ଘରେ ପଡ଼ିଥିବା ଏହି ଜିନିଷଦ୍ଵାରା ହୋଇଥାଏ ମାଆ ଲକ୍ଷ୍ମୀଙ୍କ ଅପମାନ ! ବର୍ତ୍ତମାନ ହଟାଇ ଦିଅନ୍ତୁ ଏହି ଜିନିଷ…

ଘରେ ପଡ଼ିଥିବା ଏହି ଜିନିଷଦ୍ଵାରା ହୋଇଥାଏ ମାଆ ଲକ୍ଷ୍ମୀଙ୍କ ଅପମାନ ! ବର୍ତ୍ତମାନ ହଟାଇ ଦିଅନ୍ତୁ ଏହି ଜିନିଷ…

ମାଆ ଲକ୍ଷ୍ମୀଙ୍କ କୃପା ନିଜ ଘର ଏବଂ ପରିବାର ଉପରେ ରହୁ କିଏ ନଚାହେଁ । ମାଆଙ୍କୁ ଖୁସି କରିବା ପାଇଁ ଲୋକେ ଭିନ୍ନ ଭିନ୍ନ ପୂଜା ମଧ୍ୟ କରିଥାନ୍ତି । ଜ୍ୟୋତିଷ ଏବଂ ତନ୍ତ୍ର ଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ ମଧ୍ୟ କୁହାଯାଇଛି ଯାହାକୁ ଘରେ ରଖିବାଦ୍ଵାରା ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ । କୁହାଯାଏ ଯେ ମାଆ ଲକ୍ଷ୍ମୀଙ୍କୁ ଏହି ଜିନିଷ ନିଜ ଆଡକୁ ଆକର୍ଷିତ କରିଥାଏ । ଶାସ୍ତ୍ରରେ ଏହି 7ଟି ଜିନିଷକୁ ବହୁତ ଶୁଭ ବୋଲି କୁହାଯାଇଛି ଯାହାକୁ ଘରେ ରଖିବାଦ୍ଵାରା କେବେ ଧନର କମି ହୋଇନଥାଏ ।

ଏଥିମଧ୍ୟରୁ ଯଦି କୌଣସି ଗୋଟିଏ ଜିନିଷ ମଧ୍ୟ ଆପଣଙ୍କ ଘରେ ରଖନ୍ତି ତେବେ ଧନର କମି ହେବନାହିଁ । କୁହାଯାଏ ଯେ ଘରେ ଦକ୍ଷିଣା ବର୍ତ୍ତି ଶଙ୍ଖ, ପାରଦ ଲକ୍ଷ୍ମୀ ପ୍ରତିମା, କଉଡ଼ି, ମାଆଙ୍କ ଚରଣ ପାଦୁକା, କୁବେର ପ୍ରତିମା, କମଳା ଗଟ୍ଟା, ଏବଂ ଶ୍ରୀ ଯନ୍ତ୍ର ମଧ୍ୟରୁ କୌଣସି ଗୋଟିଏ ଜିନିଷ ଅବଶ୍ୟ ରଖିବା ଉଚିତ ।

କିନ୍ତୁ ଆଜିର ଏହି ପୋଷ୍ଟରେ ଏହିପରି ଜିନିଷ ବିଷୟରେ କୁହାଯାଇଛି ଯାହାଦ୍ଵାରା ମାଆ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ଏବଂ ଯାହାକୁ ନିଜ ଘରେ ବିଲକୁଲ୍ ରଖିବା ଉଚିତ ନୁହେଁ ।

ଏହି ଜିନିଷ ଯୋଗୁଁ ହୋଇଥାଏ ମାଆ ଲକ୍ଷ୍ମୀଙ୍କ ଅପମାନ

ଘରେ କେବେ ମଧ୍ୟ ଅନାବଶ୍ୟକ ଜିନିଷ ଏକାଠି କରି ରଖନ୍ତୁ ନାହିଁ । ଘରେ ଥିବା ଅନାବଶ୍ୟକ ଜିନିଷ ନକାରାତ୍ମକ ଊର୍ଯା ଉତ୍ପନ କରିଥାଏ । ଏଥିପାଇଁ କେବେ ମଧ୍ୟ ଘରେ ଅନାବଶ୍ୟକ ଜିନିଷ ରଖନ୍ତୁ ନାହିଁ । ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ ।

