ଜଳ ଅର୍ପଣ କରିବା ବ୍ୟତୀତ ଏହି ୫ଟି କାର୍ଯ୍ୟ କଲେ ସୂର୍ଯ୍ୟଦେଵ ପ୍ରସନ୍ନ ହୋଇଥାନ୍ତି…..

ଜଳ ଅର୍ପଣ କରିବା ବ୍ୟତୀତ ଏହି ୫ଟି କାର୍ଯ୍ୟ କଲେ ସୂର୍ଯ୍ୟଦେଵ ପ୍ରସନ୍ନ ହୋଇଥାନ୍ତି…..

ଜଳ ଅର୍ପଣ କରିବା ବ୍ୟତୀତ ଏହି ୫ଟି କାର୍ଯ୍ୟ କଲେ ସୂର୍ଯ୍ୟଦେଵ ପ୍ରସନ୍ନ ହୋଇ ପ୍ରତିଟି ମନୋକାମନା ପୂର୍ଣ କରିଥାନ୍ତି ।

ସୂର୍ଯ୍ୟଦେଵ ଜଣେ ତେଜସ୍ୱୀ ଦେବତା ଅଟନ୍ତି । ସୂର୍ଯ୍ୟଙ୍କୁ ଭାଗ୍ୟ ପରିବର୍ତ୍ତନକାରୀ ଦେବତା ରୂପରେ ପୂଜା କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ପଡିଥାଏ । ସୂର୍ଯ୍ୟଙ୍କ ଠାରୁ ମିଳୁଥିବା କିରଣ ସକାରାତ୍ମକ ଉର୍ଜାରେ ଭରି ରହିଥାଏ । ପ୍ରତି ରବିବାର ଦିନ ଲୋକେ ସୂର୍ଯ୍ୟଦେଵଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରୟାସ କରିଥାନ୍ତି । ମାନ୍ୟତା ରହିଛି ଯେଉଁବ୍ୟକ୍ତି ସୂର୍ଯ୍ୟଦେଵଙ୍କୁ ପ୍ରସନ୍ନ କରିଦିଏ ତାର ପ୍ରତିଟି ମନକାମନା ପୂର୍ଣ ହୋଇଥାଏ । ସୂର୍ଯ୍ୟଦେଵଙ୍କୁ ପ୍ରସନ୍ନ କରିବା ନିମନ୍ତେ ଲୋକେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାନ୍ତି । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଜଳ ଅର୍ପଣ କରିବା ବ୍ୟତୀତ କିଛି ବିଶେଷ କାର୍ଯ୍ୟ କରି ମଧ୍ୟ ସୂର୍ଯ୍ୟଦେଵଙ୍କୁ ପ୍ରସନ୍ନ କରିହେବ । ଆଜି ଆମେ ଆପଣଙ୍କୁ ସେହି କର୍ମ ଗୁଡିକ ବିଷୟରେ ଅବଗତ କରାଇବୁ ।

• ନଡ଼ିଆ

ରବିବାର ଦିନ ସୂର୍ଯ୍ୟଙ୍କ ସମ୍ମୁଖରେ ନଡ଼ିଆ ଭୋଗ ଲଗାଇ ସେହି ଭୋଗ ଯଦି ପରିବାର ଲୋକେ ଖାଆନ୍ତି ତେବେ ଘରେ ସୁଖ ଏବଂ ଶାନ୍ତି ବଜାୟ ରହିଥାଏ । ଏହାଦ୍ବାରା ଘରେ ଲାଗିରହିଥିବା କଳହ କମି ଯାଇଥାଏ । ସୂର୍ଯ୍ୟଙ୍କ ସକାରତ୍ମକ ଉର୍ଜା ନଡ଼ିଆକୁ ମଧ୍ୟ ସକାରାତ୍ମକ କରିଦେଇଥାଏ ଏହି ପରିପ୍ରେକ୍ଷୀରେ ପରିବାର ସଦସ୍ୟ ଏହାକୁ ଗ୍ରହଣ କଲେ ସେମାନଙ୍କ ଚିନ୍ତାଧାରା ମଧ୍ୟ ସକାରାତ୍ମକ ହୋଇଯାଇଥାଏ । କେବଳ ଏତିକି ବିଷୟ ଧ୍ୟାନରେ ରଖନ୍ତୁ ନଡ଼ିଆ ପୂର୍ବ ଦିଗକୁ ମୁହଁ କରି ସକାଳୁ ସକାଳୁ ଭୋଗ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କୁ ଲାଭ ହେବ ।

