ଜୁନ ୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ ଲକ୍ଡ଼ାଉନ ! ଏହିସବୁ ଦୋକାନ ଖୋଲା ରହିବ, ଜାଣନ୍ତୁ କଣ ସବୁ ବନ୍ଦ ରହିବ ।

ଜୁନ ୧୭ ପର୍ଯ୍ୟନ୍ତ ବଳବତ୍ତର ରହିବ ଲକ୍ଡ଼ାଉନ ! ଏହିସବୁ ଦୋକାନ ଖୋଲା ରହିବ, ଜାଣନ୍ତୁ କଣ ସବୁ ବନ୍ଦ ରହିବ ।

କରୋନା ସଂକ୍ରମଣର ବର୍ଦ୍ଧିତ ହାର ଲକ୍ଡ଼ାଉନ ଯୋଗୁଁ କିଛି ମାତ୍ରାରେ ହ୍ରାସ ପାଇଥିବା ଯୋଗୁଁ ଓଡିଶା ରାଜ୍ୟ ସରକାର ଲକ୍ଡ଼ାଉନ ଅବଧିକୁ ଜୁନ୍ ୧୭ ପର୍ଯ୍ୟନ୍ତ ବର୍ଦ୍ଧିତ କରିଛନ୍ତି ।

ଏଥିସହ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପୂର୍ବ ପରି ବଳବତ୍ତର ରହିବ । ଅନ୍ୟପକ୍ଷରେ ସଂକ୍ରମଣ ହାର କମୁଥିବାରୁ ୩ଟି ଜିଲ୍ଲାରେ (ନୂଆପଡା, ଗଜପତି ଓ ସୁନ୍ଦରଗଡ) ଲକ୍‌ଡାଉନ୍‌ କୋହଳ କରାଯାଇଛି । ପୂର୍ବ ଗଇଡଲାଇନ ଅନୁଯାୟୀ ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ ଚାଲୁରହିବ ଓ ୨୦ ଜଣଙ୍କୁ ନେଇ ଶୁଦ୍ଧିକ୍ରିୟା କାର୍ଯ୍ୟ ସମାପନ କରାଯିବ । ପୂର୍ବ ଘୋଷଣାରେ ଅନୁଯାୟୀ ଦୋକାନଗୁଡିକ ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହିବ ।

ସମଗ୍ର ଓଡିଶାର ୨୭ ଜିଲ୍ଲାରେ ଦୈନିକ ୪ ଘଣ୍ଟା ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ଦୋକାନ ଖୋଲା ରହିବ ଏବଂ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ ।

ଖୋଲା ରହିବ :

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯେପରି ଔଷଧ, ପନିପରିବା, ସଉଦା, ଛାତ୍ରଛାତ୍ରୀଙ୍କ ପଢା ନିମନ୍ତେ ବହି ଦୋକାନ ଖୋଲା ରହିବ ।

ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବର କାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି ।

ପୂର୍ବଭଳି ଗ୍ୟାରେଜ୍ ଓ ଗାଡି ମରାମତି ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି, ଏହାସହ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ ।

କମ୍ପ୍ୟୁଟର, ମୋବାଇଲ ମରାମତି, ଇଲେକ୍ଟ୍ରି, ଇଲେକ୍ଟ୍ରିକାଲ ମରାମତି ଦୋକାନ, ଏସି, କୁଲର, ଓ୍ଵାଟର ପ୍ୟୁରିଫାୟର ମରାମତି ଦୋକାନା ଖୋଲା ରହିବ ।

ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ ।

କ୍ଷୀର ବିକିବାକୁ କେବଳ ଓମଫେଡ ଦୋକାନ ଖୋଲା ରହିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି । କିନ୍ତୁ ଓମଫେଡ ଦୋକାନରେ ଚା, କଫି ବିକ୍ରି ହୋଇପାରିବ ନାହିଁ ।

ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ସରକାରୀ ଅଫିସ୍‌ରେ କର୍ମଚାରୀ ସଂଖ୍ୟା କମାଯିବ ।

ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସ୍‌ରେ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ କମାଯିବ । ବେସରକାରୀ, କର୍ପୋରେଟ୍ ଅଫିସ୍‌ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।

ଲକ୍‌ଡାଉନ୍‌ରେ ପୋଲିସ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ ।

ଆସନ୍ତୁ ଜାଣିବା କଣ ସବୁ ବନ୍ଦ ରହିବ :

ବିଦ୍ୟାଳୟ, କଲେଜ୍, କୋଚିଂ ପ୍ରତିଷ୍ଠାନ ଏବଂ ଲାଇବ୍ରେରୀଗୁଡ଼ିକ ବନ୍ଦ ରହିବ ।

ଫିଲ୍ମ ହଲ୍, ମଲ୍ଟିପ୍ଲେକ୍ସ, ଥିଏଟର୍, ଜିମ୍, ସୁଇମିଂ ପୁଲ୍, ସର୍ବସାଧାରଣ ପାର୍କ ଏବଂ ଷ୍ଟାଡିୟମ୍ ରହିବ ବନ୍ଦ ।

ସପିଂ ମଲ୍ ଗୁଡିକ ବନ୍ଦ ରହିବ, ବଜାରରେ ମନୋନୀତ ଦୋକାନଗୁଡିକ ବନ୍ଦ ରହିବ ।

ହୋଟେଲ୍ ଏବଂ ରିସୋର୍ଟ ବନ୍ଦ ରହିବ ।

ବିବାହ ସମାରୋହ ଉପରେ ପ୍ରତିବନ୍ଧକ ଜାରି ରହିବ ୨୫ରୁ ଅଧିକ ଲୋକ ବିବାହ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ ସେହିପରି ଶୁଦ୍ଧକ୍ରିୟା କାର୍ଯ୍ୟରେ ୨୦ ଜଣ ଯୋଗ ଦେଇପାରିବେ ।

ପବ୍ଲିକ୍ ଟ୍ରାନ୍ସପୋର୍ଟ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *