ଗୋଟିଏ ଟ୍ୱିଟରେ ଚାଲିଗଲା କୋହଲିଙ୍କ ଅଧିନାୟକ ପଦ ……

ଗୋଟିଏ ଟ୍ୱିଟରେ ଚାଲିଗଲା କୋହଲିଙ୍କ ଅଧିନାୟକ ପଦ ……

ଗୋଟିଏ ଟ୍ୱିଟରେ ଚାଲିଗଲା କୋହଲିଙ୍କ ଅଧିନାୟକ ପଦ ,ଆଗରୁ କୌଣସି ମଧ୍ୟ ସୂଚନା ନଥିଲା…

ଟି-୨୦ ପରେ ଏବେ କ୍ରିକେଟର ବିରାଟ କୋହଲୀଙ୍କୁ ଦିନକିଆ ସିରିଜରେ କ୍ୟାପଟେନ ପଦରୁ ନିଲମ୍ବିତ କରିଦିଆଯାଇଛି । ଆଜ୍ଞା ହଁ ବିସିସିଆଇ (BCCI) ବିଗତ ବୁଧବାର ଦିନ ବିରାଟ କୋହଲୀଙ୍କୁ ଦିନକିଆ ସିରିଜରେ କ୍ୟାପଟେନ ପଦରୁ ବାହାର କରି ରୋହିତ ଶର୍ମାଙ୍କୁ ଦିନକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚର କ୍ୟାପଟେନ ଭାର ଦେଇଛି । ଏମିତିରେ ବର୍ତ୍ତମାନ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନ ଛାଡ଼ିବାପରେ ବିରାଟ କୋହଲୀଙ୍କ ଏକ ଦିବସିୟ କ୍ୟାପଟେନ ସିପ ମଧ୍ୟ ଚାଲିଗଲା ।

ସାଉଥ୍ ଆଫ୍ରିକା ସିରିଜ ପାଇଁ ଟିମ ଇଣ୍ଡିଆର ଘୋଷଣା ସହ ଚୟନ କର୍ତ୍ତା ମାନେ ରୋହିତ ଶର୍ମାଙ୍କୁ ଦିନିକିଆ ଟିମ୍ ର ଅଧିନାୟକ ପଦର ଦାୟିତ୍ଵ ଦେଇଛି । ଏହା ଦ୍ବାରା ଏହା ଜଣାପଡୁଛି ଭାରତ ଦ୍ଵାରା ଆୟୋଜିତ ହେବାକୁ ଥିବା ଟି-୨୦ ୱାଲ୍ଡ କପ ୨୦୨୩ରେ ରୋହିତ ଶର୍ମା କ୍ୟାପଟେନ ରୂପେ ଖେଳିବେ ।


ଦିନିକିଆ ମ୍ୟାଚ୍ ରେ କ୍ୟାପଟେନ ହେବାପାଇଁ ଏବେ ଇଚ୍ଛୁକ ବିରାଟ…

ମିଡ଼ିଆ ରିପୋର୍ଟ ଅନୁସାରେ ବିରାଟ କୋହଲୀ ଦିନିକିଆ ସିରିଜ୍ ରେ କ୍ୟାପଟେନ ହେବାକୁ ଦାବି ରଖିଥିଲେ । କିନ୍ତୁ ବୁଧବାର ଦିନ ବିସିସିଆଇ ଚୟନ କର୍ତ୍ତା ମାନେ ଘୋଷଣା କରିଥିଲେ , ଆଗାମୀ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ରେ ରହିତ ଶର୍ମା ଦିନିକିଆ ସିରିଜ୍ ର ଟିମ ଇଣ୍ଡିଆର କ୍ୟାପଟେନ ରହିବେ ଏବଂ ଏହା ସହ ବିରାଟ କ୍ୟାପଟେନ ହେବା କଥାରେ ବିରାମ ଚିହ୍ନ ଲାଗିଗଲା ।

ଗୋଟିଏ ଟ୍ୱିଟ ଏବଂ ଚାଲିଗଲା କ୍ୟାପଟେନ ପଦ….