ତିଯୋରି ଟଙ୍କାକୁ ସୁରକ୍ଷିତ ରଖିବାର ସ୍ଥାନ ହୋଇଥାଏ । କିନ୍ତୁ ଅନେକ ଲୋକ ସେଥିରେ ଟଙ୍କା ବ୍ୟତୀତ ଅନେକ ଜିନିଷ ମଧ୍ୟ ରଖିଥାନ୍ତି । ଏହା ବିଲକୁଲ୍ କରିବା ଉଚିତ ନୁହଁ । ତିଯୋରୀରେ ମାଆ ଲକ୍ଷ୍ମୀଙ୍କ ଧନ ରୂପରେ ବାସ ହୋଇଥାଏ । ସେଥିରେ ଅନ୍ୟ ଜିନିଷ ରଖିବା ମାଆ ଲକ୍ଷ୍ମୀଙ୍କ ଅପମାନ ସଦୃଶ୍ୟ ହୋଇଥାଏ ।

କେବଳ ଏତିକି ନୁହେଁ, ଘରେ ପଡ଼ିଥିବା ଖରାପ କିମ୍ବା ବନ୍ଦ ବିଜୁଳି ଉପକରଣ ମଧ୍ୟ ରଖିବା ଉଚିତ ନୁହେଁ । ଯଦି ଆପଣଙ୍କ ଘରେ ବନ୍ଦ ଘଣ୍ଟା ଅଛି ତେବେ ତାକୁ ତୁରନ୍ତ ଠିକ୍ କରନ୍ତୁ । ବନ୍ଦ ଘଣ୍ଟାଦ୍ଵାରା ଭଲ ସମୟ ମଧ୍ୟ ଖରାପ ହୋଇଯାଇଥାଏ ।

ଏହି ଜିନିଷ ଯୋଗୁଁ ହୋଇଥାଏ ମାଆ ଲକ୍ଷ୍ମୀଙ୍କ ଅପମାନ

କିଛି ଲୋକ ବେଡ୍ ତଳେ ଖାଲି ସ୍ଥାନ ଥିବା ଯୋଗୁଁ ସେଠାରେ ଅନୁପଯୋଗୀ ବସ୍ତୁ ରଖିଦିଅନ୍ତି । କିନ୍ତୁ ଏପରି କରିବା ଉଚିତ୍ ନୁହେଁ । ଏହା କରିବାଦ୍ଵାରା ମାଆ କ୍ରୋଧିତ ହୋଇ ଯାଇଥାନ୍ତି । ଏବଂ ନକାରାତ୍ମକ ଉର୍ଯାର ସଂଚାର ହୋଇଥାଏ ।

ସର୍ବଦା ପୂର୍ବଜଙ୍କ ଫଟୋକୁ ପଶ୍ଚିମ – ଦକ୍ଷିଣ ଦିଗରେ ଲଗାଇ ରଖନ୍ତୁ ।

ରାତିରେ ଖାଦ୍ୟ ଖାଇବା ପରେ ଭୁଲରେ ମଧ୍ୟ ବେଡ୍ ରୁମରେ ଅଇଁଠା ରଖନ୍ତୁ ନାହିଁ । ଏହା ଆପଣଙ୍କୁ ସମସ୍ୟାରେ ଢାଳିପାରେ । ଏହା କରିବା ଦ୍ଵାରା ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ପଡ଼ିବ ।

ନିଜ ଘର ମନ୍ଦିରରେ ବଡ଼ ମୂର୍ତ୍ତି ରଖନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଘରେ ଖଣ୍ଡହୋଇଯାଇଥିବା ମୂର୍ତ୍ତି ରଖିବା ମଧ୍ୟ ଅଶୁଭ ଅଟେ । ଏହାଦ୍ଵାରା ଘରେ ନକରାତ୍ମକ ଉର୍ଜା ସଞ୍ଚାଳନ ହୋଇଥାଏ । ଏଥିପାଇଁ ଖଣ୍ଡିତ ମୂର୍ତ୍ତି କୁ ପୂଜା କରିବା ଠାରୁ ବଞ୍ଚନ୍ତୁ ।

ବନ୍ଧୁଗଣ, ଏହା ଥିଲା କିଛି ମହତ୍ୱ ପୂର୍ଣ୍ଣ କଥା ଯାହାକୁ ବ୍ୟକ୍ତି କରିବା ଠାରୁ ବଞ୍ଚିବା ଉଚିତ୍ । ଏହି ଭୁଲ କୌଣସି ବ୍ୟକ୍ତି ନଜାଣି କରି ଦିଅନ୍ତି । ଏହାଦ୍ଵାରା ସମ୍ବନ୍ଧିତ ଏକ ଭିଡ଼ିଓ ଆପଣଙ୍କ ପାଇଁ ଅଟେ । ଭିଡିଓ ଅବଶ୍ୟ ଦେଖନ୍ତୁ ।ଧନ୍ୟବାଦ !

 

Leave a Reply

Your email address will not be published. Required fields are marked *