ଟୁଇଟ କରି ଟ୍ରୋଲର ଶିକାର ହୋଇଛନ୍ତି ଦୀପିକା ପାଦୁକୋଣ……

ଟୁଇଟ କରି ଟ୍ରୋଲର ଶିକାର ହୋଇଛନ୍ତି ଦୀପିକା ପାଦୁକୋଣ……

ରଣବିର ସିଂହଙ୍କ ୮୩ ଫିଲ୍ମ ଉପରେ ଟୁଇଟ କରି ଟ୍ରୋଲର ଶିକାର ହୋଇଛନ୍ତି ଦୀପିକା ପାଦୁକୋଣ ।

ଦୀପିକା ପାଦୁକୋଣ ଫିଲ୍ମ ଜଗତର ଏହିପରି ଜଣେ ଅଭିନେତ୍ରୀ ଯାହାଙ୍କୁ ଆବାଳ ବୃଦ୍ଧ ବନିତା ସମସ୍ତେ ଚିହ୍ନନ୍ତି । ଦୀପିକା ପାଦୁକୋଣ ବଲିଉଡ ଅଭିନେତା ରଣବିର ସିଂହଙ୍କୁ ବିବାହ କରିଛନ୍ତି । ବିଗତ ବର୍ଷ ଦୀପିକା ନିଜ ବିବାହକୁ ନେଇ ବହୁତ ଚର୍ଚ୍ଚା ସାଉଁଟିଥିଲେ ଯାହାପରେ ସେ ଛପାକ ଫିଲ୍ମ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ଦୀପିକା ଛପାକ ଫିଲ୍ମକୁ ନେଇ ବହୁତ ଆଶା ରଖିଥିଲେ କିନ୍ତୁ ଛପାକ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ସଫଳ ହୋଇନଥିଲା ।

ଛପାକ ପରେ ଦୀପିକା ନିଜ ପତି ରଣବିର ସିଂହଙ୍କ ଆଗାମୀ ଫିଲ୍ମ ୮୩ ରେ ଦେଖିବା ପାଇଁ ମିଳିବେ । ଫିଲ୍ମରେ ଦୀପିକାଙ୍କ କେମିକ ରୋଲ ରହିଛ । ଦୀପିକା ଫିଲ୍ମରେ କପିଲ ଦେବଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିବେ । କହିବା ପାଇଁ ଚାହୁଁଛୁ ୮୩ ଫିଲ୍ମଟି ପ୍ରସିଦ୍ଧ କ୍ରିକେଟର କପିଲ ଦେବଙ୍କ ଉପରେ ଆଧାରିତ ଅଟେ । ଏହି ଫିଲ୍ମରେ ରଣବିର ସିଂହ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ଏବଂ ଦୀପିକା ପାଦୁକୋଣ କପିଲ ଦେବଙ୍କ ପତ୍ନୀ ରୋମିଙ୍କ ଭୂମିକାରେ ଅଭିନୟ କରିବେ ।

ନିକଟରେ ଦୀପିକା ୮୩ କୁ ନେଇ ଏକ ଟୁଇଟ କରିଥିଲେ ଯାହାପରେ ଏହି ଟୁଇଟକୁ ନେଇ ଲୋକେ ଦୀପିକାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଦୀପିକା ଟୁଇଟ କରିବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରକାରରେ ଦୀପିକାଙ୍କୁ ଟ୍ରୋଲ କରିଥିଲେ । ଏହି ଟୁଇଟରେ ଦୀପିକା ଫିଲ୍ମରେ ଅଭିନୟ କରିଥିବା ରୋଲ ବିଷୟରେ ଲେଖିଥିଲେ କିନ୍ତୁ ଜଣା ପଡୁଛି ଲୋକଙ୍କୁ ଦୀପିକାଙ୍କ ଏହି ଟୁଇଟ ପସନ୍ଦ ହୋଇନଥିଲା ।

ଫିଲ୍ମରେ ଅଭିନୟ କରିଥିବା ନିଜ ରୋଲ ବିଷୟରେ ଦୀପିକା ଟୁଇଟ କରିଥିଲେ ଯେ ” ଖେଳ ଇତିହାସରେ ପ୍ରତିଷ୍ଠିତ କ୍ଷଣ ମଧ୍ୟରୁ ପ୍ରସ୍ତୁତ ହୋଇଥିବା ଏକ ଫିଲ୍ମରେ ଏକ ଛୋଟ ଚରିତ୍ରରେ ଅଭିନୟ କରିବା ବଡ଼ ସମସ୍ୟା ଅଟେ । ଯେତେବେଳେ ଦୀପିକା ଏହି ଟୁଇଟ କରିଥିଲେ ତୁରନ୍ତ ଏହି ଟୁଇଟଟି ଟୁଇଟରରେ ଭାଇରଲ ହୋଇଯାଇଥିଲା ଏବଂ ଏହି ଟୁଇଟ ଉପରେ ଲୋକେ ଦୀପିକାଙ୍କୁ ଭିନ୍ନ ଭିନ୍ନ ରୂପରେ କମେଣ୍ଟ କରିବା ଆରମ୍ଭ କରିଥିଲେ । ଏହି ଟୁଇଟ ଉପରେ ଏହିପରି କିଛି କମେଣ୍ଟ ଆସିଥିଲା ଯେ ଯେତେବେଳେ ଦୀପିକା କମେଣ୍ଟ ଗୁଡିକ ଦେଖିବେ ସେହି ସମୟରେ ଦୀପିକା ଏହାକୁ ପସନ୍ଦ କରିବେ ନାହିଁ ।

