ନିଜ ପାପୁଲିରେ ଏହି ୮ଟି ଚିହ୍ନ ରୁ ଯଦି ଗୋଟିଏ ଚିହ୍ନ ଅଛି, ତେବେ ଚମକି ଯିବ ଆପଣଙ୍କ ଭାଗ୍ୟ !

ଲୋକମାନେ କହିଥାନ୍ତି ନିଜର ସଫଳତା ନିଜ ହାତରେ ଅଛି । ଆପଣଙ୍କର ପରିଶ୍ରମ ଓ ନିର୍ଣ୍ଣୟ କ୍ଷମତା ଉପରେ ନିଜର ଭବିଷ୍ୟତ ନିର୍ଭର କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହସ୍ତ ରେଖା ଚିହ୍ନକୁ ବିଶେଷଣ କରିଲେ ବ୍ୟକ୍ତିର ସ୍ଵଭାବ, କେରିଅର, ଜୀବନ ଶୈଳୀ ଓ ଭବିଷ୍ୟତ ବ୍ୟକ୍ତ କରାଯାଏ । ବୈଜ୍ଞାନିକଙ୍କ ମତ ଅନୁସାରେ ହାତର ଆଙ୍ଗୁଠି ନଖ ସହିତ ରେଖା ଚିହ୍ନ ଗୁଡ଼ିକର ମଧ୍ୟ ଅଲଗା ଅଲଗା ମହତ୍ତ୍ୱ ରହିଥାଏ । ଏହି ଚିହ୍ନ ଦ୍ୱାରା ନିଜର ସ୍ଵଭାବ ଓ ସୌଭାଗ୍ୟ ବିଷୟରେ ଜଣାପଡ଼ି ଥାଏ ।

ହାତରେ ମୁଖ୍ୟତଃ ୮ ପ୍ରକାରର ଚିହ୍ନ ଥାଏ । ଯାହା ଶୁଭଫଳ ଦାୟକ ହୋଇଥାଏ । ତେବେ ଚାଲନ୍ତୁ ସେହି ଚିହ୍ନ ବିଷୟରେ ଜାଣିବା ।

୧) ମନ୍ଦିର ଚିହ୍ନ –

google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତରେ ଯଦି କୌଣସି ସ୍ଥାନରେ ମନ୍ଦିର ଚିହ୍ନ ଥାଏ, ତେବେ ବୁଝିବାକୁ ହେବ ଯେ ସେହି ବ୍ୟକ୍ତି ସର୍ବଶ୍ରେଷ୍ଟ ପଦ ପ୍ରାପ୍ତ କରିଥାଏ ଓ ଭୋଗବିଳାଶରେ ରହିଥାନ୍ତି । ଏମାନେ ଭାଗ୍ୟଶାଳୀ ହେବା ସହ ଶାସ୍ତିକ ପ୍ରକୃତିର ହୋଇଥାନ୍ତି ନିଜ ଜୀବନରେ କେବେବି ଭୁଲ୍ କରନ୍ତି ନାହିଁ ।

୨) ତ୍ରିଶୂଳ ଚିହ୍ନ –

ତ୍ରିଶୂଳ ଚିହ୍ନ ସୌଭାଗ୍ୟର ପ୍ରତୀକ ଅଟେ । ଯାହା ଭାଗ୍ୟଶାଳୀ ବ୍ୟକ୍ତିଙ୍କ ହାତରେ ଦେଖିବାକୁ ମିଳିଥାଏ । ଏହି ଚିହ୍ନ ଥିବା ଲୋକମାନେ ନିଜ ଜୀବନରେ ସମସ୍ତ ସୁଖ, ସୁବିଧା ଓ ମାନସମ୍ମାନ ପାଇଥାଏ । ସମସ୍ତ କାର୍ଯ୍ୟ ଓ ମନସ୍କାମନା ପୂରଣ କରନ୍ତି ।

