କରଣ ମେହେରାଙ୍କ ପତ୍ନୀ Nisha Rawal କାନ୍ଦି କାନ୍ଦି ନିଜ ସମ୍ପର୍କର ସତ୍ୟତାକୁ ପ୍ରକାଶ କଲେ…

କରଣ ମେହେରାଙ୍କ ପତ୍ନୀ Nisha Rawal କାନ୍ଦି କାନ୍ଦି ନିଜ ସମ୍ପର୍କର ସତ୍ୟତାକୁ ପ୍ରକାଶ କଲେ…

ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଦମ୍ପତି ନିଶା ରାୱଲ ଏବଂ କରଣ ମେହେରାଙ୍କ ବ୍ୟକ୍ତିଗତ ଜୀବନ ସତ୍ୟତା ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଉଭୟ ନିଶା ରାୱଲ ଏବଂ କରଣ ମେହେରା ପରସ୍ପରକୁ ଆରୋପ କରୁଛନ୍ତି । କରଣ ମେହେରା ଗଣମାଧ୍ୟମରେ ନିଜର ପକ୍ଷ ଉପସ୍ଥାପନ କରିବା ପରେ ଏବେ ତାଙ୍କ ପତ୍ନୀ ନିଶା ରାୱଲ ମଧ୍ୟ ଗଣମାଧ୍ୟମ ସମ୍ମୁଖନରେ ନିଜ ସମ୍ପର୍କକୁ ସ୍ଵଷ୍ଟ ରୂପରେ ବଖାଣି ଥିଲେ । କରଣ ମେହେରାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବା ପରେ ନିଶା ରାୱଲ ଗଣମାଧ୍ୟମ ସହ କଥା ହୋଇଥିଲେ ଏବଂ ଆକ୍ରମଣ ପରେ ସେ ତାଙ୍କ ଅବସ୍ଥାର ଚିତ୍ର ମଧ୍ୟ ଦେଖାଇଥିଲେ । ଏହି ସମୟରେ ନିଶାଙ୍କ କପାଳରେ ଆଘାତ ଲାଗିଥିବାର ସ୍ପଷ୍ଟ ଚିତ୍ର ଦେଖାଯାଉଥିଲା ।

ହାତ ଉଠାଇବା ପରେ କଲେ ଅଭିଯୋଗ :

ମେ ୩୧ ବିଳମ୍ବିତ ରାତିରେ ନିଶା ରାୱଲ ଗୋରେଗାଓଁ ପୋଲିସ ଷ୍ଟେସନରେ କରଣ ମେହେରାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ, କରଣ ତାଙ୍କ ଉପରେ ଆକ୍ରମଣ କରିଥିଲେ । ନିଶା କହିଛନ୍ତି ଯେ କରଣ ତାଙ୍କ ସହ ଅସଦାଚରଣ କରୁଥିଲେ ଏବଂ ଗାଳିଗୁଲଜ ମଧ୍ୟ କରୁଥିଲେ । ପରସ୍ପର ମଧ୍ୟରେ ଅନେକ ଯୁକ୍ତିତର୍କ ହେବା ପରେ କରଣ ଅଭିନେତ୍ରୀ ନିଶାଙ୍କ ଉପରକୁ ହାତ ଉଠାଇଲେ । କରଣ ହାତ ଉଠାଇବା ପରେ ନିଶା ରାୱଲ ପୋଲିସରେ ଅଭିଯୋଗ କରିବା ଠିକ ବୋଲି ଭାବିଥିଲେ ।

ମିଡ଼ିଆ ସହିତ କଲେ କଥାବାର୍ତ୍ତା :

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନିଶା ରାୱଲ କହିଛନ୍ତି ଯେ କରଣ ତାଙ୍କ ଉପରେ ଅନେକ ଥର ହାତ ଉଠାଇଥିଲେ । କରଣ ହାତ ଉଠାଇବା କଥା ଏକ ମାମୁଲି କଥା । ନିଶା ରାୱଲଙ୍କ କହିବାନୁଯାୟୀ କରଣ ଅନେକ ଥର ତାଙ୍କ ମୁହଁକୁ ମାରିଛନ୍ତି ଏବଂ ଏହି କାରଣରୁ ତାଙ୍କ ମୁହଁରେ ଅନେକ ଆଘାତ ଚିହ୍ନ ମଧ୍ୟ ରହିଛି ।

