ଏହି ରାଜ୍ୟରେ ପୁଣିଥରେ ବଢିଲା ଲକ୍ଡ଼ାଉନ୍ ! ଜୁନ୍‌ ୧୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି…

ଏହି ରାଜ୍ୟରେ ପୁଣିଥରେ ବଢିଲା ଲକ୍ଡ଼ାଉନ୍ ! ଜୁନ୍‌ ୧୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି…

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ପୁଣି ଥରେ ବର୍ଦ୍ଧିତ ହେଲା ଲକ୍ଡ଼ାଉନ୍ ! ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଜୁନ୍ ୧୪ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡ଼ାଉନକୁ ବଳବତ୍ତର ରଖିବା ପାଇଁ ଘୋଷଣା କରିଛନ୍ତି । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅବଶ୍ୟ, ଏହି ଅବଧି ମଧ୍ୟରେ କର୍ଫ୍ୟୁ ନିୟମରେ କିଛି କୋହଳ କରାଯାଇଛି । କିନ୍ତୁ ଯେଉଁ ଜିଲ୍ଲା ଗୁଡିକରେ କରୋନା ସଂକ୍ରମିତ ମାମଲା ଅଧିକ ରହିଛି ସେହି ଜିଲ୍ଲା ଗୁଡିକରେ କୌଣସି କଟକଣା ହଟିବ ନାହିଁ । ଏହିପରି ଭାବରେ ତାମିଲନାଡୁର ୧୧ଟି ଜିଲ୍ଲାରୁ କଟକଣା ହଟିବ ନାହିଁ । ଏହି ୧୧ଟି ଜିଲ୍ଲା ହେଉଛି କୋଏମ୍ବାଟୁର୍, ନୀଳଗିରି, ତରୁପ୍ପୁର, ‌ଏରୋଡ୍‌, ସାଲେମ୍‌, କରୁର, ନମକ୍କଲ, ତାଞ୍ଜାଭୁର, ତିରୁବରୁର, ନାଗାପଟ୍ଟିନମ୍ ଏବଂ ମେୟିଲାଦୁତୁରାଇ ।

ରାଜ୍ୟ ସରକାରଙ୍କ ପ୍ରେସ୍ ରିଲିଜ୍‌ ଅନୁସାରେ, ତେଜରାତି ଖୁଚୁରା ବିକ୍ରୟ, ପନିପରିବା, ଫଳ, ଫୁଲ ଏବଂ ଆମିଷ ଦୋକାନ ଆଦି ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି । ପାଇକାରୀ ବ୍ୟବସାୟ ହିସାବରେ କେବଳ ମାଛବଜାର ଓ କଂସେଇଖାନାକୁ ଖୋଲା ରଖିବା ଲାଗି ଅନୁମତି ଦିଆଯିବ । ସେହିପରି ୫୦% କର୍ମଚାରୀଙ୍କୁ ନେଇ ଦିଆଶିଲି କାରଖାନା ଚାଲି ପାରିବ ବୋଲି ସରକାର କହିଛନ୍ତି । ୩୦% କର୍ମଚାରୀଙ୍କୁ ନେଇ ସରକାରୀ ଅଫିସରେ ପୁଣି କାର୍ଯ୍ୟ ଆରମ୍ଭ ହୋଇପାରିବ । ସବ୍‌ ରେଜିଷ୍ଟ୍ରାର୍‌ ଅଫିସଗୁଡ଼ିକରେ ଦୈନିକ ୫୦ଟି ଟୋକେନ୍‌ ମିଳିବ ।

ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ, କରୋନା ସଂକ୍ରମିତ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ତାମିଲନାଡୁ ଅନ୍ତର୍ଭୁକ୍ତ ଅଟେ । ଯେଉଁଠାରେ ଦେଶରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ମାମଲା ସମ୍ମୁଖକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨,୦୦୦୦ରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ଆସିଛି, ଯାହା ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଅଟେ । ଦେଶରେ ନୂତନ କରୋନା ମାମଲା ସଂକ୍ରମିତ ସଂଖ୍ୟା ମଧ୍ୟରେ ତାମିଲନାଡୁର ୧୮ ପ୍ରତିଶତ ଯୋଗଦାନ ।

Leave a Reply

Your email address will not be published. Required fields are marked *