୩) ରଥ ଚିହ୍ନ –

ହାତରେ ରଥ ଚିହ୍ନ ଥିଲେ ସେହି ବ୍ୟକ୍ତି ରାଜ ଭୋଗ କରିଥାନ୍ତି । ସେମାନେ ରାଜାଙ୍କ ଭଳି ଦିନ ବିତାଇ ଥାନ୍ତି ।

୪) ସ୍ୱସ୍ତିକ ଚିହ୍ନ –

ସ୍ୱସ୍ତିକ ଚିହ୍ନକୁ ବହୁତ ପବିତ୍ର ବୋଲି କୁହାଯାଏ । ଯେଉଁ ବ୍ୟକ୍ତିର ହାତରେ ସ୍ୱସ୍ତିକ ଚିହ୍ନ ଥାଏ । ସମସ୍ତ କାର୍ଯ୍ୟକ୍ରମରେ ଶୁଭଫଳ ପ୍ରାପ୍ତ କରିଥାନ୍ତି । ସେମାନେ ଧର୍ମ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଓ ସମ୍ମାନ ପାଇଥାନ୍ତି ।

୫) ହାତୀ ଚିହ୍ନ –

ହାତୀ ଚିହ୍ନ ସୌଭାଗ୍ୟର ପ୍ରତୀକ ଅଟେ । ଯେଉଁ ବ୍ୟକ୍ତଙ୍କ ହାତର ପାପୁଲି ରେଖାରେ ହାତୀ ଚିହ୍ନ ପରି ଥାଏ, ସେମାନଙ୍କୁ ଭଗବାନ ଗଣେଶଙ୍କ କୃପା ପ୍ରାପ୍ତି ହୋଇଥାଏ । ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତ ହୁଅନ୍ତି ଏବଂ ଶତ୍ରୁମାନେ କିଛି କ୍ଷତି କରିପାରନ୍ତି ନାହିଁ ।

୬) ମାଛ ଚିହ୍ନ –

ଯେଉଁ ବ୍ୟକ୍ତିର ହାତ ପାପୁଲିରେ ମାଛ ଚିହ୍ନ ଥାଏ, ସେମାନଙ୍କ ଜୀବନରେ ଅନେକ ସ୍ମରଣୀୟ ଘଟଣା ଘଟେ । ଚାକିରୀ ମିଳିବା, ଧନୀ ହେବା, ଭାଗ୍ୟ ବଦଳିବା, ଟଙ୍କା ପ୍ରାପ୍ତି ହେବା ଆଦି ହଠାତ୍ ହୋଇଥାଏ।

୭) ପତାକା ଚିହ୍ନ –

ହସ୍ତ ରେଖାରେ ପତାକା ଚିହ୍ନ ଥିବା ଭାଗ୍ୟଶାଳୀ ବୋଲି କୁହାଯାଏ । ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ପତାକାର ଚିହ୍ନ ଥାଏ, ତେବେ ସେମାନେ ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତି ହୁଅନ୍ତି । ଏହି ବ୍ୟକ୍ତି କୋର୍ଟ, କୋଚେରୀ, ବାଦ ବିବାଦ, ଆଦିରେ ବିଜୟ ପ୍ରାପ୍ତ ହୋଇଥାଏ ।

8) ଗଛ ଚିହ୍ନ –

ହସ୍ତ ରେଖାରେ ଗଛର ଚିହ୍ନ ଅତ୍ୟନ୍ତ ଶୁଭଫଳ ଦାୟକ ଅଟେ । ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିର ରେଖାରେ ଗଛ ଚିହ୍ନ ପରି ଥାଏ । ସେମାନଙ୍କ ଜୀବନରେ ହଠାତ ସୌଭାଗ୍ୟ ପ୍ରାପ୍ତି ହେବ । ଏହି ୮ଟି ଚିହ୍ନରୁ ଯେକୌଣସି ମଧ୍ୟ ଗୋଟିଏ ଚିହ୍ନ ଥିଲେ ଆପଣଙ୍କ ଭାଗ୍ୟ ହଠାତ୍ ଚମକୀବ ।

Be the first to comment

Leave a Reply

Your email address will not be published.


*