ଭାରତ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବୁଧବାର ଗୋଟିଏ ଟ୍ୱିଟ କରି ଲେଖିଛନ୍ତି କି,ବରିଷ୍ଟ ଚୟନ ସମିତି ରୋହିତ ଶର୍ମାଙ୍କୁ ଏକ ଦିବସିୟ ଏବଂ ଟି- ୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଟିମ୍ କ୍ୟାପଟେନ ରୂପରେ ନାମିତ କରିବାର ନିର୍ଣ୍ଣୟ ନେଲେ । ମିଡ଼ିଆ ରିପୋର୍ଟର ମାନଙ୍କ କହିବା ଅନୁସାରେ ବିରାଟ ଦିନିକିଆ ମ୍ୟାଚ୍ ରେ କ୍ୟାପଟେନ ପଦ ଛାଡିବାକୁ ଇଚ୍ଛୁକ ନୁହଁନ୍ତି ।

ଏମିତିରେ ବୋର୍ଡ ଏହି କଥାର ଅପେକ୍ଷା କରିଥିଲା କି ବିରାଟ ନିଜ ପକ୍ଷରୁ କ୍ୟାପଟେନ ପଦ ଛାଡ଼ିଦେବେ କିନ୍ତୁ ତାହା ହେଲା ନାହିଁ , ବିରାଟଙ୍କ ଦ୍ଵାରା କ୍ୟାପଟେନ ପଦ ନଛାଡିବା କାରଣରୁ ବିସିସିଆଇ ଚୟନ ସମିତି କୋହଲିଙ୍କୁ ନିଜେ କାଢ଼ିବାର ଫଇସଲା କରିଥିଲେ।

କହିଦେଉଛୁ କି ଅକ୍ଟୋବର- ନଭେମ୍ବର ଅରବ ଅମୀରାତ ଏବଂ ଔମାନରେ ଖେଳିଥିବା ଟି-୨୦ ବିଶ୍ଵ କପ୍ ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅଧିକ ନିରାଶ ଜନକ ରହିଥିଲା ଏବଂ ଭାରତୀୟ ଟିମ୍ ୨୪ ଅକ୍ଟୋବରରେ ଖେଳା ଯାଇଥିବା ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ହାତରୁ ୧୦ ୱିକେଟରେ ହାରି ଯାଇଥିଲେ ।

ପୁଣି ତାହା ପରେ ୨ୟ ମ୍ୟାଚ୍ ରେ ମଧ୍ୟ ଭାରତକୁ ନିଉଜିଲ୍ୟାଣ୍ଡ ହାତରେ ୫ ୱିକେଟ ରେ ହାରିଥିଲା । ଲଗାତାର ୨ ମ୍ୟାଚ୍ ହାରିବା ପରେ ଭାରତ ଟି-୨୦ ବିଶ୍ୱ କପର ପ୍ରଥମ ରାଉଣ୍ଡରୁ ବାହାର ହୋଇ ଯାଇଥିଲା ।

ଶେଷରେ କହିଦେଉଛୁ କି ବିରାଟ କୋହଲୀଙ୍କୁ ଗୋଟିଏ ଟ୍ୱିଟ ମାଧ୍ୟମରେ କ୍ୟାପଟେନ ପଦରୁ ବାହାର କରିବା ପରେ ଟ୍ୱିଟଟି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହୋଇଥିଲା । ଯାହାପରେ ବିସିସିଆଇ (BCCI) ଶେଷରେ ବିରାଟ କୋହଲୀ (Virat Kohli) ଙ୍କୁ ଧନ୍ୟବାଦ କହି ଗୋଟିଏ ପୁନଃ ଟ୍ୱିଟ କରିଛନ୍ତି ଏବଂ “ଥ୍ୟାଙ୍କ ୟୁ କ୍ୟାପଟେନ” ଲେଖିଛନ୍ତି ।

ଆଜ୍ଞା ହଁ ଟ୍ୱିଟରେ ଏହା ଲେଖା ଯାଇଥିଲା କି , “ଗୋଟିଏ ଲିଡର ଯିଏକି ନିଜର ଟିମ୍ କୁ ଧର୍ଯ୍ୟ, ଜୋଶ ଏବଂ ଦୃଢ଼ ନିଷ୍ଟାର ସହ ଆଗକୁ ବଢ଼େଇଛ, ଧନ୍ୟବାଦ କ୍ୟାପଟେନ।”

Leave a Reply

Your email address will not be published. Required fields are marked *