କଣ ଆପଣଙ୍କୁ ରାତିରେ ନିଦ ହେଉ ନାହିଁ କି ? ଏହି ୯ଟି ଜିନିଷ ଖାଇଲେ ରାତିରେ ଭଲ ନିଦ ହୋଇଥାଏ…

କଣ ଆପଣଙ୍କୁ ରାତିରେ ନିଦ ହେଉ ନାହିଁ କି ? ଏହି ୯ଟି ଜିନିଷ ଖାଇଲେ ରାତିରେ ଭଲ ନିଦ ହୋଇଥାଏ…

କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ରାତିରେ ଠିକ୍‌ରେ ନିଦ ହୁଏ ନାହିଁ । ବିଳମ୍ବରେ ନିଦ ହେବା ବା ଅଧ ରାତି ନିଦ ଭାଙ୍ଗିଯିବା ଭଳି ସମସ୍ୟା ଏବେ ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି । ଯଦି ଆପଣ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହି ସମସ୍ୟାରୁ ବଞ୍ଚିବାର ଉପାୟ ମଧ୍ୟ ଜାଣି ନିଅନ୍ତୁ । ଆସନ୍ତୁ ଜାଣିବା କେଉଁ ୯ଟି ଖାଦ୍ୟ ଖାଇଲେ ଆପଣଙ୍କର ଅନିଦ୍ରାପଣ ଦୂର ହେବ ।

୧. ଡ଼ାଲ୍‌ଚିନି :

ଡାଲଚିନି ସେବନ କରିବା ଦ୍ଵାରା ଶରୀରରେ ରକ୍ତ ଶର୍କରା ସ୍ତର ଠିକ୍‌ ରଖିିବା ସହ ନର୍ଭସ୍‌ ସିଷ୍ଟମ୍‌କୁ ପୋଷଣ ଦେଇଥାଏ, ଯାହା ଫଳରେ କି ବ୍ୟକ୍ତିକୁ ଭଲ ନିଦ ଆସିଥାଏ ।

୨. କାମୋମାଇଲ :

କାମୋମାଇଲ ଚା’ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ । କାରଣ ଏଥିରେ ଫ୍ଳାଭୋନୋଏଡ଼୍‍ ଥାଏ ଯାହାକୁ କି ଅପିଜେନିନ୍‌ ବୋଲି କୁହାଯାଏ । ଏହାକୁ ସେବନ କରିବା ଦ୍ଵାରା ମଣିଷରେ ଚିନ୍ତା କମ ଯାଇଥାଏ ଓ ରାତିରେ ଭଲ ଦିନ ହୋଇଥାଏ ।

୩. ଗ୍ରୀନ୍‌, ବ୍ଲାକ୍‌ ଏବଂ ହ୍ଵାଇଟ୍‌ ଟି :

ନିୟୁଟ୍ରିସନ୍‌ନିଷ୍ଟ୍‍ ରିକ୍‌ଙ୍କ କହିବା ଅନୁଯାୟୀ ଗ୍ରୀନ୍‌, ବ୍ଲାକ୍‌ ଏବଂ ହ୍ଵାଇଟ୍‌ Teaରେ ଆମିନୋ ଏସିଡ୍ ରହିଛି ଯାହାକି ଶରୀରର ନର୍ଭସ୍‌ ସିସ୍‌ଟମ୍‌କୁ ପୋଷଣ ଯୋଗାବାରେ ସାହାଯ୍ୟ କରିଥାଏ, ଯାହାଫଳରେ ରାତିରେ ଭଲ ନିଦ ହୋଇଥାଏ । ଏଥିରେ ଥିବା ଏଲ୍‌-ଥେନାଇନ୍‌ ବା ଆମିନୋ ଏସିଡ୍ ମଣିଷର ଚିନ୍ତା କମ କରିବା ସହ ଅନିଦ୍ରାପଣ ଦୂର କରେ ।

୪. ଅଦା :

ଅଦା ଖାଇବା ଦ୍ୱାରା ଶରୀରକୁ ସୁଫଳ ମିଳିଥାଏ । ଏଥିରେ ଜିଞ୍ଜେରଲ ଥିବାରୁ ଏହା ପେଟକୁ ଶାନ୍ତ ରଖିବା ସହ ଶରୀରକୁ ଆରାମ୍‌ ଦେଇଥାଏ ଏବଂ ନିଦ୍ରାହୀନତା ଦୂର କରିଥାଏ ।

୫. ଲିକୋରିସ୍‌ :

ଅବସାଦ ଏବଂ ଚିନ୍ତାକୁ ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହାକୁ ସେବନ କରିବା ଦ୍ୱାରା ଆଡ଼େର୍ନାଲ ଗ୍ଲାଣ୍ଡରୁ ଷ୍ଟ୍ରେସ୍‌ ହର୍‌ମୋନ୍‌ ବାହାରି ଯାଇଥାଏ ।

୬. ପାସିନୋଫ୍ରୁଟ୍‌ :

ପାସିନୋଫ୍ରୁଟ୍‌ ଏକପ୍ରକାର ଫଳର ନାମ ଅଟେ । ଏଥିରେ ଏକ ପଦାର୍ଥ ରହିଛି, ଯାହାକୁ କି ହୋର୍‌ମୋନ୍‌ ବୋଲି କୁହାଯାଏ । ଏହି ଫଳକୁ ଖାଇବା ଦ୍ୱାରା ଗଭୀର ନିଦ ହୋଇଥାଏ ।

୭. ଲୁକୁମା :

ବେଳେ ବେଳେ ଶରୀରର ରକ୍ତ ସର୍କରା ସ୍ତର ବଢ଼ିଯିବାରୁ ମଧ୍ୟ ରାତିରେ ନିଦ ଭାଙ୍ଗି ଯାଇଥାଏ । ଏହି ଦକ୍ଷିଣ ଆମେରିକିୟ ଫଳଟି ଶରୀରର ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ । ଯାହାଫଳରେ ଅଧରାତିରେ ନିଦ ଭାଙ୍ଗିବା ବନ୍ଦ ହୋଇଯାଏ ।

Leave a Reply

Your email address will not be published. Required fields are marked *