ଏହି ସୁନ୍ଦରୀ ଅଭିନେତ୍ରୀଙ୍କର ସ୍ୱାମୀଙ୍କ ସହିତ ଯୁକ୍ତିତର୍କ କରିବା ରାହୁଲ୍ ବୈଦଙ୍କୁ ପଡ଼ିଲା ମହଙ୍ଗା ! ରୋହିତ ଗୋଟିଏ ହାତରେ ଉଠାଇ ଦେଲେ…

ଏହି ସୁନ୍ଦରୀ ଅଭିନେତ୍ରୀଙ୍କର ସ୍ୱାମୀଙ୍କ ସହିତ ଯୁକ୍ତିତର୍କ କରିବା ରାହୁଲ୍ ବୈଦଙ୍କୁ ପଡ଼ିଲା ମହଙ୍ଗା ! ରୋହିତ ଗୋଟିଏ ହାତରେ ଉଠାଇ ଦେଲେ…

‘ବିଗ୍-ବସ୍’ ୧୪ରୁ ଏକ ସ୍ୱତନ୍ତ୍ର ପରିଚୟ ବନାଇଥିବା ଗାୟକ ରାହୁଲ୍ ବୈଦ୍ ସୋସିଆଲ୍ ମିଡ଼ିଆରେ ପ୍ରାୟ ସକ୍ରିୟ ରହନ୍ତି । ସୋସିଆଲ୍ ମିଡିଆରେ ସେ ନିଜର ଏକ ଭଲ ଫ୍ୟାନ୍ ଫୋଲଇଂ ବନାଇଛନ୍ତି । କିନ୍ତୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରଲ୍ ହେଉଛି । ଭାଇରଲ୍ ଭିଡିଓରେ ସେ ଟିଭି ଅଭିନେତ୍ରୀ ଅନିତା ହସନନ୍ଦାନିଙ୍କ ସ୍ୱାମୀ ରୋହିତ ରେଡ୍ଡୀଙ୍କ ସହିତ ପଙ୍ଗା ନେଉଥିବାର ନଜର ଆସିଛନ୍ତି ଏବଂ ଏପରି କରିବା ତାଙ୍କୁ ମହଙ୍ଗା ମଧ୍ୟ ପଡ଼ିଛି ।

ସୋସିଆଲ୍ ମିଡିଆରେ ଭାଇରଲ୍ ହୋଇଥିବା ଭିଡିଓରେ ଦୁହେଁ କ୍ରୋଧିତ ଥିବାର ଦେଖାଯାଇଛି । ଏସବୁ ମଧ୍ୟରେ ରୋହିତ ରେଡ୍ଡୀ, ରାହୁଲ ବୈଦଙ୍କ ଉପରେ ବର୍ଷିଛନ୍ତି ଏବଂ ତାଙ୍କୁ ନିଜର କ୍ଷମତା ଦେଖାଇଛନ୍ତି । କିନ୍ତୁ ଏହି ଭିଡ଼ିଓ ଏକ ମଜାଦାର୍ ଭିଡ଼ିଓ ଅଟେ । ବାସ୍ତବରେ ସେହି ଦୁହିଁଙ୍କ ମଧ୍ୟରେ ଏପରି କିଛି ହୋଇ ନଥିଲା । ଦୁହେଁ ମଜାରେ ଏପରି କରିଥିଲେ ।

ଭାଇରଲ୍ ଭିଡ଼ିଓରେ ଆପଣ ଦେଖି ପାରୁଥିବେ ଯେ ଦୁହେଁ ରାସ୍ତା କ୍ରୋସ୍ କରିବା ସମୟରେ ପରସ୍ପର ସହିତ ଭିଡ଼ି ଯାଆନ୍ତି । ରାସ୍ତା କ୍ରୋସ୍ କରିବା ସମୟରେ ଦୁହେଁ ପରସ୍ପର ସହିତ ଧକ୍କା ହୋଇ ଯାଆନ୍ତି ଏବଂ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଏ ।

ରୋହିତ ନିଜକୁ ନିୟନ୍ତ୍ରଣରେ ରଖି ପାରନ୍ତି ନାହିଁ ଏବଂ ସେ ରାହୁଲ୍ ବୈଦଙ୍କୁ ତାଙ୍କର କଲର୍ ଧରି ଉଠାଇ ଦିଅନ୍ତି । ସୋସିଆଲ୍ ମିଡିଆରେ ଦୁହିଁଙ୍କର ଏହି ମଜାଦାର୍ ଭିଡ଼ିଓ କୁ ଖୁବ୍ ପସନ୍ଦ କରାଯାଉଛି । ଫ୍ୟାନମାନେ ଲଗାତାର ଏହା ଉପରେ କମେଣ୍ଟ କରୁଛନ୍ତି ।

