କର୍ମଚାରୀଙ୍କୁ ମିଳିପାରେ ନୂତନ ବର୍ଷରେ ନୂଆଁ ଉପହାର….

କର୍ମଚାରୀଙ୍କୁ ମିଳିପାରେ ନୂତନ ବର୍ଷରେ ନୂଆଁ ଉପହାର….

କର୍ମଚାରୀଙ୍କୁ ମିଳିପାରେ ନୂତନ ବର୍ଷରେ ନୂଆଁ ଉପହାର, ଡିଏ ରେ ହୋଇପାରେ ଉନ୍ନତି, ୨୦,୦୦୦ ଟଙ୍କା ପଯ୍ୟନ୍ତ ବଢିପାରେ ବେତନ
ଆସିବାକୁ ଥିବା ନୂତନ ବର୍ଷ ୨୦୨୨ରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀ ମାନଙ୍କୁ ୭ମ ବେତନ ଅନୁସାରେ ନୂତନ ବର୍ଷର ବଡ଼ ଉପହାର ପ୍ରଦାନ କରିପାରନ୍ତି । ଆପଣଙ୍କୁ କହିବା ପାଇଁ ଚାହୁଁଛୁ , ବଢୁଥିବା ମହଙ୍ଗାକୁ ଦେଖି କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ଅନୁମାନ ଲଗାଯାଇଛି କି କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତାରେ ୩% ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ଯଦି ସବୁ କଥା ଏହିଭଳି ଲାଗୁରହେ ତେବେ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ବେତନ ଅଧିକ ବୃଦ୍ଧି ହୋଇ ଏହାର ଲାଭ ସେମାନଙ୍କୁ ଆସନ୍ତା ବର୍ଷରେ ମିଳିପାରେ ।

୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢିପାରେ ବେତନ

ଖବର ଅନୁସାରେ କେନ୍ଦ୍ର କର୍ମଚାରୀଙ୍କ ବେତନରେ ୨୦୦୦୦ ଟଙ୍କା ବଢିବାର ସମ୍ଭାବନା ଅଛି । କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଭତ୍ତା ବର୍ଷରେ ଦୁଇଥର ବୃଦ୍ଧି କରନ୍ତି । ଏହାର ଅବଧି ଜାନୁୟାରୀ ଏବଂ ଜୁଲାଇ ମଧ୍ୟରେ ହୋଇଥାଏ । କହିବା ପାଇଁ ଚାହୁଁଛୁ କେନ୍ଦ୍ର ସରକାର ଏହା ପୂର୍ବରୁ ଅନେକ ଲମ୍ବା ସମୟ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାକୁ ବୃଦ୍ଧି କରିନଥିଲେ କିନ୍ତୁ ପରେ ମହଙ୍ଗା ବଢିବାରୁ ମହଙ୍ଗା ଭତ୍ତାକୁ ୧୭% ରୁ ବଢେଇ ୨୮% କରିଦେଇଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଘଟଣା ଉପରେ କିଛି ଖାସ୍ ବୟାନ ଦେଇନାହାନ୍ତି କିନ୍ତୁ ଖବର ଅନୁସାରେ ଏହା ଅନୁମାନ ଲଗାଯାଇଛି କି କେନ୍ଦ୍ର ସରକାର ଡିଏକୁ ଖୁବ ଶୀଘ୍ର ବୃଦ୍ଧି କରିପାରନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ଘୋଷଣା କରାଯାଇନାହିଁ ।

ଏହିପରି ମହଙ୍ଗା ଭତ୍ତା ଆକଳନ କରାଯାଏ

କହିଦେଉଛୁ କି ମହଙ୍ଗା ଭତ୍ତାର ଗଣନା ମୂଳ ବେତନରୁ କରାଯାଏ ।ଅନୁମାନ କରାଯିବ ଯଦି କାହାକୁ ୨୦୦୦୦ ବେତନ ମିଳେ ,ତେବେ ୧୪ ପ୍ରତିଶତ ଅନୁସାରେ ସବୁ ମାସ ତାର ବେତନରେ ୨୮୦୦ଟଙ୍କା ଅଧିକ ଯୋଡି ହୋଇଯିବ । ସପ୍ତମ ପେ କମିଶନ ଅନୁସାରେ ଅଧିକାରୀ ପଦରେ ଥିବା ବ୍ୟକ୍ତି ମାନଙ୍କର ମଧ୍ୟ ବେତନ ରେ ମଧ୍ୟ ଅଧିକ ବୃଦ୍ଧି ହେବ। ଏବେ ତାଙ୍କର ମୂଳ ବେତନ ୩୧୫୫୦ ଅଟେ । ଏମିତିରେ ମୂଳ ବେତନ ୩୧୫୫୦, ଟୋଟଲ ଡି ଏ ୩୧% ୯୭୮୦ ସବୁ ମାସ ରେ । ୩% ମହଙ୍ଗା ବୃଦ୍ଧି ହେବା ଫଳରେ ୯୪୭ ଟଙ୍କା ପ୍ରତି ମାସରେ ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *