ପୁରୁଷମାନଙ୍କୁ ନଫୁସକତା ଆଡ଼କୁ ଟାଣିନେଉଛି ତାଙ୍କର ଏହି ଅଭ୍ୟାସ ଗୁଡ଼ିକ ! ଦୁର୍ବଳ ହେବାକୁ ଯାଉଛି ପ୍ରଜନନ କ୍ଷମତା ଆସନ୍ତୁ ଜାଣିବା ।

ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ସେଥିରେ ଆସୁଥିବା ପରିବର୍ତ୍ତନ; ଆମ ଶରୀରକୁ ବହୁତ ପ୍ରଭାବିତ କରୁଛି । ବଦଳୁ ଥିବା ଅଭ୍ୟାସ ଓ ଜୀବନ ଶୈଳୀ ଯୋଗୁଁ ପୁରୁଷମାନଙ୍କ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ, ବଦଳୁଥିବା ଜୀବନ ଶୈଳୀ କାରଣ ଯୋଗୁଁ ପୁରୁଷମାନଙ୍କ ପ୍ରଜନନ କ୍ଷମତା ବହୁତ ଦୁର୍ବଳ ହେବାରେ ଲାଗୁଛି ଯାହା ଏକ ଗମ୍ଭୀର ଚିନ୍ତିତ ବିଷୟ ଅଟେ । ଏହି ଅଭ୍ୟାସ ଓ ଭୁଲ୍ ଗୁଡ଼ିକ ପାଇଁ ପୁରୁଷମାନଙ୍କ ଶୁକ୍ରାଣୁର ଗୁଣ ବହୁତ ତୀବ୍ର ଗତିରେ ଦୁର୍ବଳ ହେବାକୁ ଲାଗୁଛି । ଯେଉଁଥି କାରଣରୁ ତାଙ୍କର ପ୍ରଜନନ କ୍ଷମତା ଦୁର୍ବଳ ହେବାରେ ଲାଗୁଛି । ତେଣୁ ପୁରୁଷମାନଙ୍କୁ ନିଜ ଭିତରେ ସୁଧାର ଆଣିବା ନିହାତି ଆବଶ୍ୟକ ଅଟେ । ଆଜି ଖାସ୍ କରି ଆପଣଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ଆଣିଛୁ । ଆଜି ଆମେ ଆପଣଙ୍କୁ ପୁରୁଷମାନଙ୍କ ସେହି ଅଭ୍ୟାସ ବିଷୟରେ କହିବୁ ଯେଉଁ କାରଣରୁ ସେମାନଙ୍କ ପ୍ରଜନନ କ୍ଷମତା ଦୁର୍ବଳରେ ଲାଗୁଛି । ଯଦି ଆପଣଙ୍କ ଠାରେ ମଧ୍ୟ ଏହି ଅଭ୍ୟାସ ଗୁଡ଼ିକ ରହିଛି, ତେବେ ଆପଣ ଯଥାଶୀଘ୍ର ଏହି ଅଭ୍ୟାସ ଗୁଡ଼ିକ ବଦଳିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସଗୁଡିକ କଣ କଣ ?

୧) ଅଧିକ ଚିନ୍ତା –

www.newsdustak.com

ଜୀବନରେ ପ୍ରତିଦିନ କିଛି ନା କିଛି ନୂଆ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ସ୍ଥିତିରେ ପୁରୁଷ ନିଜ କ୍ୟାରିୟର ଓ ନିଜ କାମକୁ ନେଇ ଚିନ୍ତା କରିବାକୁ ଲାଗିଥାଏ । ଯାହାକି ସେମାନଙ୍କୁ ଗଭୀର ଚିନ୍ତା ଭିତରେ ଠେଲି ନେଇଯାଇଥାଏ । ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତା, ପରିବାରର ଚିନ୍ତା ଏହି ସବୁ କଥା ଗୁଡ଼ିକ ପୁରୁଷମାନଙ୍କୁ ଅଧିକ ଚିନ୍ତାରେ ପକାଇଥାଏ । ଏଭଳି ସ୍ଥିତିରେ ପୁରୁଷମାନଙ୍କୁ ଏହି ବିଷୟରେ ଅଧିକ ଚିନ୍ତା କରିବା ଉଚିତ ନୁହେଁ ଓ ପ୍ରତ୍ୟେକ ଦିନ ଯୋଗ କରିବା ନିହାତି ଆବଶ୍ୟକ ।

