ନିଜ ବାପାଙ୍କୁ ବାହା ହେଲେ ୨୧ ବର୍ଷିୟ ଯୁବତୀ । କାରଣ ଜାଣିଲେ ଉଡିଯିବ ହୋସ୍

ବନ୍ଧୁଗଣ ବାପା ଝିଅର ସମ୍ପର୍କକୁ ଆମ ସମାଜରେ ଅତି ପବିତ୍ର ସମ୍ପର୍କ ବୋଲି ମାନା ଯାଇଥାଏ । କାରଣ ଏହିୟ ସମ୍ପର୍କରେ ସ୍ନେହ, ଭଲପାଇବା ଓ ଶ୍ରଦ୍ଧା ଭରି ରହିଥାଏ । କିନ୍ତୁ ଆଜିକାଲିର ସମାଜରେ ଏହି ସମ୍ପର୍କରେ ଅନେକ ପ୍ରକାର ଅଘଟଣ ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ନିବ୍ରାସ୍କାରେ ଦେଖିବାକୁ ମିଳିଛି । ଯେଉଁଠି ଜେନ ୨୧ ବର୍ଷୀୟ ଯୁବତୀ ନିଜ ବାପାଙ୍କୁ ହିଁ ବିବାହ କରିଛନ୍ତି । ନିଜ ଭଉଣୀକୁ ଅପମାନିତ କରିବା ପାଇଁ ନିଜ ପିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଯୁବତୀ । ଆଉ ଏହାପରେ ଜେଲ୍ ଯିବାରୁ ମୁକ୍ତି ପାଇବା ପାଇଁ ସେ ନିଜ ପିତାଙ୍କୁ ବିବାହ ମଧ୍ୟ କରି ନେଇଛନ୍ତି । ଏହି ଯୁବତୀଙ୍କ ନାମ ହେଉଛି ସାମନ୍ତା କ୍ରେସନର ଓ ତାଙ୍କର ବୟସ ୨୧ ବର୍ଷ । ତାଙ୍କ ପିତାଙ୍କ ନାମ ଟ୍ରାବିସ ଫିଲ୍ଡ ଗୋଗ ଟ୍ରାବିସ ସାମନ୍ତାଙ୍କ ବାୟଲଜିକାଲ ପିତା ଅଟନ୍ତି ।

ଏହି ଦୁହିଙ୍କ ସାକ୍ଷାତ ୪ ବର୍ଷ ପୂର୍ବେ ହୋଇଥିଲା । ସେତେବେଳେ ଟ୍ରାବିସଙ୍କୁ ୪୦ ବର୍ଷ ବୟସ ହୋଇଥିଲା । ଆଉ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ବାପା ଏବଂ ଝିଅର ଏହି ସମ୍ପର୍କକୁ ନେଇ ସେତେବେଳେ ସେମାନଙ୍କୁ ଦଣ୍ଡ ମଧ୍ୟ ପ୍ରଦାନ କରଯାଇଥିଲା । ତେବେ ପୋଲିସ ତଦନ୍ତରୁ ଜଣା ପଡିଥିଲା ଯେ ସାମନ୍ତା ନିଜ ସାନ ଭଉଣୀକୁ ଅପମାନିତ କରିବା ପାଇଁ ପିତାଙ୍କ ସହିତ ଏହି ସମ୍ପର୍କ ସ୍ଥାପନ କରିଥିଲେ । ତାଙ୍କ ପିତାଙ୍କ ସ୍ନେହା, ଭଲ ପାଇବା ଆଉ କାହା ସହିତ ଭାଗ ବଣ୍ଟା ହେଉ ସେ ଏହା ଚାହୁଁ ନଥିଲେ । ଏଥିପାଇଁ ନିଜ ବାପାଙ୍କୁ ପାଖରେ ରଖିବା ପାଇଁ ସେ ଏହି ନିସ୍ପତି ନେଇଥିଲେ । କେବଳ ଏତିକି ନୁହେଁ ପୋଲିସ୍ ଠାରୁ ବଞ୍ଚିବା ପାଇଁ ନିଜ ପିତାଙ୍କୁ ବିବାହ ମଧ୍ୟ କରି ନେଇଥିଲେ ସାମନ୍ତା । ତେବେ ଏହି ଦୁହିଙ୍କ ସମ୍ପର୍କକୁ ନେଇ ମଧ୍ୟ ଟ୍ରାବିସଙ୍କ ପତ୍ନୀ ଆପତ୍ତି ଜଣାଇଛନ୍ତି ।

Be the first to comment

Leave a Reply

Your email address will not be published.


*