କୋରନା ସ୍ଥିତି ଅସମ୍ଭାଳ ! ଦେଶରେ ୧୩୧ ଦିନରେ ସର୍ବାଧିକ ସଂକ୍ରମଣ ଚିହ୍ନଟ…

କୋରନା ସ୍ଥିତି ଅସମ୍ଭାଳ ! ଦେଶରେ ୧୩୧ ଦିନରେ ସର୍ବାଧିକ ସଂକ୍ରମଣ ଚିହ୍ନଟ…

ନମସ୍କାର ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ ତଥ୍ୟ ଜଣାଇବୁ । ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ଇଦ୍ ପାଇଁ ଜାରିହେଲା ସବୁଠାରୁ ବଡ଼ କଟକଣା । ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୁର୍ଣ୍ଣ ଖବର । ଦେଶରେ କୋରନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଛି । ଗୋଟିଏ ଦିନରେ ସାରାଦେଶରେ ୪୭୨୬୨ ନୂଆ ମାମଲା ସାମ୍ନାକୁ ଅସିଛି ।

ମହାରାଷ୍ଟ୍ରର କୋରନା ସ୍ଥିତି ଉଦବେଗ ଜନକ ରହିଛି । ସେଠାରେ ଗତ ୨୪ ଘଣ୍ଟାରେ ୨୮୬୯୯ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ୧୩୨ ଜଣଙ୍କ ଜୀବନ ନେଇଛି ମହାମାରି ଏବଂ ମହାରାଷ୍ଟ୍ର ପଛକୁ ଅଛି ପଞ୍ଜାବ । ପଞ୍ଜାବରେ କୋରନା ଯୋଗୁ ୫୩ ଜଣଙ୍କ ମୂର୍ତ୍ତୃ ହୋଇଥିବା ବେଳେ ୨୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଆଗକୁ ବିଭିନ୍ନ ପର୍ବ ପର୍ବାଣୀ ଏବଂ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର ଇଦ ଯାଏଁ ଭିଡ଼ ନିୟନ୍ତ୍ରଣ କରିବାପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ତେବେ କୋଭିଡ୍ ନିୟମ ଉଲଂଘନ ଯୋଗୁ ବଢୁଥିବା ସଂକ୍ରମଣ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପାଣ୍ଡୁଚେରୀରେ ଦିନକୁ ଏକାଧିକ ରାଲି ଏବଂ ଜନସଭା ଆୟୋଜିତ କରାଯାଉଛି । ଯେଉଁଠାରେ ଭିଡ଼ ଜମିବା ସହ କୋଭିଡ୍ ନିୟମ ଖୋଲାଖୋଲି ଉଲଂଘନ ହେଉଛି । ଏହାମଧ୍ୟରେ ପର୍ବ ପର୍ବାଣୀରେ ଭିଡ଼ ଜମିବାକୁ ନଦେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ଵାସ୍ତ୍ୟ ମନ୍ତ୍ରାଳୟ ଭିଡ଼ କମାଇବାକୁ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବେ ବୋଲି ଚିଠିରେ କୁହାଯାଇଛି ।

ତେବେ ଗତକାଲି ଗୋଟିଏ ଦିନରେ ୪୭୨୬୨ ନୂଆ ମାମଲା ସାମ୍ନାକୁ ଆସିଥିଲା । ୧୩୨ ଦିନରେ ସବୁଠାରୁ ଅଧିକ ସଂକ୍ରମଣ ହୋଇଛି । ୨୪ ଘଣ୍ଟାରେ ୨୭୫ ଜଣଙ୍କ ମୂର୍ତ୍ତୃ ହୋଇଛି ଏବଂ ଦେଶରେ ଏବେ ମୋଟ ସଂକ୍ରମଣଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୪ ହଜାର ଟପିଛି ଏବଂ ସେହିପରି କୋରନାରେ ଦେଶରେ ୧ ଲକ୍ଷ ୬୦ ହଜାର ୪୪୧ ଜଣଙ୍କ ମୂର୍ତ୍ତୃ ହୋଇଛି ।

ସବୁଠାରୁ ଚିନ୍ତାଜନକ ହୋଇଛି କୋରନାର ନୂଆ ଷ୍ଟ୍ରେନ୍ । ଏହା ସବୁଠାରୁ ବେଶୀ ସଂକ୍ରମଣ ହେଉଥିବାର ଜଣାପଡିଛି । ଏହା ବ୍ରିଟେନର ୧୮ଟି ରାଜ୍ୟରେ ଚିହ୍ନଟ ହୋଇଛି ଏବଂ ଭାରତରେ ଦକ୍ଷୀଣ ଆଫ୍ରିକା ଷ୍ଟ୍ରେନ୍ ରହିଛି ଏବଂ ବ୍ରାଜିଲ୍ ଷ୍ଟ୍ରେନ୍ ମଧ୍ୟ ରହିଛି ।ଦେଶର ୧୦ଟି ପରୀକ୍ଷାଗାରରେ ଏହାର ପରୀକ୍ଷା ହେଉଛି । ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଖବର ହେଉଛି ଇଦ୍ ଉପରେ ସରକାର କଟକଣା ଲଗାଇଛନ୍ତି । ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ମୁହଁରେ ମାସ୍କର ବ୍ୟବହାର କରନ୍ତୁ । ହାତ ସାନିଟାଇଜ୍ କରନ୍ତୁ ଏବଂ ସୋସିଆଲ୍ ଦୂରତା ରକ୍ଷା କରନ୍ତୁ ।

Leave a Reply

Your email address will not be published. Required fields are marked *