ଭୂତାଣୁ ତାଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରିସାରିଛି । ତାଙ୍କ ମା’ଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ସ୍ୱରା କ୍ୟାପ୍ସନରେ ଲେଖିଥିଲେ କି ଏହା ଘରକୁ ଆସିଯାଇଛି । ତାଙ୍କ ମା’ ଏବଂ ତାଙ୍କର ରୋଷେୟା ଦୁହେଁ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି । ତାଙ୍କ ସମ୍ପୂର୍ଣ୍ଣ ପରିବାର ଦିଲ୍ଲୀରେ ଥିବା ଘରେ ନିଜକୁ ଆଇସୋଲେଟ୍ କରିଛନ୍ତି । ଏହାବ୍ୟତୀତ ସେ ତାଙ୍କ ପ୍ରଶଂସକ ମାନଙ୍କୁ ସଜାଗ କରି ସେମାନଙ୍କୁ ଡବଲ୍ ମାସ୍କ ପିନ୍ଧିବା ପାଇଁ ଏବଂ ଘରେ ରହିବାପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *