ନିଜ ବିଧବା ମାଙ୍କ ପାଇଁ ପୁଅ ଖୋଜୁଅଛି ଗୋଟିଏ ବର ! କାରଣ ଜାଣିଲେ ଆପଣ ମଧ୍ୟ କରିବେ ପ୍ରଶଂସା… ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା ।

ଜୀବନକୁ ହସ ଖୁସିରେ ବିତାଇବାକୁ ଗୋଟିଏ ଭଲ ସାଥିର ଆବଶ୍ୟକ ହୋଇଥାଏ । ଏହି ଜୀବନ ସାଥି ଯଦି ଜୀବନ ସାରା ସାଥି ହୋଇ ରହେ, ତେବେ ଜୀବନ ସ୍ୱର୍ଗ ହୋଇଯିବ କିନ୍ତୁ ଯଦି ଜୀବନ ସାଥି ଜୀବନର ଅଧା ରାସ୍ତାରେ ଏକା କରି ଛାଡ଼ି ଚାଲିଗଲେ ଜୀବନ ନର୍କ ହୋଇଯାଇଥାଏ । ତେଣୁ ଜୀବନରେ ହସ ଖୁସିରେ ରହିବାପାଇଁ ଏକ ସାଥିର ଆବଶ୍ୟକ ହୋଇଥାଏ । ବେଳେବେଳେ ଲୋକଙ୍କ ସାଥି ଅଳ୍ପ ବର୍ଷପରେ ନିଜ ସାଥିକୁ କୌଣସି କାରଣ ବା ଦୁର୍ଘଟଣା ଯୋଗୁଁ ନିଜ ସାଥିକୁ ହରାଇ ଦିଅନ୍ତି । ଏହାପରେ ସେମାନେ ଏକା ହୋଇଯାନ୍ତି । ସାଧାରଣତଃ ଏଭଳି ଅନେକ ଥର ଦେଖିବାକୁ ମିଳିଲା ଯେ, ସାଥି ଯଦି ଶୀଘ୍ର ଚାଲି ଯାଇଥାଏ ଓ ମହିଳାର କମ ବୟସ ହୋଇଥାଏ, ତେବେ ସେହି ମହିଳାକୁ ଦ୍ୱିତୀୟ ବାହାଘର କରିଦିଅନ୍ତି କିନ୍ତୁ ବହୁତ ବୟସ ହୋଇଯାଏ, ତେବେ ସେ ଏକା ହିଁ ଜୀବନ ବିତାଇବାକୁ ପଡ଼ିବ । ଯଦି ସେ ବିବାହ କରିବାକୁ ଭାବେ ତେବେ ସବୁ ଲୋକମାନେ ତାକୁ ଚିଡାଇଥାନ୍ତି । ଯଦି କୌଣସି ମହିଳାର ବୟସ ବହୁତ ଅଧିକ ହୋଇଥାଏ, ତେବେ ସେ ଯଦି ଦ୍ୱିତୀୟ ବିବାହ କରିବାକୁ ଚାହିଁଥାଏ ତେବେ ଏହି କଥା କାହାକୁ ହଜମ ହୋଇନଥାଏ । କିନ୍ତୁ କୋଲିକତାର ହୁଗୁଳି ରେ ରହୁଥିବା ଏକ ପୁଅ ନିଜ ବିଧବା ମାଙ୍କ ପାଇଁ ସମାଜକୁ ଖାତିର ନକରି ଏକ ବର ଖୋଜୁଅଛି ।

