ଔଷଧ ସହିତ ଭୁଲରେ ମଧ୍ୟ ଏହି ୪ଟି ଜିନିଷ ସେବନ କରନ୍ତୁ ନାହିଁ ! ଏହାଦ୍ଵାରା ଶରୀର ଉପରେ ପଡିଥାଏ ଖରାପ ପ୍ରଭାବ; ଯାହା ଆପଣଙ୍କ ପାଇଁ ସାଜିପାରେ ଘାତକ !

ଯେତେବେଳେ ମଧ୍ୟ ଆମେ ରୋଗଗ୍ରସ୍ତ ହୋଇଥାଉ, ତେବେ ସେହି ରୋଗରୁ ମୁକ୍ତି ପାଇବା ପାଇଁ ଆମେ ଔଷଧ ସେବନ କରିଥାଉ । ଯଦି ଆମେ ଠିକ୍ ସମୟରେ ଔଷଧ ନ ନେଉ ତେବେ ରୋଗ ଅଧିକ ବଢିଯାଏ ଏବଂ ଆଗକୁ ଯାଇ ଆମ ଶରୀରରେ ଘାତକ ପରିଣାମ ଭୋଗିବାକୁ ପଡେ । ବେଳେ ବେଳେ ଏମିତି ହୁଏ ଯେ ଆମେ ଔଷଧ ତ ଠିକ୍ ସମୟରେ ନେଇଥାଉ କିନ୍ତୁ ଔଷଧ କାମ ଦେଇନଥାଏ କିମ୍ବା ଏହା ଆମେ ଶରୀରରେ ବିପରୀତ ପରିଣାମ ଯେପରିକି ଶରୀରକୁ କ୍ଷତି ପହଞ୍ଚାଇ ଥାଏ । ଏମିତି ସେତେବେଳେ ହୋଇଥାଏ, ଯେତେବେଳେ କି ଆମେ ଔଷଧ ସହିତ ଏହିସବୁ ଜିନିଷ ଗୁଡିକ ଖାଇଥାଉ; ଯାହାଦ୍ୱାରା ଔଷଧର ପ୍ରଭାବ ପଡ଼ିନଥାଏ କିମ୍ବା ଏହା ବିପରୀତ ପ୍ରତିକ୍ରିୟା କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି ୪ଟି ଜିନିଷ ବିଷୟରେ କହିବୁ ଯାହାକୁ ଔଷଧ ସହିତ କେବେ ମଧ୍ୟ ଖାଇବା ଉଚିତ ନୁହେଁ । ସେହି ୪ଟି ଜିନିଷ କଣ କଣ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ…

newsdustak

ଔଷଧ ସହିତ କେବେ ମଧ୍ୟ ଏହି ଜିନିଷ ସେବନ କରିବା ଉଚିତ ନୁହେଁ, ନଚେତ ଭୋଗିବାକୁ ପଡିଥାଏ ଘାତକ ପରିଣାମ ।

ଦୁଗ୍ଧଜାତ ଦ୍ରବ୍ୟ

newsdustak

ଯେତେବେଳେ ମଧ୍ୟ ଆପଣ ଔଷଧ ସେବନ କରନ୍ତି ତେବେ ଆପଣ ଦୁଗ୍ଧଜାତ ଦ୍ରବ୍ୟ ଜମା ମଧ୍ୟ ସେବନ କରନ୍ତୁ ନାହିଁ । କାହିଁକିନା ଦୁଧ, ପନୀର, ସର ଓ ଲହୁଣୀରେ ଭରପୂର ମାତ୍ରାରେ କ୍ୟାଲସିୟମ ଓ ମ୍ୟାଗନେସିୟମ ଥାଏ ଯାହାକି ଔଷଧର ପ୍ରଭାବକୁ କମାଇ ଦେଇଥାଏ । ଯେତେବେଳେ ମଧ୍ୟ ଆପଣ ଔଷଧ ଖାଆନ୍ତି ତେବେ ଏହି ସବୁ ପଦାର୍ଥକୁ ଜମା ମଧ୍ୟ ସେବନ କରନ୍ତୁ ନାହିଁ । ସମ୍ପୂର୍ଣ୍ଣ ଭାବେ ଠିକ୍ ହେବା ପରେ ହିଁ ଏହି ସବୁ ଜିନିଷ ସେବନ କରନ୍ତୁ ।