କହିରଖୁଛୁ ଯେ, ରୋହିତ ରେଡ୍ଡୀ ଏହି ଭିଡ଼ିଓ କୁ ନିଜର ଆଧିକାରୀକ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ସେୟାର୍ କରିଛନ୍ତି । ଏହି ମଜାଦାର୍ ଭିଡ଼ିଓ କୁ ଘରେ ଶୁଟ୍ କରାଯାଇଛି । ଫ୍ୟାନମାନେ ସୋସିଆଲ୍ ମିଡିଆରେ ରୋହିତ ଏବଂ ରାହୁଲଙ୍କର ହ୍ୟୁମର୍ କୁ ମଧ୍ୟ ପ୍ରଶଂସା କରୁଛନ୍ତି । ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏହି ଭିଡ଼ିଓ କୁ ସେୟାର୍ କରି ସେ ଲେଖିଛନ୍ତି ଯେ, ମୋ ସହିତ କେବେବି ଧୋକା କରନାହିଁ, “ସେ ସାଥିରେ ରାହୁଲ୍ ବୈଦଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ସେଲିବ୍ରେଟି ଦେଲେ ପ୍ରତିକ୍ରିୟା…

କିଛି ଲୋକଙ୍କୁ ଏହା କେବଳ ଏକ ମଜାଦାର୍ ଭିଡ଼ିଓ ଭାବରେ ନଜର ଆସିଛି ଯେଉଁଠି ଆଉ କିଛି ଲୋକଙ୍କୁ ଏପରି ଲାଗୁଛି ଯେ ଦୁହେଁ କୌଣସି ପ୍ରୋଜେକ୍ଟ ନେଇ ଆସିଛନ୍ତି । ଏହି ଭିଡ଼ିଓରେ ଫ୍ୟାନମାନଙ୍କ ସହିତ ସେଲିବ୍ରେଟି ମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଭାରତୀୟ କ୍ରିକେଟର ସୂର୍ଯ୍ୟ କୁମାର ଯାଦବ ହସିବା ଇମୋଜି କମେଣ୍ଟ କରିଛନ୍ତି । ଯେଉଁଠି ଟିଭି ଅଭିନେତ୍ରୀ ରଶ୍ମି ଦେଶାଇ ହସିବାର ଅନେକ ଇମୋଜି କମେଣ୍ଟ କରିଛନ୍ତି । ପୁଣି ଅଭିନେତା ସୁବେଦ୍ ଲୋହିୟା ମଧ୍ୟ ହସୁଥିବା ଇମୋଜି ସହିତ କମେଣ୍ଟରେ ‘ମାୟ ବୟଜ୍’ ଲେଖିଛନ୍ତି ।

ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ବନାଇଲେ ମଜାଦାର୍ ଭିଡ଼ିଓ :-

କହିରଖୁଛୁ ଯେ, ରୋହିତ ରେଡ୍ଡୀ ସୋସିଆଲ୍ ମିଡିଆରେ ପ୍ରାୟ ସକ୍ରିୟ ରହନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୭ ଲକ୍ଷରୁ ବି ଅଧିକ ଫୋଲଅର୍ସ ଅଛନ୍ତି । ସେ ପ୍ରାୟ ନିଜର ଇନଷ୍ଟାଗ୍ରାମରୁ ଏହିଭଳି ମଜାଦାର୍ ଭିଡ଼ିଓ ପୋଷ୍ଟ କରିଥାନ୍ତି । ଗତ ଦିନରେ ସେ ‘ବିଗ୍- ବସ୍’ ୧୩ର ବିଜେତା ଏବଂ ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ମଧ୍ୟ ଏକ ମଜାଦାର୍ ଭିଡ଼ିଓ ବନାଇଥିଲେ । ସେହି ଭିଡ଼ିଓ କୁ ନେଇ ମଧ୍ୟ ଫ୍ୟାନମାନଙ୍କର ଭଲ ପାଇବା ମିଳିଥିଲା ।

Leave a Reply

Your email address will not be published. Required fields are marked *