କେବେ ସଲମାନଙ୍କ ହିରୋଇନ ହୋଇ ବଲିଉଡରେ ହଲ୍-ଚଲ୍ ସୃଷ୍ଟି କରୁଥିଲେ କିନ୍ତୁ ଆଜି ଝାଡୁ ପୋଛା କରିବା ପାଇଁ ବାଧ୍ୟ ହୋଇଯାଇଛନ୍ତି ! ଆସନ୍ତୁ ଜାଣିବା ।

ବଲିଉଡ ଇଣ୍ଡଷ୍ଟ୍ରି ଏମିତି ଏକ ସ୍ଥାନ, ଯେଉଁଠାରେ ସବୁବେଳେ କିଏ ନା କିଏ ନୂଆ ତାରକା ଚମକି ଉଠିଥାନ୍ତି । କିନ୍ତୁ ଅନେକଥର କିଛି କଳାକାର କିଛି କ୍ଷଣ ପାଇଁ ଚମକିଥାନ୍ତି ଏବଂ ପରେ ଅଦୃଶ୍ୟ ହୋଇଯାଆନ୍ତି । ଆଜି ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି; ଯେଉଁମାନେ କି ଯେତେବେଳେ ବଲିଉଡରେ ପାଦ ରଖିଥିଲେ ସେତେବେଳେ ତାଙ୍କର ନାମ ବଲିଉଡରେ ବହୁତ ଚର୍ଚ୍ଚିତ ରହିଥିଲା । ସେମାନେ ଅନେକ ଚଳଚ୍ଚିତ୍ରରେ ଦୃଶ୍ୟମାନ ହୋଇଥିଲେ ଏବଂ ପରେ ହଠାତ କରି ଚଳଚ୍ଚିତ୍ରରୁ ଉଭେଇ ଯାଇଥିଲେ ଏବଂ ବର୍ତ୍ତମାନ ପରିସ୍ଥିତି ଏମିତି ମଧ୍ୟ ହୋଇଯାଇଛି ଯେ କେହି ତାଙ୍କୁ ଦେଖିଲେ ଚିହ୍ନି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଦିନେ ସଲମାନ ଖାନଙ୍କ ଚଳଚ୍ଚିତ୍ରରେ ଅଭିନେତ୍ରୀ ଥିଲେ କିନ୍ତୁ ବର୍ତ୍ତମାନ ଝାଡୁ ପୋଛା କରିବା ପାଇଁ ବାଧ୍ୟ ହୋଇଯାଇଛନ୍ତି ।

Google

ପ୍ରକୃତରେ ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କଥା ହେଉଛୁ ତାଙ୍କର ନାମ ହେଉଛି ପୂଜା ଡଡ଼ବାଲ । କିଛି ଦିନ ହେବ ପୂଜା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କାହିଁକି ନା ସେ ହସ୍ପିଟାଲରେ ନିଜର ଜୀବନ ସହ ସଂଗ୍ରାମ କରୁଥିଲେ । ପୂଜା କହିଥିଲେ ଯେ, ତାଙ୍କୁ ସାହାର୍ଯ୍ୟ କରିବା ପାଇଁ କେହି ନାହାନ୍ତି । ଏମିତିକି ତାଙ୍କର ପରିବାର ଲୋକ ମଧ୍ୟ ତାଙ୍କର ସାହାର୍ଯ୍ୟ କରିବା ପାଇଁ ଦୁରେଇ ଯାଇଛନ୍ତି । ଏହି କଥା ଯେତେବେଳେ ଲୋକଲୋଚନକୁ ଆସିଥିଲା, ତେବେ ବଲିଉଡର ଅନେକ ବ୍ୟକ୍ତି ତାଙ୍କର ସହାୟତା କରିଥିଲେ ଏବଂ ଏହା ସହିତ ସଲମାନ ଖାନ ମଧ୍ୟ ନିଜେ ତାଙ୍କ ଚିକିତ୍ସାର ଖର୍ଚ୍ଚ ବହନ କରିଥିଲେ ଏବଂ ତାଙ୍କୁ ଗୋୱାରେ ରହିବା ପାଇଁ ପଠେଇ ଦେଇଥିଲେ କିନ୍ତୁ କିଛି କାମ ନ ମିଳିବା ଯୋଗୁଁ ସେ ପୁଣିଥରେ ମୁମ୍ବାଇ ଫେରି ଆସିଛନ୍ତି ।