ଡାର୍କ ଚକଲେଟ୍

newsdustak

ଡାର୍କ ଚକଲେଟ ଏମିତିରେ ସମସ୍ତଙ୍କର ପସନ୍ଦ ହୋଇଥାଏ କିନ୍ତୁ ଯେତେବେଳେ ମଧ୍ୟ ଆପଣ ରକ୍ତଚାପ କିମ୍ବା ନିୟନ୍ତ୍ରଣ ଜନିତ ରୋଗର ଔଷଧ ସେବନ କରନ୍ତି ତେବେ ଆପଣ ଏହି ଡାର୍କ ଚକଲେଟ ଜମା ମଧ୍ୟ ସେବନ କରନ୍ତି ନାହିଁ ନଚେତ ଆପଣ ଘାତକ ପରିଣାମ ଭୋଗିପାରନ୍ତି ।

ଖଟା ଫଳ

newsdustak

ଫଳ ସେବନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଫଳ ଆମ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ କିନ୍ତୁ ଯେତେବେଳେ ମଧ୍ୟ ଔଷଧ ସେବନ କରନ୍ତି ତେବେ ଖଟା ଫଳ ଜମା ମଧ୍ୟ ସେବନ କରନ୍ତୁ ନାହିଁ କାହିଁକିନା ଖଟା ଫଳ ଖାଇବା ଦ୍ବାରା ଔଷଧର ୫୦ ପ୍ରତିଶତ ପ୍ରଭାବ କମିଯାଏ ସେଥିପାଇଁ ଆପଣ ସନ୍ତରା, ଅଙ୍ଗୁର, ଲେମ୍ବୁ ଭଳି ଖଟା ଫଳ ଜମା ମଧ୍ୟ ସେବନ କରନ୍ତୁ ନାହିଁ ଏବଂ ଆହୁରି ଲେମ୍ବୁ, ଆମ୍ବ ଓ ତେନ୍ତୁଳି ଆଚାର ମଧ୍ୟ ଖାଆନ୍ତୁ ନାହିଁ ।

କଫି

newsdustak

କଫି ଆଣ୍ଟିସାଇକୋଟିକ ଔଷଧକୁ ପ୍ରଭାବିତ କରିଦେଇଥାଏ ତେଣୁ ଆପଣ ଯେବେ ମଧ୍ୟ ଔଷଧ ସେବନ କରନ୍ତି ତେବେ କଫି ବିଲକଲ୍ ପିଅନ୍ତୁ ନାହିଁ । କଫି ପିଇଲେ ଶରୀରକୁ ହାନି ପହଞ୍ଚି ଥାଏ । ଯେଉଁ ବ୍ୟକ୍ତିମାନେ ଏଲେର୍ଜିର କିମ୍ବା ଏଲବ୍ୟଉଟେରୋଲ ଔଷଧ ସେବନ କରନ୍ତି ସେମାନେ କଫି ବିଲକୁଲ୍ ମଧ୍ୟ ପିଅନ୍ତୁ ନାହିଁ ।

ଉପରେ ଯେଉଁସବୁ ପଦାର୍ଥ ବିଷୟରେ କୁହାଗଲା ସେହି ସବୁ ପଦାର୍ଥକୁ ଆପଣ ଔଷଧ ସହିତ କେବେ ମଧ୍ୟ ସେବନ କରନ୍ତୁ ନାହିଁ କାହିଁକିନା ଔଷଧ ସହିତ ଏହି ସବୁ ପଦାର୍ଥକୁ ସେବନ କରିବା ଦ୍ୱାରା ଔଷଧର ପ୍ରଭାବ କରେ ନାହିଁ ଓ ଔଷଧ ପ୍ରତିକ୍ରିୟା ମଧ୍ୟ କରେ ଯେଉଁଥିପାଇଁ ଆମ ଶରୀରରେ ଖରାପ ପରିଣାମ ଭୋଗିବାକୁ ପଡେ । ତେଣୁ ଆପଣ ଔଷଧ ସହିତ ଏହି ସବୁ ଜିନିଷ ବିଲକୁଲ୍ ମଧ୍ୟ ସେବନ କରନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*