newsdustak

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଆଜିକାଲି ସୋସିଆଲ ମିଡ଼ିଆରେ ଗୋଟିଏ ପୋଷ୍ଟ ବହୁତ ମାତ୍ରାରେ ଭାଇରଲ ହେବାରେ ଲାଗୁଛି । ଏହି ପୋଷ୍ଟକୁ ଗୌରବ ନାମକ ଅଧିକାରୀ ପୋଷ୍ଟ କରିଥିଲେ । ଗୌରବ କହିଲେ ଯେ, ସେ ନିଜ ବିଧବା ମାଙ୍କ ପାଇଁ ଏକ ଯୋଗ୍ୟ ବର ଖୋଜୁଛନ୍ତି । ଗୌରବ ଲେଖିଥିଲେ ଯେ, ଚାକିରୀ ଯୋଗୁଁ ମୋତେ ଅଧିକାଂଶ ସମୟରେ ବାହାରେ ରହିବାକୁ ପଡୁଛି । ତାହାପରେ ମୋର ବିବାହ ମଧ୍ୟ ହୋଇଯିବ । ଏହାପରେ ମୁଁ ବୋଧ ହୁଏ ମୋ ମାଆଙ୍କ ପାଇଁ ଅଧିକ ସମୟ ଦେଇପାରିବି ନାହିଁ । ଗୌରବ କହିଲେ କି, ତାଙ୍କ ମାଙ୍କୁ ବହି ପଢିବା ଓ ଗୀତ ଶୁଣିବାକୁ ବହୁତ ପସନ୍ଦ କରନ୍ତି । ଯେତେବେଳେ ମୁଁ ବାହାରେ ଥାଏ ମୋ ମାଆ ଏହା ହିଁ କରିଥାନ୍ତି ।

ଏହା ଆପଣ ସମସ୍ତେ ଜାଣିଥିବେ କେବଳ ବହି ଦ୍ୱାରା ଜୀବନ ବିତାଇବା ସମ୍ଭବ ନୁହଁ । ଏହି ସବୁ ଜିନିଷ ଗୋଟିଏ ଜୀବନ ସାଥିର ଅନୁପସ୍ଥିତିର ସବୁ ପୂରଣ କରିପାରି ନଥାଏ । ଗୌରବ କହିଲେ ଆମକୁ ଟଙ୍କା, ସମ୍ପତ୍ତିର କିଛି ଆଶା ନାହିଁ ସେ କେବଳ ଏତିକି ଚାହାଁନ୍ତି କି, ସେ ଆତ୍ମନିର୍ଭରଶୀଳ ଥାଆନ୍ତୁ । ସେ ମୋ ମାଆଙ୍କୁ ଖୁସିରେ ରଖିପାରନ୍ତୁ ଏଥିରେ ହିଁ ମୋର ଖୁସି ଲୁଚି ରହିଛି । ଗୌରବ କହିଲେ କି ମୋର ଏହି ନିର୍ଣ୍ଣୟ ଯୋଗୁଁ ଲୋକମାନେ ହସି ପାରନ୍ତି କିନ୍ତୁ ମୋର ନିର୍ଣ୍ଣୟ କେବେବି ପରିବର୍ତ୍ତନ ହେବ ନାହିଁ । ମୁଁ ମୋ ମାଙ୍କୁ ଗୋଟିଏ ନୂଆଁ ଜୀବନ ଦେବାକୁ ଚାହୁଁଛି । ମୁଁ ଏହା ଚାହୁଁଛି କି ମୋ ମାଆଙ୍କୁ ଏକ ନୂଆଁ ସାଥି ଓ ଭଲ ମିତ୍ରଟି ମିଳୁ ।

ଗୌରବ କହିଲେ କି, ମାଆଙ୍କ ସେ ଗୋଟିଏ ସନ୍ତାନ ହିଁ ଅଛନ୍ତି । ଏଭଳି ସ୍ଥିତିରେ ଯଦି ସେ ବି ମାଆଙ୍କୁ ଛାଡ଼ି ଚାଲିଯିବେ ତେବେ ମାଆ ଏକା ପଡ଼ିଯିବେ । ସେ ଫେସବୁକରେ ପୋଷ୍ଟ କରିବା ଆଗରୁ ସେ ନିଜ ମାଆଙ୍କୁ ମଧ୍ୟ ପଚାରି ଥିଲେ । ମା’ କହିଲେ କି, ସେ ନିଜ ପୁଅ ପାଇଁ ଭାବିଥାନ୍ତି କିନ୍ତୁ ଗୌରବ କହିଲେ କି ସେ ନିଜ ମାଆଙ୍କ ପାଇଁ ଭାବିଥାନ୍ତି ଓ ଏହା ମୋର କର୍ତ୍ତବ୍ୟ ମଧ୍ୟ ଅଟେ । ଗୌରବ କହିଲେ କି ମାଆ’ ଖୁସିରେ ରହିବା ଦରକାର । ଗୌରବଙ୍କ ଏହି ନିର୍ଣ୍ଣୟ ଯୋଗୁଁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି ।

Be the first to comment

Leave a Reply

Your email address will not be published.


*