Google

ଆଜିକାଲି ପୂଜା ମୁମ୍ବାଇର ବର୍ଷାୱା ଅଞ୍ଚଳରେ ଭଡାଟିଆ ଅତିଥି ଭାବେ ରହୁଛନ୍ତି । ଏଠାରେ ମଧ୍ୟ ନିଜ ରୁମକୁ ସେୟାର କରିବାକୁ ପଡିଥାଏ । ସେ କହିଥିଲେ ଯେ, ତାଙ୍କୁ ରୁମ୍ ଭଡା ୫୦୦୦ ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଟଙ୍କା ଜମା କରିପାରି ନାହାନ୍ତି । ତାଙ୍କୁ ବର୍ତ୍ତମାନ ଘର ସଫାସୁତୁରା ଓ ରାନ୍ଧିବା ଭଳି କାମ କରିବାକୁ ପଡୁଛି । ତାଙ୍କର ଏହି ସବୁ ସମସ୍ୟା ଯୋଗୁଁ ପୂଜା ଆଜିକାଲି ବଲିଉଡରେ କାମ ମାଗି ବୁଲୁଛନ୍ତି । ଏମିତିରେ ଅନେକ କଳାକାର ମଧ୍ୟ ତାଙ୍କର ସହାୟତା ପାଇଁ ଆଗକୁ ଆସିଛନ୍ତି ।

Google

ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନିଶ ବଜମି ମଧ୍ୟ ତାଙ୍କୁ କାମ ଦେବେ ବୋଲି କହିଛନ୍ତି । ଯଦି ତାଙ୍କ ପାଖରେ ପୂଜାର ଯୋଗ୍ୟ ଚରିତ୍ର ହେବ, ତେବେ ସେ ଚଳଚ୍ଚିତ୍ରରେ ନିଶ୍ଚିତ ଭାବେ ଦେବେ । ଅନ୍ୟପକ୍ଷରେ ବୋମାନ ଇରାନୀ ମଧ୍ୟ ଲୋକଙ୍କୁ ଅପିଲ କରି କହିଛନ୍ତି ଯେ, ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସନ୍ତୁ । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଘରୋଇ ପ୍ରଯୋଜକ ଚଳଚ୍ଚିତ୍ରରେ ସେ ନିଶ୍ଚିତ ଭାବେ ତାଙ୍କୁ ଦେବେ ।

Google

ନିଜର ଏକ ଇଣ୍ଟରଭ୍ୟୁ ସମୟରେ ପୂଜା କହିଥିଲେ ଯେ, ସେ କାହାକୁ ନିଜର ସାହାର୍ଯ୍ୟ କରିବା ପାଇଁ ଟଙ୍କା ମାଗି ପାରିବେ ନାହିଁ । ସେ ଚାହୁଁଛନ୍ତି ଯେ, ଲୋକେ ତାଙ୍କୁ କାମ ଦିଅନ୍ତୁ ଯାହାଦ୍ଵାରା ସେ ନିଜେ ନିଜ ଗୋଡ଼ରେ ଠିଆ ହୋଇପାରିବେ । ସେ କହିଲେ ଯେ, ସେ ଯେତେବେଳେ କଳାକାରଙ୍କ ସହିତ କାମ କରୁଥିଲେ, ସେହି ସମୟରେ ତାଙ୍କୁ ସମସ୍ତେ ପ୍ରଶଂସା କରୁଥିଲେ । ସେ ସର୍ବଦା ପ୍ରଥମ ଶ୍ରେଣୀ ଅନ୍ତର୍ଭୁକ୍ତ କଳାକାର ଅଟନ୍ତି ।

ଆପଣମାନଙ୍କୁ ଜଣାଇ ରଖୁଛୁ ଯେ, ପୂଜା ସଲମାନଙ୍କ ସହିତ ଚଳଚ୍ଚିତ୍ର “ବିରଗତି”ରେ କାମ କରିଥିଲେ ।

ସୌଜନ୍ୟ : newsdustak

Be the first to comment

Leave a Reply

Your email address will not be published.


*