ଐଶ୍ୱର୍ୟା ରାୟଙ୍କ ଠାରୁ ମଧ୍ୟ ବହୁତ ସୁନ୍ଦର ଓ ଷ୍ଟାଇଲିସ୍ ଅଟନ୍ତି ତାଙ୍କ ଭାଉଜ !

ମିସ୍ ୱାର୍ଲଡ଼ ଐଶ୍ୱର୍ୟା ରାୟ ସବୁଠାରୁ ସୁନ୍ଦର ମହିଳା ଅଟନ୍ତି । ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକନ୍ ହଲିଉଡ଼ରେ ଏଣ୍ଟ୍ରି କରିଥିଲେ ମଧ୍ୟ ସବୁଠାରୁ ସୁନ୍ଦର ଐଶ୍ୱର୍ୟା ରାୟ ହିଁ ଥିଲେ ଯିଏକି ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଗୋଟିଏ ଅନ୍ତର୍ଜାତୀୟ ସ୍ତରକୁ ନେଇଥିଲେ । ଲକ୍ଷ ଲକ୍ଷ ଫେନ୍ସ ମାନଙ୍କୁ ନିଜର ଦିୱାନା କରିଥିଲେ । ଐଶ୍ୱର୍ୟା ରାୟ ୫୦ରୁ ଉର୍ଦ୍ଧ ଚଳଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ଐଶ୍ୱର୍ୟା ରାୟଙ୍କୁ ଚଳଚିତ୍ରରେ ଭଲ ଅଭିନୟ କରିଥିବା ଯୋଗୁଁ ଅନେକ ପୁରସ୍କାର ଦେଇ ସମ୍ମାନିତ ମଧ୍ୟ କରାଯାଇଛି । ସେ ଅନେକ ହିଟ୍ ଚଳଚିତ୍ର ଗୁଡ଼ିକ କରିଛନ୍ତି ।

ଐଶ୍ୱର୍ୟା ରାୟ ସଲମାନ ଖାନ୍ ଓ ବିବେକ ଓବେରୋଇଙ୍କ ସହ ଡେଟ୍ କରି ସାରିଛନ୍ତି । ଚଳଚିତ୍ର ଗୁରୁର ସେଟରେ ଅଭିଷେକ ବଚ୍ଚନ ପ୍ରୋପଜ୍ କରିଥିଲେ । ତାହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଦୁହେଁ ବହୁତ ଖୁସିରେ ଜୀବନ ବିତାଉଛନ୍ତି ଓ ତାଙ୍କର ଗୋଟିଏ ସୁନ୍ଦର ଝିଅ ମଧ୍ୟ ଅଛି, ଯାହାର ନାମ ଆରାଧ୍ୟା ଅଟେ । ବଚ୍ଚନ ପରିବାରକୁ ସମସ୍ତେ ଜାଣନ୍ତି କିନ୍ତୁ ରାୟ ପରିବାରକୁ ବହୁତ କମ୍ ଲୋକମାନେ ହିଁ ଜାଣନ୍ତି । ଅଳ୍ପ ସମୟ ପୂର୍ବେ ରାୟ ଗୋଟିଏ ଫୋଟ ସେୟାର କରିଥିଲେ ଯେଉଁଥିରେ ତାଙ୍କ ମା’ ବାପା, ଭାଉଜ, ଭାଇ ଓ ଦୁଇଟି ପିଲା ଥିଲେ ।

ଐଶ୍ୱର୍ୟା ରାୟଙ୍କ ଭାଇଙ୍କ ନାମ ହେଉଛି ଆଦିତ୍ୟ ରାୟ । ଆଦିତ୍ୟ ରାୟ ମର୍ଚେଣ୍ଟ ନେବିର ଇଞ୍ଜିନିୟର ଥିଲେ । ସେ ଚଳଚିତ୍ର ଦିଲ୍କା ରିସ୍ତାର ପ୍ରୋଡ୍ୟୁସର୍ ଥିଲେ । ଯେଉଁଥିରେ ଐଶ୍ୱର୍ୟା ରାୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଐଶ୍ୱର୍ୟା ରାୟଙ୍କ ଭାଉଜଙ୍କ ନାମ ଶ୍ରୀମା ରାୟ ଅଟେ । ଖବର ଅନୁସାରେ ଶ୍ରୀମା ରାୟ ଓ ଐଶ୍ୱର୍ୟା ରାୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଛି । ଅଳ୍ପ ଦିନ ତଳେ ଆରାଧ୍ୟାର ଜନ୍ମଦିନ ବେଳେ ରାୟଙ୍କ ଓ ବଚ୍ଚନଙ୍କ ପରିବାର ଏକାଠି ଥିବାର ନଜର ଆସିଥିଲେ । ଐଶ୍ୱର୍ୟା ରାୟଙ୍କ ଭାଉଜଙ୍କ ବିଷୟରେ କହିବାକୁ ଗଲେ ସେ ବହୁତ ସୁନ୍ଦର ଦେଖାଯାଆନ୍ତି । କିଛି ଲୋକମାନେ ତାଙ୍କୁ ଟ୍ରୁ ଇଣ୍ଡିଆନ ବିୟୁଟି ବୋଲି କୁହନ୍ତି । କିଛି ଲୋକ ଏହା କହିଥାନ୍ତି କି ଐଶ୍ୱର୍ୟା ରାୟ ଠାରୁ ତାଙ୍କ ଭାଉଜ ବହୁତ ସୁନ୍ଦର ଅଟନ୍ତି । ଐଶ୍ୱର୍ୟା ରାୟ ନା ତାଙ୍କ ଭାଉଜ ବହୁତ ସୁନ୍ଦର ଅଟନ୍ତି ତାହା ଆମକୁ କୋମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Be the first to comment

Leave a Reply

Your email address will not be published.


*