କ’ଣ ଆପଣ ଜାଣନ୍ତି : ମଧୁମେହ ଓ ଷ୍ଟେରଏଡ଼ସ୍ ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକୁ ଶକ୍ତି ଦୁର୍ବଳ କରିବା ସହ ‘ବ୍ଲାକ୍ ଫଁଙ୍ଗସ୍’ର କାରଣ ମଧ୍ୟ !

କ’ଣ ଆପଣ ଜାଣନ୍ତି : ମଧୁମେହ ଓ ଷ୍ଟେରଏଡ଼ସ୍ ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକୁ ଶକ୍ତି ଦୁର୍ବଳ କରିବା ସହ ‘ବ୍ଲାକ୍ ଫଁଙ୍ଗସ୍’ର କାରଣ ମଧ୍ୟ !

ରାଜସ୍ଥାନ ସରକାର ‘ବ୍ଲାକ୍ ଫଙ୍ଗସ୍’କୁ ମହାମାରୀ ବୋଲି ଘୋଷଣା କରିଛନ୍ତି । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲାଟ୍ କରୋନାରୁ ସୁସ୍ଥ ଥିବା ଲୋକମାନଙ୍କ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବ୍ୟାପିବା ନେଇ ଉଦବେଗ ପ୍ରକାଶ କରିଥିଲେ । ରାଜ୍ୟର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗ ରାଜସ୍ଥାନ ଅଧିନିୟମ ୨୦୨୦ ଅନୁଯାୟୀ ମ୍ୟୁକର୍ ମାଇକୋସିସ୍ କୁ କାଭିଡ୍-୧୯ ମହାମାରୀ ଘୋଷଣା କରିଛି । ରାଜ୍ୟରେ ଗତ କିଛି ଦିନ ହେବ ‘ବ୍ଲାକ୍ ଫଙ୍ଗସ୍’ର ମାମଲା ସାମ୍ନାକୁ ଆସୁଛି । ସୀକର୍ ଠାରେ ଦୁଇ ଦିନ ମଧ୍ୟରେ ଦୁଇଟି ମାମଲା ସାମ୍ନାକୁ ଆସିଛି । କୋଭିଡ୍ ସହିତ ଜର୍ଜରିତ ହୋଇଥିବା ଲୋକଙ୍କ ପାଇଁ ମ୍ୟୁକର୍ ମାଇକୋସିସ୍ ଏକ ଦ୍ୱିଗୁଣ ଆହ୍ୱାନ ସଦୃଶ ଅଟେ । ଏହା କରୋନା ଅପେକ୍ଷା ଅଧିକ ସାଂଘାତିକ ଅଟେ କାରଣ ଏହାର ମୃତ୍ୟୁ ହାର ୫୦ ପ୍ରତିଶତରୁ ଅଧିକ ହୋଇଥାଏ । ଏହିପରି ପରିସ୍ଥିତିରେ ବିଶେଷଜ୍ଞ ମାନଙ୍କ ଠାରୁ ପ୍ରସ୍ତୁତ କରାଯାଇଥିବା ଏହି ରୋଗର କାରଣ ଏବଂ ପ୍ରତିରୋଧ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଛୁ ।

ଚିକିତ୍ସା ସମୟରେ ଡାକ୍ତରଖାନାର ଆବର୍ଜନା ଦ୍ୱାରା ମଧ୍ୟ ଏହି ରୋଗ ହୋଇପାରେ

ବ୍ଲାକ ଫଙ୍ଗସ୍ ରୋଗ ବୃଦ୍ଧି ହେବାର ତିନୋଟି ମୁଖ୍ୟ କାରଣ ଅଛି – କରୋନା, ମଧୁମେହ ଏବଂ ‘ଷ୍ଟେରଏଡସ୍’ର ଉଚ୍ଚ ଡୋଜ୍ । ଯଦି କୌଣସି ବ୍ୟକ୍ତିଙ୍କୁ କରୋନା ହୋଇଯାଏ, ଏହା ସହିତ ଅନ୍ୟ କିଛି ରୋଗ ଯଦି ଥାଏ, ତେବେ ସେହି ବ୍ୟକ୍ତିଙ୍କ ରୋଗ ବିରୁଦ୍ଧରେ ଲଢ଼ିବାର କ୍ଷମତା କମିଯାଏ । ଏହି ସମୟରେ ଏହି ଫଁଙ୍ଗସ୍ ସେହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥାଏ । ଦ୍ୱିତୀୟ ପ୍ରମୁଖ ବିପଦ ହେଉଛି ମଧୁମେହ ରୋଗୀ । ସେମାନଙ୍କୁ ଏହିପରି ଅନେକ ଔଷଧ ଦିଆଯାଇଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ତୃତୀୟ ଆଲର୍ଟ ହେଉଛି ଷ୍ଟେରଏଡସ୍ । କରୋନା ଚିକିତ୍ସା ସମୟରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

‘ବ୍ଲାକ୍ ଫଙ୍ଗସ୍’ର ଉଭୟ ରୋଗୀ ଜୟପୁରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି

ଜିଲ୍ଲାରେ ସାମ୍ନାକୁ ଆସିଥିବା ‘ବ୍ଲାକ୍ ଫଙ୍ଗସ୍’ର ଉଭୟ ରୋଗୀ ଦାନ୍ତାରାମଗଡର ନଟୱରଲାଲ୍ ଏବଂ କାଟରାଥାଲର ଶୁଭକରଣ ଜୟପୁରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥାରେ ଉନ୍ନତି ହୋଇଛି ଏବଂ ଅସ୍ତ୍ରୋପଚାର ଯୋଜନା କରାଯାଇଛି । ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ଦୁଇଜଣ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ଦେଖିବାକୁ ମିଳିଛି । ଡାକ୍ତର ମାନେ ‘ବ୍ଲାକ୍ ଫଙ୍ଗସ୍’କୁ ନିଶ୍ଚିତ କରିବା ପରେ ଉଭୟଙ୍କୁ ଜୟପୁରକୁ ପଠାଇ ଦିଆ ଯାଇଥିଲା ।

ତୁରନ୍ତ ରେଫର୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

‘ବ୍ଲାକ୍ ଫଙ୍ଗସ୍’ ବିଷୟକୁ ନେଇ ବିଭାଗ ବହୁତ ସତର୍କ ହୋଇପଡିଛି । ସିଏମଏଚଔ ଡାକ୍ତର୍ ଅଜୟ ଚୌଧୁରୀ ବ୍ଲାକ୍ ଫଙ୍ଗସ୍ ନିରାକରଣ ପରେ ରୋଗୀଙ୍କୁ ତୁରନ୍ତ ଉଚ୍ଚ ଚିକିତ୍ସା ପ୍ରତିଷ୍ଠାନକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

‘ବ୍ଲାକ୍ ଫଙ୍ଗସ୍’ରେ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଡାକ୍ତରଖାନାର ପରିବେଶ ସଂକ୍ରମଣ ଦୃଷ୍ଟିରୁ ପ୍ରାୟତଃ ଅଧିକ ବିପଜ୍ଜନକ ଅଟେ । ଯେଉଁ ବ୍ୟକ୍ତି ମାନଙ୍କୁ ଅମ୍ଳଜାନ ଦିଆଯାଉଛି, ସେହି ରୋଗୀମାନଙ୍କ ଉପରେ ନଜର ରଖିବା ଆବଶ୍ୟକ । ଯେପରିକି ଆର୍ଦ୍ରତା ଦ୍ୱାରା ଜଳ ଲିକ୍ ନହୁଏ । ଆର୍ଦ୍ରତା ଥିବା ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇଥାଏ ।

କୋଭିଡ୍ ସହିତ ମଧ୍ୟ ହୋଇପାରେ

‘ମେଡିସିନ୍ ନେଟ୍’ର ଏକ ରିପୋର୍ଟ ଅନୁଯାୟୀ, କୋଭିଡ୍-୧୯ ସହିତ ଫଙ୍ଗଲ୍ ସଂକ୍ରମଣ ମଧ୍ୟ ହୋଇପାରେ । ବିଶେଷକରି ଯେଉଁମାନେ ଆଇସିୟୁରେ ଅଛନ୍ତି କିମ୍ବା କୋଭିଡ୍ ସହିତ ମଧୁମେହ କିମ୍ବା ଏଚ୍.ଆଇ.ଭି ଭଳି ରୋଗ ଅଛି ।

୨୮ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ, ସକ୍ରିୟ ମାମଲା ୭୪୫୮

ବୁଧବାର ଦିନ ଜିଲ୍ଲାରେ ୪୧୭ଟି ନୂତନ ପଜିଟିଭ୍ ମାମାଲା ମିଳିଛି । ଏହି ସମୟରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୮୨୯୩ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ୨୦,୫୪୬ ଜଣ ସୁସ୍ଥ ହୋଇପାରିଛନ୍ତି । ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୪୫୮ ପର୍ଯ୍ୟନ୍ତ ରହିଛି । ବୁଧବାର ଦିନ ସୀକର୍ ସହରରେ ୫୨ଟି ପଜିଟିଭ୍ ମିଳିଛି ।

ଫତେହପୁରରେ ୧୦୮, ଖଣ୍ଡେଲା ବ୍ଲକରେ ୪୪, କୂଦନ୍ ଅଞ୍ଚଳରେ ୪୯, ଲକ୍ଷ୍ମଣଗଡରେ ୫୪, ନିମକାଥାନା ଅଞ୍ଚଳରେ ୬, ପିପରାଲୀ ଅଞ୍ଚଳରେ ୬୩, ଶ୍ରୀମାଧୋପୁରରେ ୮ ଏବଂ ‘ଦାନ୍ତା ବ୍ଲକ୍’ରେ ୩୩ ଜଣ କରୋନା ପଜିଟିଭ୍ ମିଳିଛନ୍ତି । ବୁଧବାର ଦିନ ଖୁଡି ବଡି ନିକଟସ୍ଥ ପ୍ରତାପପୁର ଗ୍ରାମରେ ଜଣେ ୭୩ ବର୍ଷୀୟା ମହିଳା, ଧୋଦର ୭୮ ବର୍ଷ ବୟସ୍କା ସଂୱାଲିଙ୍କ କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । ଏଥି ସହିତ ଠିକରିୟା ବୱଡିର ଜଣେ ୭୦ ବର୍ଷ ବୟସ୍କା ମହିଳା ଘରେ ମୃତ୍ୟୁବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *