ଜୁନ ମାସରେ ଏହି ଦିନଗୁଡିକରେ ବନ୍ଦ ରହିବ ବ୍ୟାଙ୍କ ! ଛୁଟି ଦିନଗୁଡିକ ଜାଣିନିଅନ୍ତୁ ନଚେତ ଅସୁବିଧାରେ ପାଇପାରନ୍ତି !

ଜୁନ ମାସରେ ଏହି ଦିନଗୁଡିକରେ ବନ୍ଦ ରହିବ ବ୍ୟାଙ୍କ ! ଛୁଟି ଦିନଗୁଡିକ ଜାଣିନିଅନ୍ତୁ ନଚେତ ଅସୁବିଧାରେ ପାଇପାରନ୍ତି !

ନୂଆଦିଲ୍ଲୀ : କରୋନାର ଦ୍ଵିତୀୟ ଲୋହରିରେ ସମଗ୍ର ଭାରତ ବର୍ଷରେ ହା ହାକର ପଡୁଛି । ଲୋକଙ୍କ ମନରେ ଭୟ । କରୋନା ପରିସ୍ଥିତିକୁ ଏଡାଇବା ପାଇଁ ସରକାର ଲକ୍ଡ଼ାଉନ ସ୍ଥିତିକୁ ବଳବତ୍ତର ରଖିଛନ୍ତି । ଏହି ପରିସ୍ଥିତିରେ ଗ୍ରାହକମାନଙ୍କର ସୁବିଧା ନିମନ୍ତେ ସମସ୍ତ ବ୍ୟାଙ୍କ ଅନଲାଇନ ମାଧ୍ୟମରେ ଗ୍ରହକଙ୍କୁ ଯୋଡ଼ିବାକୁ ପ୍ରୟାସ ଜାରି ରଖିଛନ୍ତି, ଯାହାଫଳରେ ଗ୍ରହକକୁ ବ୍ୟାଙ୍କ ବ୍ରାଞ୍ଚକୁ ଆସିବାକୁ ପଡିବ ନାହିଁ । ଆପଣମାନେ ଜାଣିଥିବେ ଲକ୍ଡ଼ାଉନ ଯୋଗୁଁ ବ୍ୟାଙ୍କର କାର୍ଯ୍ୟ ସରିଣୀ ମଧ୍ୟ ସୀମିତ କରାଯାଇଛି । ଅର୍ଥାତ ସକାଳ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ଚାଲୁ ରହିବ । ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କୁ ଜଣାଇବୁ ଯେ, ଜୁନ ମାସରେ ବ୍ୟାଙ୍କ କେତେ ଦିନ ଛୁଟି ରହିବ ।

ଜୁନ ମାସରେ ବ୍ୟାଙ୍କ ନଅ ଦିନ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡିକର ଛୁଟି ଲିଷ୍ଟ ଜାରି କରାଯାଇଛି । RBI ରାଜ୍ୟ ହିସାବରେ ସମସ୍ତ ବ୍ୟାଙ୍କର ଛୁଟି ପ୍ରସ୍ତୁତ କରିଥାଏ । ଜୁନ ମାସରେ ସମସ୍ତ ସାପ୍ତାହିକ ଛୁଟିକୁ ମିଶାଇ ଏବଂ ଅନ୍ୟ ଛୁଟିକୁ ମିଶାଇ ନଅ ଦିନ ବ୍ୟାଙ୍କ ବନ୍ଦ ରହିବ ।

ଆସନ୍ତୁ ଜାଣିବା କେଉଁ କେଉଁ ଦିନଗୁଡିକ ବ୍ୟାଙ୍କ ବନ୍ଦ ରହିବ :

୦୬ ଜୁନ- ରବିବାର, ୧୨ ଜୁନ– ଦ୍ଵିତୀୟ ଶନିବାର, ୧୩ ଜୁନ– ରବିବାର, ୧୫ ଜୁନ– ମିଥୁନ ସଂକ୍ରାନ୍ତି ବା ରଜ ପର୍ବ, ୨୦ ଜୁନ– ରବିବାର, ୨୫ ଜୁନ– ଗୁରୁ ହରଗୋବିନ୍ଦ ଜୟନ୍ତୀ, ୨୫ ଜୁନ– ଶେଷ ଶନିବାର, ୨୭ ଜୁନ– ରବିବାର ଓ ୩୦ ଜୁନ- ରେମନା ନି ।

ବ୍ୟାଙ୍କ ସମନ୍ଧୀୟ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିନିଅନ୍ତୁ । ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *