କରୋନାରେ ସୁସ୍ଥ ହୋଇ ଘରକୁ ଫେରିଲେ ମହିଳା କିନ୍ତୁ….

କରୋନାରେ ସୁସ୍ଥ ହୋଇ ଘରକୁ ଫେରିଲେ ମହିଳା କିନ୍ତୁ….

କରୋନାର ସଙ୍କଟ କାଳୀନ ସ୍ଥିତିରେ ମହିଳା ଜଣକ ସୁସ୍ଥ ହୋଇ ଘରକୁ ଫେରିଥିଲେ କିନ୍ତୁ ଭାଗ୍ୟର ବିଡମ୍ବନା ନିଜ ସ୍ଵାମୀ ଓ ଝିଅ ହିଁ ହେଲେ ଭଗାରି…

କରୋନା ସଂକ୍ରମଣର ଲହରୀ ବହୁତ ବିପଦଜନକ ଅଟେ । ଯାହା ଆୟତ୍ତରେ ଆସିବା ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ନିଃଶ୍ଵାସ ବନ୍ଦ ହୋଇଗଲା । ଯଦି କେହି ଏହି ମହାମାରୀ ବିରୁଦ୍ଧରେ ଲଢେଇ ଜିତି ହସ୍ପିଟାଲରୁ ତେବେ ପରିବାର ଲୋକେ ତାଙ୍କୁ ଆଳତୀ ଓ ଫୁଲ ମାଲା ପିନ୍ଧାଇ ସ୍ୱାଗତ କରନ୍ତି । MPର ଛିନ୍ଦବାଡ଼ା ଜିଲ୍ଲାରୁ ଏପରି ଆଶ୍ଚର୍ଯ୍ୟଜନକ ମାମଲା ସାମନାକୁ ଆସିଅଛି ଯାହା ବୋଧହୁଏ କେହି ପ୍ରଥମଥର ପାଇଁ ଦେଖିଥିବେ । ଏଠାରେ ଯେତେବେଳେ ଜଣେ ମହିଳା କରୋନା ସହ ଲଢ଼ି ଘରକୁ ଫେରିଥିଲେ ସେତେବେଳେ ତାଙ୍କ ସ୍ୱାମୀ ଓ ଝିଅ ତାଙ୍କ ସହିତ ମାଡ଼ପିଟ କଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିଦେଲେ । କୌଣସି ପ୍ରକାରେ ଯୁବତୀ ନିଜ ଜୀବନ ରକ୍ଷା କରି ପୋଲିସ୍ ଥାନାକୁ ପହଞ୍ଚିଲେ ।

ବାସ୍ତବରେ, ଏହି ଦୁଃଖଦ କାହାଣୀ ଶୋଭନା ପଟୋରିୟା ନାମକ ଜଣେ ମହିଳାଙ୍କ ଅଟେ । ଯିଏ ଗତ ୧୭ ଦିନ ପୂର୍ବରୁ କରୋନାରେ ସଂକ୍ରମିତ ଥିଲେ ଏବଂ ସେ ଛିନ୍ଦବାଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଥିଲେ । ୧୮ ତମ ଦିନ ଯେତେବେଳେ ସେ କରୋନା ସହ ଯୁଦ୍ଧ ଲଢ଼ି ନିଜ ଘରକୁ ଫେରିଥିଲେ ସେତେବେଳେ ତାଙ୍କ ସ୍ୱାମୀ ସଞ୍ଜୟ ପଟୋରିୟା ଓ ଝିଅ ବଂଶୀକା ପଟୋରିୟା ବିବାଦ କରିବାକୁ ଲାଗିଲେ ।

ସ୍ୱାମୀ ଓ ତାଙ୍କ ଝିଅ ଶୋଭନାଙ୍କ ଚିକିତ୍ସାରେ ଖର୍ଚ୍ଚକୁ ନେଇ ବିବାଦ କରିବାକୁ ଲାଗିଲେ । କହିବାକୁ ଲାଗିଲେ ଯେ ତୁମ ରୋଗ ଆମକୁ ଧ୍ୱଂସ କରିଦେଲା । ଏତିକିନୁହେଁ ମହିଳାଙ୍କ ସହିତ ମାଡପିଟ ମଧ୍ୟ କଲେ । ଯେକୌଣସି ପ୍ରକାର ନିଜ ଜୀବନ ରକ୍ଷା କରି ସେଠାରୁ ପଳାଇଲେ ଏବଂ ସ୍ୱାମୀ ଓ ଝିଅ ବିରୁଦ୍ଧରେ ମାମଲା ରୁଜୁ କଲେ ।

