କପିଲ ଶର୍ମାଙ୍କ ବାରମ୍ବାର ଡାକିବା ପରେ ମଧ୍ୟ କପିଲ ଶର୍ମା ଶୋକୁ ଆସୁ ନାହାଁନ୍ତି ମହେନ୍ଦ୍ର ସିଂହ ଧୋନି, ଜାଣନ୍ତୁ ବଡ଼ କାରଣ  !

କପିଲ ଶର୍ମାଙ୍କ ବାରମ୍ବାର ଡାକିବା ପରେ ମଧ୍ୟ କପିଲ ଶର୍ମା ଶୋକୁ ଆସୁ ନାହାଁନ୍ତି ମହେନ୍ଦ୍ର ସିଂହ ଧୋନି, ଜାଣନ୍ତୁ ବଡ଼ କାରଣ !

କପିଲ ଶର୍ମା କମେଡି ଶୋରେ ଅଧିକାଂଶ ଅତିଥି ଫିଲ୍ମ ଜଗତରୁ ହିଁ ଆସିଥାନ୍ତି । କୋରୋନ କାଳରେ ଯେଉଁଠି କପିଲ ଶର୍ମା କୋରୋନା ଯୋଦ୍ଧାଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ବି. ଆର.ଚୋପଡ଼ାଙ୍କ ମହାଭାରତ ଶୋର ତାରକା ମଧ୍ୟ କପିଲ ଶର୍ମା ଶୋ ରେ ଦେଖିବାକୁ ମିଳିଥିଲେ । କିନ୍ତୁ ମହାଭାରତରେ ଭୀଷ୍ମ ପିତାମହ ରୋଲ ପ୍ଲେ କରିଥିବା ମୁକେଶ ଖାନ୍ନା ‘ ଦି କପିଳ ଶର୍ମା’ ଶୋ କୁ ଆସିନଥିଲେ କାରଣ ଏହି ଶୋରେ ପୁରୁଷ ମହିଳା ମାନଙ୍କ ପୋଷାକ ପିନ୍ଧି କରି ଅଶ୍ଳୀଳ ଅଭିନୟ କରିଥାନ୍ତି । ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ଯୋଗୁଁ ଶୋରେ ଭାଗ ନେବା ପାଇଁ ମନା କରିଦେଇଛନ୍ତି ।

 

 

ଯେତେବେଳେ ୨୦୧୬ ରେ ଧୋନୀଙ୍କ ବାୟୋପିକ ଏବଂ ସୁଶାନ୍ତ ସିଂହ ରାଜପୁତ ଷ୍ଟାର ଫିଲ୍ମ’ ଏମ.ଏସ.ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି’ ରିଲୀଜ ହୋଇଥିଲା , ଏହାର ପ୍ରମୋଶନ ପାଇଁ ମଧ୍ୟ ଧୋନୀଙ୍କୁ କପିଲ ଶର୍ମା ଶୋ ରେ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ଧୋନୀ ଆସି ନଥିଲେ । ଧୋନୀ କପିଲ ଶର୍ମା ଶୋ କୁ ନସିବାର ଅନେକ କାରଣ ଶୁଣିବା ପାଇଁ ମିଳିଥିଲା କିନ୍ତୁ ପ୍ରକୃତ ପକ୍ଷରେ ମୁଖ୍ୟ କାରଣ ହେଉଛି ଧୋନୀ ଶୋ ରେ ଭାଗ ନନେବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ସାମାନ୍ୟ ଦୃଷ୍ଟିରୁ ଧୋନୀଙ୍କ ବ୍ୟସ୍ତତା ଏହାର କାରଣ ଅଟେ । ସେହି ସମୟରେ ଧୋନୀ ଟିମ ଇଣ୍ଡିଆର କ୍ୟାପଟେନ ମଧ୍ୟ ଥିଲେ । ଏହା ଛଡା ବ୍ରାଣ୍ଡ ଏଣ୍ଡୋସମେଣ୍ଟ କାରଣ ଯୋଗୁଁ ମଧ୍ୟ ଧୋନୀ ବ୍ୟସ୍ତତା ମଧ୍ୟରେ ଗତି କରୁଥିଲେ ।

 

 

 

 

ଧୋନୀଙ୍କ ବ୍ୟତୀତ ଅନେକ ଷ୍ଟାର ମଧ୍ୟ ଅଛନ୍ତି ଯେଉଁମାନେ କପିଲ ଶର୍ମା ଶୋ ରେ ଆସିନାହାଁନ୍ତି । ଏମାନଙ୍କ ମଧ୍ୟରୁ ଭାରତର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାର ସଚିନ ତେନ୍ଦୁଲକର ମଧ୍ୟ କେବେ ମଧ୍ୟ କପିଲ ଶର୍ମାଙ୍କ ଶୋ କୁ ଆସିନାହାଁନ୍ତି । ରିପୋର୍ଟ ଅନୁସାରେ ଶୋରେ ସଚିନଙ୍କ ପୁରୁଣା ସାଥୀ ଖେଳାଳି ନବଯୋତ ସିଂହ ସିନ୍ଧୁ ନିଜେ ସଚିନଙ୍କୁ ଅନେକ ଥର ଡାକରା ପଠେଇଛନ୍ତି, କିନ୍ତୁ ସଚିନ ମଧ୍ୟ ନିଜର ବ୍ୟସ୍ତତା କାରଣରୁ ଶୋରେ ଯୋଗ ଦେଇନଥିଲେ ।

 

 

 

 

ଧୋନୀ ଏବଂ ସଚିନଙ୍କ ଭଳି ଅମିର ଖାନ ମଧ୍ୟ କେବେ ଏହି ଶୋକୁ ଆସିନାହାନ୍ତି । କଳ୍ପନା କରାଯାଉଥିଲା କି, ‘ ଠଗ୍ସ ଅଫେ ହିନ୍ଦୁସ୍ତାନ’ ପ୍ରମୋସନ ପାଇଁ କପିଲଙ୍କ କମେଡି ଶୋ କୁ ଆମୀର ଖାନ ଆସିପାରନ୍ତି କିନ୍ତୁ ସେ ଏହି ଶୋ ରେ ଯୋଗ ଦେଇନଥିଲେ । ବଲିଉଡର କେତେକ ଖାନ୍ସ ଙ୍କ ବିଷୟ ଯଦି କୁହାଯାଏ ତେବେ ସାହରୁଖ ଖାନ ଲଗାତାର ଶୋ ରେ ନଜର ଆସିଛନ୍ତି, ଅନ୍ୟପକ୍ଷରେ ସଲମାନ୍ ଖାନ ମଧ୍ୟ ଅନେକ ଥର ଶୋ ରେ ନିଜର ସବୁ ଫିଲ୍ମର ପ୍ରମୋସନ ପାଇଁ କପିଲଙ୍କ ଶୋ କୁ ଆସନ୍ତି ।

Leave a Reply

Your email address will not be published. Required fields are marked *