କିଛି ଇଉଜର୍ସ ଦୀପିକାଙ୍କୁ ଜେଏନୟୁ ନଆସିବା ପାଇଁ ପରାମର୍ଶ ଦେଇଥିଲେ । କିଛି ଇଉଜର୍ସ କହିଥିଲେ ଯଦି ତୁମେ (ଦୀପିକା) ପୁଣିଥରେ ଜେଏନୟୁ ଯାଆନ୍ତି ତେବେ ଛପାକ ଭଳି ଏହି ଫିଲ୍ମର ଅବସ୍ଥା ହୋଇଯିବ । କହିବା ପାଇଁ ଚାହୁଁଛୁ ଦୀପିକା ଛପାକ ଫିଲ୍ମ ସମୟରେ ଜେଏନୟୁ ଯାଇଥିଲେ ଯାହାଫଳରେ ଏହାର ସିଧା ପ୍ରଭାବ ଫିଲ୍ମ ଉପରେ ପଡିଥିଲା । କିଛି ଲୋକ ଏହାକୁ ପବ୍ଲିସିଟିର ଶସ୍ତା ଷ୍ଟାଣ୍ଟ କହିଥିବା ବେଳେ କିଛି ଲୋକ ଫିଲ୍ମଟିକୁ ବୟ କଟ କରିବା ପାଇଁ କହିଥିଲେ । ଅନ୍ୟପକ୍ଷରେ କିଛି ଇଉଜର୍ସ ଦୀପିକାଙ୍କୁ ସାହିନ ବାଗ ଯିବା ପାଇଁ ପରାମର୍ଶ ଦେଇଥିଲେ ।

ଫିଲ୍ମ ୮୩ ବଡ଼ ପରଦାରେ ୨୪ ଡିସେମ୍ବର ୨୦୨୧ରେ ରିଲିଜ ହୋଇଛି । ରଣବିରଙ୍କ ପ୍ରଶଂସକ ଚାତକ ଭଳି ଏହି ଫିଲ୍ମର ଅପେକ୍ଷାରେ ରହିଥିଲେ । ବିବାହ ପରେ ପ୍ରଥମ ଥର ଦୀପିକା ଏବଂ ରଣବିର ଏକତ୍ର କୌଣସି ଫିଲ୍ମରେ ଅଭିନୟ କରୁଥିବା ଦେଖିବା ପାଇଁ ମିଳିବେ । ୧୯୮୩ରେ ଭାରତ କ୍ରିକେଟ ଜଗତରେ ବିଶ୍ୱକପ ବିଜେତା ହୋଇଥିଲା ଏବଂ ଏହି ଫିଲ୍ମଟି ସେହି ସ୍ବର୍ଣ୍ଣିମ ଯାତ୍ରା ଉପରେ ଆଧାରିତ ଅଟେ ।

ଯେଉଁମାନେ ୮୩ର ଇତିହାସ ଦେଖିନଥିଲେ ସେମାନେ ଏହି ଫିଲ୍ମ ମାଧ୍ୟମରେ ସେହି ମୁହୂର୍ତ୍ତର ମଜା ଉଠାଇ ପାରିବେ । ଫିଲ୍ମ ପାଇଁ ରଣବିର କପୁର ବହୁତ ପରିଶ୍ରମ କରିଛନ୍ତି । ଶେଷ ଥର ପାଇଁ ରଣବିର ସିଂହ ଗଲି ବଏରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ଫିଲ୍ମଟି ଅନେକ ଫିଲ୍ମଫେୟାର ଆୱାର୍ଡ ବିଜୟ ଲାଭ କରିଥିଲା ବର୍ତ୍ତମାନ ଦେଖିବା ପାଇଁ ବାକି ରହିଛି ୮୩ ଫିଲ୍ମଟି କେଉଁ ଭଲି ଦର୍ଶକଙ୍କ ମନରଞ୍ଜନ କରିବାରେ ସଫଳ ହେବ ।

Leave a Reply

Your email address will not be published. Required fields are marked *