ଗଣମାଧ୍ୟମ ତରଫରୁ ନିଶା ରାୱଲଙ୍କୁ ପଚରାଗଲା ଯେ, କାହିଁକି ଏତେ ଦିନ ଧରି ସେ ଏସବୁକୁ ସହ୍ୟ କରୁଥିଲେ ? ନିଶା ରାୱଲ ପ୍ରତିଉତ୍ତର ଦେଇ କହିଥିଲେ; କାରଣ ସେ କରଣଙ୍କୁ ଭଲ ପାଉଥିଲେ । ସେ କହିଥିଲେ- “ମୁଁ ଆଜିବି ତାଙ୍କୁ ଭଲ ପାଏ । ମୁଁ ମୂର୍ଖ ଥିଲି, କରଣଙ୍କ ଏସବୁ କରନାମାକୁ ସହ୍ୟ କରୁଥିଲି । କାରଣ ମୁଁ ତାଙ୍କ ଠାରୁ ଅଲଗା ହେବାକୁ ଇଚ୍ଛା କରୁନଥିଲି” । ଏହା କହି ନିଶା ଗଣମାଧ୍ୟମ ସମ୍ମୁଖରେ କାନ୍ଦିବାକୁ ଲାଗିଥିଲେ ।

ଚରିତ୍ର ଉପରେ ଲଗାଇଲେ ଦୋଷ :

ବାର୍ତ୍ତାଳାପ ସମୟରେ ନିଶା ରାୱଲ, କରଣଙ୍କୁ ଅବିଶ୍ୱାସୀ ବୋଲି କହିଛନ୍ତି । ନିଶା ରାୱଲ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ କହିଥିଲେ ଯେ, “ମୁଁ ମୋର ସନ୍ତାନଙ୍କ ପାଇଁ ଏପରି ପିତା ଚାହୁଁ ନାହିଁ ।” ସେ ଗଣମାଧ୍ୟମକୁ ଅନୁରୋଧ କରିଥିଲେ ଯେ, ଯଦି ଆପଣମାନେ କିଛି ଆଶ୍ଵସ୍ତିଜନକ ମତାମତ ଦେବେ କୁହନ୍ତୁ, ଯାହାଦ୍ୱାରା ଆମ ଦୁହେଁଙ୍କ ସମସ୍ୟାର ସମାଧାନ ହୋଇପାରିବ କିନ୍ତୁ ଆପଣ ଆମ ଦୁହେଁଙ୍କ ସମସ୍ୟାକୁ ନେଇ କୌଣସି ପ୍ରକାର ଅପ୍ରଚାର କରନ୍ତୁ ନାହିଁ ।

ନିଶା କହିଛନ୍ତି – “ଗତକାଲି ମୁଁ ତାଙ୍କୁ (କରଣ) କହିଲି ଯେ, ତୁମେ ଜଣେ ଭଲ ମଣିଷ ନୁହଁ । ଏହି କାରଣରୁ ସେ ମୋ ଉପରେ ରାଗିଗଲେ ଏବଂ ସେ ରୁମ୍ (Room)ରୁ ବାହାରକୁ ଚାଲିଗଲେ । ସେହି ସମୟରେ ସେ ମୋ ମୁଣ୍ଡକୁ ଧରି କାନ୍ଥରେ ପିଟି ଦେଲେ । ତାଙ୍କର ଏହିପରି ଅତ୍ୟାଚାର ସହ୍ୟ କରି ମୁଁ ଅତିଷ୍ଠ ହୋଇଗଲିଣି । ତେଣୁ ବାଧ୍ୟ ହୋଇ ଏଇପରି ପଦକ୍ଷେପ ନେଇଛି । ତଥାପି ଏହିପରି ପଦକ୍ଷେପ ନେବା ପୂର୍ବରୁ ତାଙ୍କୁ କହିଲି ଏହିପରି ବ୍ୟବହାର କାହିଁକି କରୁଛ ? ସେ ମୋ ଗଳାକୁ ଚିପି ଧରିନେଲେ । ମୁଁ ତାଙ୍କୁ ପଚାରିଲି ତୁମେ ମୋତେ ଏତେ ଘୃଣା କାହିଁକି କରୁଛ ?”

କରଣଙ୍କୁ ୩୧ ମେ’ରେ ଗିରଫ କରାଯାଇଥିଲା :

ଆପଣଙ୍କୁ କହିରଖୁଛୁ ଯେ, କରଣଙ୍କୁ ମେ’ ୩୧ରେ ଗିରଫ କରାଯାଇଥିଲା ଏବଂ ୧ ଜୁନରେ ଜାମିନ ମିଳିଥିଲା । ଉଭୟଙ୍କ ବିବାହର ବିବାଦ ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ନିଶା ରାୱଲ ତାଙ୍କ ଘର ବାହାରେ ଗଣମାଧ୍ୟମକୁ ଭେଟିଥିଲେ । ସୋସିଆଲ ମିଡିଆରେ ନିଶାଙ୍କ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କ କପାଳରେ ଆଘାତ ଲାଗିଥିବା ସ୍ପଷ୍ଟ ବାରି ହେଉଛି । ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ଏବଂ ପୁରା ମାମଲା କହିବା ସମୟରେ ନିଶା ରାୱଲ କାନ୍ଦୁଥିଲେ । କପାଳରେ ବ୍ୟାଣ୍ଡେଜ ଲାଗିଥିବାର ନଜର ଆସୁଛି ।

Leave a Reply

Your email address will not be published. Required fields are marked *