କରୋନା ଟୀକା ନେବା ପରେ ବୁଷ୍ଟର୍ ଡୋଜ୍ ଆବଶ୍ୟକ ପଡିବ ନାହିଁ…

କରୋନା ଟୀକା ନେବା ପରେ ବୁଷ୍ଟର୍ ଡୋଜ୍ ଆବଶ୍ୟକ ପଡିବ ନାହିଁ…

ଅନୁସନ୍ଧାନ ଦ୍ୱାରା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଟୀକା ନେବା ଦ୍ୱାରା ସାରସ୍-୨ ବା କୋଭିଡ୍-୧୯ ସହିତ ଲଢ଼ିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ‘ଅତି କମ୍’ରେ ଏକ ବର୍ଷ ପର୍ଯ୍ୟନ୍ତ ରହିଥାଏ । ସେମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ଏହି ରୋଗ ପ୍ରତିରୋଧକ କ୍ଷମତା କିଛି ଦେଶ ଲୋକଙ୍କ ମଧ୍ୟରେ ଏକ ଦଶନ୍ଧି ପର୍ଯ୍ୟନ୍ତ ରହିପାରେ । ଏହି ରିପୋର୍ଟଟି ବିଜ୍ଞାନ ପତ୍ରିକା ‘ନେଚର୍’ରେ ପ୍ରକାଶ ପାଇଥିଲା ।

କରୋନା ବିଷୟରେ ଦୁଇଟି ନୂତନ ଅନୁସନ୍ଧାନମୂଳକ ତଥ୍ୟ ସମସ୍ତଙ୍କ ମନରେ ଏକ ଆଶା ସୃଷ୍ଟି କରିଛି । ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନଙ୍କୁ ଆଜୀବନ କରୋନାଠାରୁ ରକ୍ଷା ମିଳିବ । ତେବେ ଟୀକାକରଣ ପରେ ମଧ୍ୟ ସେମାନେ ପୁନର୍ବାର ସଂକ୍ରମିତ ହୋଇପାରନ୍ତି ବୋଲି ସୂଚନା ଦିଆଯାଇଛି । କିନ୍ତୁ ରିସର୍ଚ୍ଚରୁ ଜଣାପଡିଛି ଯେ ଟୀକାକରଣ ପରେ ଶରୀରରେ ଆଣ୍ଟିବଡି ବିକଶିତ ହୁଏ ଯାହାକି କୋଭିଡ୍-୧୯ ବିରୁଦ୍ଧରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲଢ଼ିପାରେ ।

ରହିବ ନାହିଁ ବାରମ୍ବାର ଟୀକାକରଣର ଭୟ

ଏହି ଅନୁସନ୍ଧାନ ଲୋକମାନଙ୍କ ମଧ୍ୟରେ ଥିବା ଭୟକୁ ଦୂର କରିଦେଇଛି । ଏହା ପୂର୍ବରୁ ଆଶଙ୍କା କରାଯାଉଥିଲା ଯେ ଟିକା ନେବାପରେ ନୂଆ ଭ୍ୟାରିଆଣ୍ଟ ସହ ଲଢ଼ିବା ପାଇଁ ପୁନର୍ବାର ଟୀକାକରଣ କରିବାକୁ ପଡିବ କିନ୍ତୁ ବର୍ତ୍ତମାନ ଏହି ସନ୍ଦେହ ସମାପ୍ତ ହୋଇଯାଇଛି ।

ଟୀକାକରଣ ପରେ ଶରୀରରେ ଥାଏ କେତେ ରୋଗ ପ୍ରତିଷେଧକ କ୍ଷମତା

ଅନୁସନ୍ଧାନରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ସାରସ୍-୨ କିମ୍ବା କୋଭିଡ୍-୧୯ ବିରୋଧରେ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ‘ଅତିକମ୍’ରେ ଏକ ବର୍ଷ ପର୍ଯ୍ୟନ୍ତ ରହିଥାଏ ଏବଂ କିଛି ବ୍ୟକ୍ତିଙ୍କ ଠାରେ ଏହା ଦଶବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ ।

କେଉଁ ଆଧାରରେ ବୈଜ୍ଞାନିକମାନେ ବାହାର କରିଛନ୍ତି ଏହି ସିଦ୍ଧାନ୍ତ

ବୈଜ୍ଞାନିକମାନଙ୍କ ଅନୁସନ୍ଧାନର ଆଧାର ହେଉଛି ମନୁଷ୍ୟ ଶରୀରରେ ଉପସ୍ଥିତ ଥିବା ଅସ୍ଥି ମଜ୍ଜା । ବୈଜ୍ଞାନିକମାନେ କହିଛନ୍ତି ଯେ ଅସ୍ଥି ମଜ୍ଜା ମଧ୍ୟ କୋଭିଡ୍-୧୯ ସହିତ ଲଢ଼ିବା ପାଇଁ ଆଣ୍ଟିବଡି ତିଆରି କରିପାରିବ । ଉଭୟ ଅନୁସନ୍ଧାନରେ ଅନୁସନ୍ଧାନକାରୀମାନେ ଅସ୍ଥି ମଜ୍ଜାରେ ଉପସ୍ଥିତ ଥିବା ପ୍ରତିରକ୍ଷା କୋଷଗୁଡ଼ିକୁ ଖୋଜିଥିଲେ ।

ଏହି କୋଷଗୁଡ଼ିକ ଅସ୍ଥି ମଜ୍ଜାରେ ରୁହନ୍ତି ଏବଂ ଆବଶ୍ୟକ ସମୟରେ ଆଣ୍ଟିବଡି ଉତ୍ପାଦନ କରନ୍ତି । ଅନୁସନ୍ଧାନକାରୀମାନେ ଏହା ଜାଣିବାକୁ ପାଇଲେ ଯେ କୋଭିଡ୍-୧୯ରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କର କିଛି ମାସ ପରେ ରକ୍ତରେ ଥିବା ଆଣ୍ଟିବଡି କମିବାରେ ଲାଗିଲା । ସେମାନେ ସାରସ୍-୨ ପାଇଁ ୧୧ମାସ ଯାଏଁ ଆଣ୍ଟିବଡି ଚିହ୍ନଟ କଲେ ।

କୌଣସି ‘ବୁଷ୍ଟର୍ ଡୋଜ୍’ର ନାହିଁ ଆବଶ୍ୟକତା

ଅନୁସନ୍ଧାନରେ ଏହା ବାହାରିଲା ଯେ ଯେଉଁମାନେ ଟୀକାକରଣ କରିଛନ୍ତି କରୋନାର ପରବର୍ତ୍ତୀ ତରଙ୍ଗରେ ସେମାନେ ଗୁରୁତର ଅସୁସ୍ଥ ହେବେ ନାହିଁ । ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଆଣ୍ଟିବଡି ଭଲ ଭାବରେ ବିକଶିତ ହେବ ଏବଂ ସେମାନଙ୍କୁ ‘ବୁଷ୍ଟର୍ ଡୋଜ୍’ର ଆବଶ୍ୟକତା ପଡିବ ନାହିଁ ।

Leave a Reply

Your email address will not be published. Required fields are marked *