ପ୍ରତୀକ୍ଷାର ଅନ୍ତ ଘଟାଇ ପରିଶେଷରେ କ୍ୟାଟ୍ରିନା କ୍ୟାଫ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ପ୍ରତୀକ୍ଷାର ଅନ୍ତ ଘଟାଇ ପରିଶେଷରେ କ୍ୟାଟ୍ରିନା କ୍ୟାଫ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବଲିଉଡ଼ରେ କୌଣସି ନା କୌଣସି ଅଭିନେତା କିମ୍ବା ଅଭିନେତ୍ରୀଙ୍କ ବିବାହ ପ୍ରତିଦିନ ହୋଇଥାଏ । ଅନେକ ଅଭିନେତା ଅଭିନେତ୍ରୀଙ୍କ ଭଳି ବଲିଉଡର ସୁନ୍ଦର ତରୁଣୀ କ୍ୟାଟ୍ରିନା କ୍ୟାଫ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆପଣଙ୍କୁ କହିବା ପାଇଁ ଚାହୁଁଛୁ କ୍ୟାଟ୍ରିନାଙ୍କ ପ୍ରଶଂସକ ବହୁତ ଦିନରୁ କ୍ୟାଟ୍ରିନାଙ୍କ ବିବାହର ଅପେକ୍ଷାରେ ରହିଥିଲେ । ପରିଶେଷରେ କ୍ୟାଟ୍ରିନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ବିବାହର ଫୋଟ ଗୁଡିକ ଭାଇରଲ ହେବାରେ ଲାଗିଛି ଏହି ଫୋଟ ଗୁଡିକରେ କ୍ୟାଟ୍ରିନା କୌଣସି ରାଜକୁମାରୀଙ୍କ ଠାରୁ କମ ଜଣା ପଡୁନାହାଁନ୍ତି । ଏହି ବିବାହ କାର୍ଯ୍ୟକ୍ରମରେ ବଲିଉଡ ଏବଂ ଦକ୍ଷିଣ ଭାରତୀୟ ସିନେ ଜଗତର ଅନେକ କଳାକାରଙ୍କୁ ଦେଖିବା ପାଇଁ ମିଳିଛି ।

ବିଗତ ଦିନରେ ବଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅମିତାଭ ବଚ୍ଚନ ପତ୍ନୀ ଜୟା ବଚ୍ଚନ ଅଭିନେତ୍ରୀ କ୍ୟାଟ୍ରିନା କ୍ୟାଫ ଏବଂ ନାଗାର୍ଜୁନ ଏକ ବିଜ୍ଞାପନର ସୁଟିଙ୍ଗ କରିଥିଲେ । ଏହି ବିଜ୍ଞାପନରେ କ୍ୟାଟ୍ରିନା ବଧୁ ଭେଶରେ ନଜର ଆସିଥିଲେ । ବଧୁ ଭେଶରେ କ୍ୟାଟ୍ରିନା ଖୁବ ଆକର୍ଷଣୀୟ ଦେଖାଯାଉଥିଲେ । ଏହି ବିଜ୍ଞାପନରେ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ କ୍ୟାଟ୍ରିନାଙ୍କ ମାତାପିତା ଭୂମିକାରେ ଅଭିନୟ କରିଛନ୍ତି ।

ଆପଣ ଫୋଟରେ ଦେଖିପାରୁଥିବେ ବଧୁ ସାଜିଥିବା କ୍ୟାଟ୍ରିନାଙ୍କୁ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବାହାଘର ବେଦିକୁ ନେଇ ଯାଉଛନ୍ତି । ଫୋଟରେ ଏହିପରି ଜଣା ପଡୁଛି ସତରେ କ୍ୟାଟ୍ରିନାଙ୍କ ବିବାହ ହେଉଛି ।

ବଲିଉଡ ଇଣ୍ଡଷ୍ଟ୍ରିର ମହାନାୟକ ଅମିତାଭ ବଚ୍ଚନ ଦକ୍ଷିଣ ଭାରତୀୟ ପୋଷାକ ପରିଧାନ କରିଛନ୍ତି । କ୍ୟାଟ୍ରିନା କ୍ୟାଫଙ୍କ ପୋଷାକ ଏବଂ ସୁନ୍ଦରତା ଦେଖି ପ୍ରତିଟି ବ୍ୟକ୍ତି ଆକର୍ଷଣ ହେଉଛନ୍ତି । ବିଜ୍ଞାପନରେ ଏହି ପରି ଦୃଶ୍ୟ ଦେଖାଯାଇଛି ଯେପରି ଅମିତାଭଙ୍କ ଅଲିଆଳି ଝିଅ କ୍ୟାଟ୍ରିନାଙ୍କ ବିବାହରେ ଅମିତାଭ ଅତିଥିଙ୍କୁ ସ୍ୱାଗତ କରୁଛନ୍ତି ।

ଆପଣ ଫୋଟରେ ଦେଖିପାରୁଥିବେ କୌଣସି କୌଣସି ସ୍ଥାନରେ ଅମିତାଭ ପତ୍ନୀ ଜୟାଙ୍କ ସହ ନୃତ୍ୟ ପରିବେଷଣ କରୁଛନ୍ତି । ଅମିତାଭ ଏବଂ କ୍ୟାଟ୍ରିନା ନୃତ୍ୟ କରୁଥିବାର ଶୈଳୀରେ ଫୋଟ ଉଠାଇଛନ୍ତି । ଏହି ସବୁ ଦୃଶ୍ୟ ଖୁବ ମନରୋମ ହୋଇଛି ।

ଏହି ଫୋଟ ଗୁଡିକରେ ଅମିତାଭ ବଚ୍ଚନଙ୍କ ସହ ପତ୍ନୀ ଜୟା ବଚ୍ଚନ ନାଗାର୍ଜୁନ ଏବଂ ଦକ୍ଷିଣ ଭାରତର ତିନି ଜଣ ଅଭିନେତା ଦେଖାଯାଇଛନ୍ତି । ଅମିତାଭ ବଚ୍ଚନଙ୍କ ଦକ୍ଷିଣ ପାର୍ଶ୍ୱରେ ବଲିଉଡର ପ୍ରସିଦ୍ଧ ଅଭିନେତା ଅକ୍କିନେନି ନାଗେଶ୍ୱର ରାଓଙ୍କ ପୁଅ ନାଗାର୍ଜୁନ ଠିଆ ହୋଇଛନ୍ତି । ଅମିତାଭ ବଚ୍ଚନଙ୍କ ବାମ ପାର୍ଶ୍ୱରେ କନ୍ନଡ଼ ସିନେ ଜଗତର ନିର୍ଦେଶକ ରାଜକୁମାରଙ୍କ ପୁଅ ଶିବ କୁମାର ଠିଆ ହୋଇଛନ୍ତି । ଏହା ବ୍ୟତୀତ ତାମିଲ ସିନେ ଜଗତର ଜଣାଶୁଣା ଅଭିନେତା ଶିବାଜୀ ଗଣେଶନଙ୍କ ପୁଅ ପ୍ରଭୁ ଦେବା ସୁଟିଙ୍ଗ ସମୟରେ ଦେଖା ଯାଇଛନ୍ତି ।

Leave a Reply

Your email address will not be published. Required fields are marked *