ଏହି ଦେଶର ମହିଳାମାନେ ଏସବୁ ଜିନିଷ ପିନ୍ଧି ଚାକିରି କରିପାରିବେ ନାହିଁ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ !

ଦେଶ ବିଦେଶରେ ଏମିତି ଅନେକ କମ୍ପାନୀ ରହିଛି ଯାହାର ନିୟମ କାନୁନ ଭିନ୍ନ ଏବଂ ଆଶ୍ଚର୍ଯ୍ୟଜନକ ଅଟେ । ପ୍ରାୟତଃ ଆପଣ ଦେଖିଥିବେ ଯେ, ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କ କିମ୍ବା ଯାହାର ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଥିବ ସେମାନଙ୍କୁ ଚଷମା ପିନ୍ଧିବାକୁ ଆବଶ୍ୟକ ପଡିଥାଏ । କିନ୍ତୁ ଏହି ଆବଶ୍ୟକତାକୁ ଆଖି ଆଗରେ ରଖି ଏମିତି ଏକ ଦେଶ ଅଛି ଯେଉଁଠାରେ କମ୍ପାନୀଗୁଡିକ ମହିଳା କର୍ମଚାରୀମାନଙ୍କୁ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ।

newsdustak

ବାସ୍ତବତଃ ଜାପାନର ଅନେକ କମ୍ପାନି ଗୁଡିକରେ ମହିଳା କର୍ମଚାରୀ ମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଚଷମା ପିନ୍ଧିବା ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ଏବଂ ଅନ୍ୟ କିଛି କମ୍ପାନୀମାନେ ନିଜର ମହିଳା କର୍ମଚାରୀମାନଙ୍କୁ ଆଦେଶ ଦେଇଛନ୍ତି ଯେ ସେମାନେ ସଜବାଜ ହୋଇ ଅଫିସ୍ ଆସନ୍ତୁ ଏବଂ ଏହା ସହିତ ନିଜର ଓଜନ ମଧ୍ୟ ହ୍ରାସ କରିବା ଦରକାର ।

ଏହା ପଛର କାରଣ ଏହା ଯେ କମ୍ପାନୀମାନଙ୍କର ଅନୁସାରେ କାର୍ଯ୍ୟ କ୍ଷେତ୍ରରେ ଚଷମା ପିନ୍ଧିବା ଯୋଗୁଁ ତାଙ୍କର ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପଡୁଛି, ଯେଉଁଥିପାଇଁ ଗ୍ରାହକମାନେ ପ୍ରଭାବିତ ହୁଅନ୍ତି ଏବଂ ଏହି କାରଣ ଯୋଗୁଁ ତାଙ୍କର ବ୍ୟବସାୟ ମଧ୍ୟ ପ୍ରଭାବିତ ହୁଏ ।

ଆପଣଙ୍କ କହି ରଖୁଛୁ ଯେ, ଏମିତି ପ୍ରଥମ ଥର ନୁହେଁ ଯେ, ଜାପାନr କମ୍ପାନୀ ଗୁଡିକ କିଛି ଅଜବ ନିୟମ ଲାଗୁ କରନ୍ତି । ଏହା ପୂର୍ବରୁ ମଧ୍ୟ ଗୋଟିଏ କମ୍ପାନୀ ମହିଳା କର୍ମଚାରୀମାନଙ୍କୁ ଉଚ୍ଚା ହିଲ୍ସ ପିନ୍ଧିବା ପାଇଁ ବାରଣ କରିଥିଲେ ।

Be the first to comment

Leave a Reply

Your email address will not be published.


*