ଜଣାଇଦେଉଛୁ ଯେ ମହିଳା କାନ୍ଦି କାନ୍ଦି ଅକ୍ସୀଜେନ୍ ମାସ୍କ ଲଗାଇ ଥାନାରେ ପହଞ୍ଚିଲେ । ଯେଉଁଠାରେ ସେ କହିଲେ ଯେ ସେ ଯେପରି ହସ୍ପିଟାଲରୁ ଘରକୁ ଫେରିଲେ ସେତେବେଳେ ତାଙ୍କ ସ୍ୱାମୀ ଓ ଝିଅ ଟଙ୍କାକୁ ନେଇ ବିବାଦ କରିବାକୁ ଲାଗିଲେ । ପ୍ରଥମେ ଦୁହେଁ ମୋତେ ଚାପୁଡ଼ା ମାରିଲେ ଓ ପରେ ଛୁରୀରେ ଆକ୍ରମଣ କରିବାକୁ ଆଗେଇ ଆସିଲେ । ଯଦି ମୁଁ ସେଠାରୁ ଯାଇ ନଥାନ୍ତି ତେବେ ସେ ମୋତେ ମାରି ଦେଇଥାନ୍ତେ ।

ପୀଡ଼ିତାଙ୍କ ସହିତ ଜଣେ ସମାଜ ସେବିକା ପୂର୍ଣ୍ଣିମା ବର୍ମା ମଧ୍ୟ ପହଞ୍ଚିଥିଲେ । ଯିଏ କହିଲେ ଯେ ସ୍ୱାମୀ ସଞ୍ଜୟ ପଟୋରିୟା ଓ ଝିଅ ବଂଶୀକା ଶୋଭନା ପଟୋରିୟାଙ୍କୁ ମାନସିକ ରୂପେ ପ୍ରତାଡିତ କରିଛନ୍ତି । ତାଙ୍କୁ ଏହା ମଧ୍ୟ ଜଣାନଥିଲା ଯେ ସେ ଜଣେ କୋଭିଡ୍ ରୋଗୀ ଅଟନ୍ତି ଏବଂ ହସ୍ପିଟାଲରୁ ଡ଼ିସଚାର୍ଜ ହୋଇ ଘରକୁ ଫେରିଥିଲେ । ଯେପରି ଭାବରେ ତାଙ୍କୁ ମାଡ଼ ଦିଆଗଲା ଏଥିରୁ ତାଙ୍କ ଜୀବନ ମଧ୍ୟ ଯାଇଥାନ୍ତା । ଏଥିପାଇଁ ଏପରି ଝିଅ ଓ ସ୍ୱାମୀ ନିଶ୍ଚିତ ଭାବେ ଗିରଫ୍ ହେବା ଉଚିତ ।

ପୋଲିସ୍ ସର୍ବପ୍ରଥମେ ପୀଡିତାଙ୍କ ଜିଲ୍ଲା ହସ୍ପିଟାଲରେ ଯାଞ୍ଚ କରାଇଲେ, କାରଣ ମହିଳାଙ୍କୁ ଆଘାତ ଲାଗିଥିଲା । ଥାନା ଟିଆଇ କହିଛନ୍ତି ଯେ ରାତିରେ ସୂଚନା ମିଳିବା ମାତ୍ରେ ପୋଲିସ୍ ଚନ୍ଦନ ଗ୍ରାମରେ ପୀଡ଼ିତାଙ୍କ ଘରକୁ ପହଞ୍ଚିଥିଲେ ଏବଂ ମାମଲାର ଯାଞ୍ଚ ଆରମ୍ଭ କରିଦେଲେ । କରୋନା ଲଢେଇ ଜିତିବା ପରେ ଘରକୁ ପହଞ୍ଚିଲେ ମହିଳା, ସ୍ୱାମୀ ଓ ଝିଅ କଲେ ଆକ୍ରମଣ, ଆଳତୀ-ଫୁଲ ବଦଳରେ ମାରିବାକୁ ଲାଗିଲେ ଛୁରୀ ।

Leave a Reply

Your email address will not be published. Required fields are marked *