କଣ ପାଇଁ ଜର୍ଜ ମୃତ୍ୟୁ ଦଣ୍ଡ ଶୁଣାଇବା ପରେ କଲମ ଭାଙ୍ଗି ଦିଅନ୍ତି .

କଣ ପାଇଁ ଜର୍ଜ ମୃତ୍ୟୁ ଦଣ୍ଡ ଶୁଣାଇବା ପରେ କଲମ ଭାଙ୍ଗି ଦିଅନ୍ତି .

କଣ ପାଇଁ ଜର୍ଜ ମୃତ୍ୟୁ ଦଣ୍ଡ ଶୁଣାଇବା ପରେ କଲମ ଭାଙ୍ଗି ଦିଅନ୍ତି ଜାଣନ୍ତୁ ।

ଆପଣ ପ୍ରାୟତଃ ଦେଖିଥିବେ ଫିଲ୍ମ କିମ୍ବା ଟିଭି ଧାରାବାହିକରେ କୌଣସି ବ୍ୟକ୍ତିକୁ ଫାଶୀ ଦଣ୍ଡ ଦିଆଗଲେ ଯେଉଁ କଲମରେ ଦୋଷୀର ଦଣ୍ଡ ନିର୍ଦ୍ଧାରଣ କରାଯାଇଥାଏ ସେହି କଲମକୁ ଭାଙ୍ଗି ଦିଆଯାଏ । ଏହି ପରିପ୍ରେକ୍ଷୀରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଏହିପରି କଣ ପାଇଁ କରାଯାଇଥାଏ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ସୂଚନା ପ୍ରଦାନ କରିବୁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଭାରତ ଏହିପରି ଏକ ଦେଶ ଯେଉଁଠି କୌଣସି ଆସାମୀକୁ ମୃତ୍ୟୁ ଦଣ୍ଡ ଶୁଣାଯିବା ପରେ ଜର୍ଜ କଲମକୁ ଭାଙ୍ଗି ଦେଇଥାନ୍ତି । କଲମ ଭାଙ୍ଗିବା ପ୍ରଥା ଭାରତରେ ବ୍ରିଟିଶ କାଳରୁ ପ୍ରଚଳିତ ହୋଇଆସିଛି ।

ଭାରତର କାନୁନରେ ମୃତ୍ୟୁ ଦଣ୍ଡ ସବୁଠୁ ବଡ଼ ଦଣ୍ଡ ଅଟେ । ଏହା ସେହି ସମୟରେ ଦିଆଯାଇଥାଏ ଯେତେବେଳେ ଅପରାଧୀ ଜଘନ୍ୟ ଅପରାଧ ଘଟାଇଥାଏ ତେବେ ଯାଇ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ମିଳିଥାଏ ।

କୌଣସି ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ପରେ କଲମର ମୁନ ଭାଙ୍ଗି ଦିଆଯାଇଥାଏ ଏହା ଏଥିପାଇଁ କରାଯାଇଥାଏ କାରଣ ଫାଶିର ଦଣ୍ଡ ପରେ ବ୍ୟକ୍ତିର ଜୀବନ ସମାପ୍ତ ହୋଇଯାଇଥାଏ ଏହି କାରଣରୁ କଲମର ଜୀବନ ମଧ୍ୟ ସମାପ୍ତ ହୋଇଯାଇଥାଏ ଯାହାଫଳରେ ପୁନଃ ଏହି କଲମର ବ୍ୟବହାର ନହେବ ।

ଫାଶୀ ଦଣ୍ଡ ମିଳିବା ପରେ ବଞ୍ଚିବାର ଏକ ମାତ୍ର ରାସ୍ତା ହେଉଛି ରାଷ୍ଟ୍ରପତିଙ୍କୁ ଦୟା ଯାଚନା ପଠାଇବା । ଏହା ବ୍ୟତୀତ ରାଷ୍ଟ୍ରପତି ନିର୍ଦ୍ଧାରଣ କରିବେ ଦୋଷୀକୁ କ୍ଷମା ଦିଆଯିବ ନା ଦଣ୍ଡ । କଲମର ମୁନ ଭାଙ୍ଗିବାର ଏକ ମାତ୍ର ତର୍କ ହେଉଛି ଏକଦା ମୁନ ଭାଙ୍ଗିବା ପରେ ଜର୍ଜଙ୍କ ପାଖରେ ମଧ୍ୟ ଅଧିକାର ରହିନଥାଏ ସେ ଦୋଷୀର ଦଣ୍ଡ କୋହଳ କରିପାରିବେ ।

Leave a Reply

Your email address will not be published. Required fields are marked *