• ଶ୍ୱେତ ଦ୍ରବ୍ୟର ଦାନ କରନ୍ତୁ

ରବିବାର ଦିନ କୌଣସି ଶ୍ୱେତ ଦ୍ରବ୍ୟର ଦାନ କଲେ ଆପଣଙ୍କୁ ଶୁଭଫଳ ମିଳିଥାଏ । ଏହାଦ୍ବାରା ସୂର୍ଯ୍ୟ ଦେବତା ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ମନସ୍କାମନା ପୂର୍ଣ ହୋଇଥାଏ । ଆପଣ ଶ୍ୱେତ ଦ୍ରବ୍ୟ ରୂପରେ କପଡା , ମିଠା , ପ୍ରତିଦିନ ବ୍ୟବହୃତ ସାମଗ୍ରୀ ଇତ୍ୟାଦି ଦାନ କରିପାରିବେ । ଆପଣ ଏହି ଦାନ କୌଣସି ମନ୍ଦିର କିମ୍ବା କୌଣସି ବ୍ରାହ୍ମଣଙ୍କୁ ଦାନ କରିପାରିବେ ।

• ସୂର୍ଯ୍ୟ ଆରତୀ

ଲୋକେ ସୂର୍ଯ୍ୟଦେଵଙ୍କୁ କେବଳ ଜଳ ଅର୍ପଣ କରିଦେଇଥାନ୍ତି କିନ୍ତୁ କେହି ମଧ୍ୟ ସଠିକ ରୂପରେ ଥାଳିରେ ଦୀପ ପ୍ରଜ୍ଵଳନ କରି ସୂର୍ଯ୍ୟଦେଵଙ୍କ ଆରତି କରନ୍ତି ନାହିଁ । ବହୁତ କମ ଲୋକେ ହିଁ ଏହିପରି କରିଥାନ୍ତି । ଆପଣ ଗୋଟିଏ ଥାଳିରେ ଘିଅ କିମ୍ବା ତେଲର ଦୀପ ଜଳାନ୍ତୁ ଏହାସହ କର୍ପୂର ମଧ୍ୟ ପ୍ରଜ୍ଵଳନ କରନ୍ତୁ । ଏବଂ ସୂର୍ଯ୍ୟ ଆରତୀ କରନ୍ତୁ ଏବଂ ପ୍ରସାଦ ବଣ୍ଟନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଖରାପ ଭାଗ୍ୟରେ ପରିବର୍ତ୍ତନ ଦେଖାଯିବ ଏହାକୁ ଆପଣ ୭ଟି ରବିବାର କରିବା ଦ୍ୱାରା ଆପଣଙ୍କ ମନସ୍କାମନା ପୂର୍ଣ ହେବ ।

• ପରିକ୍ରମା

ଜଳ ଅର୍ପଣ କରିବା ପରେ ନିଜ ଚାରିପାଖରେ ତିନିଥର ପରିକ୍ରମା କରନ୍ତୁ ଏବଂ ହାତ ଯୋଡି ଭୁଲର କ୍ଷମା ପ୍ରାଥନା କରନ୍ତୁ ଏବଂ ପ୍ରଣାମ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟ ଦୂର ହୋଇଯିବ ।

• ବ୍ରତ

ରବିବାର ଦିନ ବ୍ରତ ପାଳନ ବହୁତ କମ ଲୋକ କରିଥାନ୍ତି । ଅନ୍ୟ ଦେବୀ ଦେବତାଙ୍କ ନିମନ୍ତେ ବହୁ ସଂଖ୍ୟାରେ ଉପବାସ ରଖାଯାଇଥାଏ କିନ୍ତୁ ସୂର୍ଯ୍ୟଦେଵଙ୍କ ଉଦେଶ୍ୟରେ କେହି ବ୍ରତ ରଖନ୍ତି ନାହିଁ । ଯଦି ଆପଣ ସୂର୍ଯ୍ୟଦେଵଙ୍କ ନାମରେ ବ୍ରତ ରଖନ୍ତି ତେବେ ଆପଣଙ୍କୁ ସୂର୍ଯ୍ୟଦେଵଙ୍କ ବିଶେଷ କୃପା ଲାଭ ହେବ ।

Leave a Reply

Your email address will not be published. Required fields are marked *