ଦିଲ୍ଲୀର ‘ପବ୍’ ବାହାରେ ଭାଇରଲ୍ ହେଲା ଅଜୟ ଦେବଗନ୍ ଥିଲାଙ୍କ ଭିଡ଼ିଓ ! ଟ୍ୱିଟ୍ କରି ଅଭିନେତା କହିଲେ ନିଜର ଅବସ୍ଥା…

ଦିଲ୍ଲୀର ‘ପବ୍’ ବାହାରେ ଭାଇରଲ୍ ହେଲା ଅଜୟ ଦେବଗନ୍ ଥିଲାଙ୍କ ଭିଡ଼ିଓ ! ଟ୍ୱିଟ୍ କରି ଅଭିନେତା କହିଲେ ନିଜର ଅବସ୍ଥା…

ବଲିଉଡର ଜଣାଶୁଣା ଅଭିନେତା ‘ସିଂହମ୍ ଅଜୟ ଦେବଗନ୍’ଙ୍କର ଏକ ଭିଡ଼ିଓ ରାତାରାତି ସାରା ଦେଶରେ ଭାଇରଲ୍ ହୋଇଯାଇଛି । ଏହି ଭିଡ଼ିଓରେ କଥିତ ରୂପରେ ‘ଅଜୟ ଦେବଗନ୍’ଙ୍କୁ ମାଡ଼ ମରାଯାଉଛି । ଯେହେତୁ ବର୍ତ୍ତମାନ ଏହି ଖବର ବଡ଼ ହୋଇ ଯାଇଛି ତେଣୁ ବର୍ତ୍ତମାନ ଅଭିନେତା ସାମ୍ନାକୁ ଆସି ଏହି ବିଷୟରେ ସ୍ପଷ୍ଟ ଭାବରେ କହିଛନ୍ତି । ସେ କହିଛନ୍ତି ଯେ ସେ ଏହି ଭିଡ଼ିଓରେ ନାହାଁନ୍ତି ।

ଏହାସହିତ ସେ ଟ୍ୱିଟ୍ କରି କହିଛନ୍ତି ଯେ ଏପରି ଲାଗୁଛି ଯେ ମୋର କେହି କାର୍ବନ୍ କୋପି ସମସ୍ୟାରେ ପଡ଼ି ଯାଇଛି । ମୋ ପାଖରେ ଏହା ସମ୍ବନ୍ଧିତ କୋଲ୍ ମଧ୍ୟ ଆସୁଛି । ମୁଁ କେବଳ ସ୍ପଷ୍ଟ କରୁଛି ଯେ ମୁଁ କୌଣସି ସ୍ଥାନକୁବି ଯାତ୍ରା କରିନାହିଁ । ମୋ ବିଷୟରେ କୌଣସିବି ବିବାଦ ହେବାର ସବୁ ଖବର ନିରାଧାର ଅଟେ । ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ମଧ୍ୟ ଅଜୟ ଦେବଗନଙ୍କ ପ୍ରବକ୍ତା ମଧ୍ୟ କହିଥିଲେ ଯେ ଏହି ଭିଡ଼ିଓରେ ଅଜୟ ଦେବଗନ୍ ନାହାଁନ୍ତି । ସେ କହିଛନ୍ତି ଯେ ଅଜୟଙ୍କ ନାମରେ ମିଛ ଭିଡ଼ିଓ ପ୍ରସାରିତ କରାଯାଉଛି । ଯାହା ଉପରେ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ ।

ଏହି ସମ୍ପୂର୍ଣ୍ଣ ମାମଲାରେ ଅଭିନେତା ଅଜୟ ଦେବଗନଙ୍କ ପ୍ରବକ୍ତା କହିଛନ୍ତି ଯେ, ‘ଦିଲ୍ଲୀର ଏକ ପବ୍ ବାହାରେ ଝଗଡ଼ା ସହିତ ସମ୍ବନ୍ଧିତ ଯେଉଁ ଭିଡ଼ିଓ ଭାଇରଲ୍ ହେଉଛି ତାହା ସମ୍ପୂର୍ଣ୍ଣ ଭାବରେ ନିରାଧାର ଅଟେ । ସେ ଏହା ସହିତ ମଧ୍ୟ କହିଛନ୍ତି ଯେ ଏହି ଖବର କୁ ପ୍ରସାରିତ କରିଥିବା ମିଡ଼ିଆ ଚ୍ୟାନେଲ୍ ଧ୍ୟାନ ଦିଅନ୍ତୁ ଯେ ଅଜୟ ପୁରା ଦିନ ‘ମୈଦାନ୍’, ‘ମେଡେ’ ଏବଂ ‘ଗଙ୍ଗୁବାଇ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଗତ ୧୪ ଦିନ ହେବ ଦିଲ୍ଲୀ ଦର୍ଶନ କରିନାହାଁନ୍ତି ।

ଏହି ମାମଲାରେ ତାଙ୍କ ଟିମ୍ ମଧ୍ୟ ସ୍ପଷ୍ଟ ଭାବରେ କହିଛି ଯେ, ଅଜୟ କୁମାର୍ ଦେବଗନ୍ ଗତ ବର୍ଷ ରିଲିଜ୍ ହୋଇଥିବା ତାଙ୍କର ଫିଲ୍ମ ‘ନାହ୍ନାଜି-ଦ ଅନସଙ୍ଗ ବୋରିୟର୍’ର ପ୍ରମୋଟ କରିବା ପାଇଁ ୨୦୨୦ରେ ଦିଲ୍ଲୀ ଯାଇଥିଲେ । ତାପରଠାରୁ ସେ କେବେବି ଦିଲ୍ଲୀ ଯାଇ ନାହାଁନ୍ତି ।

କଣ ଅଟେ ସମ୍ପୂର୍ଣ୍ଣ ମାମଲା :-

କହିରଖୁଛୁ ଯେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଦ୍ରୁତ ବେଗରେ ଭାଇରଲ୍ ହେଉଛି ଯେଉଁଥିରେ ଏହା ଦାବି କରାଯାଉଛି ଯେ କୃଷକ ଆନ୍ଦୋଳନର ସମର୍ଥନ ନକରିବା ଏବଂ ଏହି ମାମଲାରେ ସରକାରଙ୍କ ସାଥ୍ ଦେବା କାରଣରୁ କାଲି ରାତିରେ ଦିଲ୍ଲୀରେ ଏକ ପବ୍ ବାହାରେ କିଛି ଲୋକମାନେ ଅଜୟ ଦେବଗନଙ୍କୁ ଲକ୍ଷରେ ରଖି ଜୋରଦାର ତାଙ୍କୁ ମାଡ଼ ମାରିଥିଲେ ।

ଦେଖୁ ଦେଖୁ ଏହି ଭିଡ଼ିଓ ଭାଇରଲ୍ ହୋଇଗଲା । ଏହି ଭିଡ଼ିଓ କୁ ସେୟାର୍ କରି ସୋସିଆଲ ମିଡ଼ିଆ ୟୁଜର୍ ମାନେ ଏହି ଦାବି କରିଛନ୍ତି ଯେ ଦିଲ୍ଲୀରେ ପବ୍ ବାହାରେ ଅଜୟ ଦେବଗନଙ୍କୁ ମାଡ଼ ମରାଯାଉଛି । କିନ୍ତୁ ଏହି ଭିଡ଼ିଓରେ ମାଡ଼ ମରାଯାଉଥିବା ବ୍ୟକ୍ତିଙ୍କ ଚେହେରା ସ୍ପଷ୍ଟ ଭାବରେ ନଜର ଆସିନାହିଁ ।

ଏହି ମାମଲାରେ ଦିଲ୍ଲୀର ଏରୋସିଟିର ଏକ ହୋଟେଲରେ ଏହି ବିବାଦ ହୋଇଥିଲା । ବିବାହ କାରଣରୁ ଉଭୟ ପକ୍ଷ ମଦ ପିଇଥିଲେ । ଏହି ଝଗଡ଼ା ସମୟରେ ଉଭୟ ପକ୍ଷରୁ ମାରପିଟ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବିବାଦରେ ମୋଟ ପାଞ୍ଚ ଜଣ ଲୋକ ଆହତ ହୋଇଥିଲେ ଯେଉଁଥିରେ ଦୁଇଜଣ ଝିଅ ମଧ୍ୟ ସାମିଲ୍ ଥିଲେ । ସୂଚନା ମିଳିବା ପରେ ପୋଲିସ୍ ଜନକପୁରୀ ନିବାସୀ ଏବଂ ଛାବଲା ନିବାସୀଙ୍କୁ ନିଜ କସ୍ଟଡିରେ ନେଇଛି ଏବଂ ପଚରା ଉଚୁରା ଜାରି ରଖିଛି ।

Leave a Reply

Your email address will not be published. Required fields are marked *