୨) ନିଦ ନ ହେବା –

www.newsdustak.com

ସୁସ୍ଥ ଶରୀର ପାଇଁ ମନୁଷ୍ୟକୁ ୭ ରୁ ୮ ଘଣ୍ଟାର ନିଦ ନିହାତି ଆବଶ୍ୟକ ଅଟେ । ବଦଳୁଥିବା ଜୀବନଶୈଳୀ ଓ ଅଧିକ କାମ ଗୁଡ଼ିକ ଯୋଗୁଁ ଅଧିକାଂଶ ସମୟରେ ଭଲରୁପେ ନିଦ ନ ହେବା ଆଦି ଶରୀରର କାର୍ଯ୍ୟ କ୍ଷମତା ଉପରେ ପ୍ରଭାବ ପକାଇଥାଏ । ଏହା ଯୋଗୁଁ ପ୍ରତିରକ୍ଷା ତନ୍ତ୍ର ମଧ୍ୟ ଦୁର୍ବଳ ହୋଇଯାଏ । ଏହା ଆମ ଶରୀରରେ ଏକ ଘାତକ ଅସୁବିଧାରେ ପକାଇପାରେ ଯେଉଁଥିରେ କି ପ୍ରଜନନ କ୍ଷମତା ଦୁର୍ବଳ ହେବା ମଧ୍ୟ ସ୍ଵାଭାବିକ ହୋଇଥାଏ । ତେଣୁ ଆପଣ ଶୋଇବା ପାଇଁ ଏକ ସମୟ ନିର୍ଦ୍ଧାରିତ କରି ପୂର୍ଣ୍ଣ ନିଦ ନେବା ଆବଶ୍ୟକ ।

୩) ମଦ ଓ ସିଗାରେଟ –

www.cnbc.com

ମଦ ଓ ସିଗାରେଟ କାରଣରୁ ଶରୀରରେ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ବଢିଯାଏ । ଏହା ସହ ସିଗାରେଟ ଯୋଗୁଁ ଆମ ଶରୀରରେ ଥିବା ହୋରମନ୍ ପରିବର୍ତ୍ତନ ଆସିବାକୁ ଲାଗିଥାଏ । ଯେଉଁ କାରଣରୁ ନଫୁସକତା ହେବାର ସମ୍ଭାବନା ଅଧିକ ବଢିଯାଏ । ଯାହାକି ଏକ ଗମ୍ଭୀର ରୋଗ ଅଟେ ।

୪) ଲେପଟପର ଅଧିକ ବ୍ୟବହାର –

Google

ଆଧୁନିକ ପ୍ରୟୋଗ ବିଜ୍ଞାନର ସାହାଯ୍ୟରେ ଆମ ଜୀବନଶୈଳୀ ତ’ ସହଜ ହୋଇଗଲା କିନ୍ତୁ ଏହାର ବ୍ୟବହାରରେ ଶରୀର ଉପରେ ଅନେକ କ୍ଷତିର ପ୍ରଭାବ ପଢୁଛି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଅଧିକ ସମୟ ପର୍ଯ୍ୟନ୍ତ ଯଦି ଲେପଟପ ବ୍ୟବହାର କରିଥାଅ, ତାହା ଆପଣଙ୍କୁ ଚିନ୍ତିଗ୍ରସ୍ତରେ ପକାଇପାରେ । ଏକ ରିପୋର୍ଟ ଅନୁସାରେ ଯଦି ଲେପଟପକୁ ନିଜ ଜଙ୍ଘ ଉପରେ ରଖି ଅଧିକ ସମୟ ବ୍ୟବହାର କରିବା, ତେବେ ତାହା ଶରୀରର ଅଣ୍ଡକୋଷରେ ତାପମାତ୍ରା ବଢିବାକୁ ଲାଗିଥାଏ, ଯାହାକି ସ୍ପେର୍ମ କାଉଣ୍ଟକୁ ପ୍ରଭାବିତ କରିଥାଏ ।

୫) ଗରମ ପାଣିରେ ସ୍ନାନ କରିବା –

https://giadinhtre.vn

ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଅନେକ ପ୍ରକାରର କ୍ଷତି ହୋଇଥାଏ ଯେଉଁଭଳି କି, ଶରୀରରେ ଶୁଖିଲାପଣ ଦେଖାଯିବା, ପାଚନ ତନ୍ତ୍ର ଉପରେ ପ୍ରଭାବ ପଡ଼ିଥାଏ । ଏହାସହ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରର ତାପମାତ୍ରା ହଠାତ ବଢିଯାଏ, ଯେଉଁ କାରଣରୁ ଶୁକ୍ରାଣୁ ପ୍ରଭାବିତ ହୋଇଥାଏ ଓ ପ୍ରଜନନ କ୍ଷମତା ଦୁର୍ବଳ ହେବାକୁ ଲାଗିଥାଏ । ତେଣୁ ନଖ ଉଷୁମ ବା ଥଣ୍ଡାପାଣିରେ ସ୍ନାନ କରିବା ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଉପରେ ଆପଣଙ୍କୁ ମତାମତ କଣ Comment ଜରିଆରେ ଜାଣନ୍ତୁ । ଯଦି ଅନୁଛେଦଟି ପସନ୍ଦ ଆସିଲା ତେବେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ମଧ୍ୟରେ ଶେୟାର କରି ଜାଣନ୍ତୁ । ଧାନ୍ୟବାଦ ।

ସୌଜନ୍ୟ : www.newsdustak.com

Be the first to comment

Leave a Reply

Your email address will not be published.


*