କରୋନା : ଦ୍ଵିତୀୟ ଲାହୋରି ଠାରୁ ଆହୁରି ଅଧିକ ସାଂଘାତିକ ହେବ ତୃତୀୟ ଲୋହରି ! ବୈଜ୍ଞାନିକମାନେ କହିଛନ୍ତି ଏତିକି ଦିନ ପର୍ଯ୍ୟନ୍ତ ରଚିବ ତାଣ୍ଡବ ଲୀଳା !

କରୋନା : ଦ୍ଵିତୀୟ ଲାହୋରି ଠାରୁ ଆହୁରି ଅଧିକ ସାଂଘାତିକ ହେବ ତୃତୀୟ ଲୋହରି ! ବୈଜ୍ଞାନିକମାନେ କହିଛନ୍ତି ଏତିକି ଦିନ ପର୍ଯ୍ୟନ୍ତ ରଚିବ ତାଣ୍ଡବ ଲୀଳା !

ବର୍ତ୍ତମାନ ଭାରତରେ କରୋନାର ଦ୍ଵିତୀୟ ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ଆପଣ ଅନୁଭବ କରିପାରୁଥିବେ କରୋନାର ଦ୍ଵିତୀୟ ଲୋହରି ପ୍ରଥମ ଲୋହରି ଅପେକ୍ଷା ଅଧିକ ରହିଛି । କିନ୍ତୁ ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, କରୋନାର ତୃତୀୟ ଲହୋରୀ ପ୍ରଥମ ଓ ଦ୍ଵିତୟ ଲାହୋରି ଅପେକ୍ଷା ଆହୁରି ବିପଦଜନକ ହେବ । ଏହି କଥା ଆମେ କହୁ ନାହୁଁ ବରଂ ବୈଜ୍ଞାନିକମାନେ କହୁଛନ୍ତି । ଏପରିକି କରୋନାର ତୃତୀୟ ଲାହୋରି ୯୮ ଦିନ ପର୍ଯ୍ୟନ୍ତ ଲାଗିରହିବାର ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଅନ୍ତର୍ଜାତୀୟ ଅଭିଜ୍ଞତାମାନଙ୍କ କହିବାନୁଯାୟୀ, କରୋନାର ପ୍ରଥମ ତୃତୀୟ ଓ ଦ୍ଵିତୀୟ ଲାହୋରି ପରି ତୃତୀୟ ଲାହୋରି ମଧ୍ୟ ଆସିବ ଏବଂ କରୋନାର ଏହି ତୃତୀୟ ଲାହୋରିରେ କରୋନାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିବ । କିନ୍ତୁ ବର୍ତ୍ତମାନ ଠାରୁ ସରକାର ସମେତ ଦେଶର ଜନସାଧାରଣ ସଚେତନ ରହିଲେ କରୋନାର ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା କମ୍ ହୋଇପାରେ । ବିଶେଷଜ୍ଞମାନଙ୍କ କହିବା କଥା ଯେ, କରୋନାର ତୃତୀୟ ଲହୋରି ସମଗ୍ର ଦୁନିଆର ବଡ ବଡ ଦେଶଗୁଡିକରେ ମଧ୍ୟ ପ୍ରଭାବ ପଡିବ ଓ ଏହାର ପ୍ରକୋପ ଅନ୍ତତଃ ୯୮ ଦିନ ରହିବ ।

ଦ୍ଵିତୀୟ ଲହରରୁ ଉଚିତ୍ ଶିକ୍ଷା ନେଇ ରାଜ୍ୟ ଓ କେନ୍ଦ୍ର କରୋନାର ତୃତୀୟ ଲହରର ମୁକାବିଲା କରିବା ପାଇଁ ଅଣ୍ଟା ଭିଡି ନେଇଛନ୍ତି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ତୃତୀୟ ଲହରରେ ଉଚିତ୍ ମୁକାବିଲା କରାଯିବ । କରୋନାର ଦ୍ଵିତୀୟ ଲହରରେ ଭାରତରେ ତାଣ୍ଡବଲୀଳା ମଚାଇଛି । ଦ୍ଵିତୀୟ ଲହରରେ ପ୍ରତିଦିନ ନୂତନ ସଂକ୍ରମିତଙ୍କ ସଂଖ୍ୟା ୪.୧୪ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । କେବଳ ମେ ମାସରେ କରୋନାର ୯୦.୩ ଲକ୍ଷ ନୂତନ ମାମଲା ଚିହ୍ନଟ ହୋଇଛି । ଏହି ମାସରେ ଏତେ ମାତ୍ରାରେ କରୋନା କେସ୍ ଅନ୍ୟ କୌଣସି ଦେଶରେ ଚିହ୍ନଟ ହୋଇ ନାହାନ୍ତି ।

ଭାରତରେ ଆଜି ୧,୩୨, ୭୮୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ରେ ପହଞ୍ଚିଛି । ଦୈନିକ ସଂକ୍ରମଣ ହାର ହ୍ରାସ ହୋଇ ୬.୫୭ ପ୍ରତିଶତ ହୋଇଛି । ଗତ ୨୪ ଘଣ୍ଟାରେ ୩,୨୦୭ ଜଣଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି । ଏଥିସହ କରୋନାଜନିତ ମୃତ୍ୟୁସଂଖ୍ୟ ୩, ୩୫, ୧୦୨କୁ ବୃଦ୍ଧି ଘଟିଛି ।

Leave a Reply

Your email address will not be published. Required fields are marked *