ଏହି ଘରେ ୧୦ ଘଣ୍ଟା ରହିଲେ ମିଳିବ ୧୪ ଲକ୍ଷ ଟଙ୍କା ।

ବନ୍ଧୁଗଣ ହଣ୍ଟେଡ ହାଉସ ଆପଣମାନେ ନିଶ୍ଚିନ୍ତ ଶୁଣିଥିବେ । ଅନେକ ଚଳଚିତ୍ର ଏବଂ ଧାରାବାହିକରେ ମଧ୍ୟ ହଣ୍ଟେଡ ହାଉସ ଦେଖିଥିବେ । କିନ୍ତୁ ଏପରି ଏକ ଘର ରହିଛି ଯାହା ହଣ୍ଟେଡ ହାଉସ ଭଳି ନିର୍ମାଣ କରାଯାଇଛି । ଏହାକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ଭିତରକୁ ଯାଇ ଆପଣ ଦରର ମଜା ଉଠାଇ ପାରିବେ । ଆପଣ ସୂନୀ ଆଶ୍ଚର୍ଯ୍ୟ ହେଉଥିବେ ଏପରି ଏକ ଘର ଟେନି ସୋମର ଟାଉନରେ ରହିଛି । ଯେଉଁଠାରେ ଆପଣ ନ ଡରି ୧୦ ଘଣ୍ଟା ରହି ଯାଆନ୍ତି ତେବେ ଆପଣଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଏହାର ନାମ ରହିଛି “ ମେକ ମି ମେନର ‘’ ଏଠାରେ ଆପଣ ନ ଡରି ୧୦ ଘଣ୍ଟା ରହିପାରିବେ ନାହିଁ ବୋଲି ଘରର ମାଲିକ ଦାବି କରିଛନ୍ତି । ଯଦି କେହି ବ୍ୟକ୍ତି ରହି ଗଲେ ତେବେ ତାଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ । ଏହା ଭିତରକୁ ଯିବାକୁ ହେଲେ ପ୍ରଥମେ ୪୦ ପୃଷ୍ଠାର ଏକ ଏଗ୍ରୀମେଣ୍ଟ କରିବାକୁ ପଡିବ । ଏହି ଘରକୁ ଯିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବୟସ ୨୧ ବୟସରୁ ଅଧିକ ହୋଇଥିବା ଆବଶ୍ୟକ । ଏହା ଛଡା ମଧ୍ୟ ମେଡିକାଲ ପ୍ରମାଣ ପତ୍ର ମଧ୍ୟ ଜମା କରିବାକୁ ପଡିବ ।

ଆପଣ ଭାବୁଥିବେ ଅତି ସହଜରେ ୧୦ ଘଣ୍ଟା ରହି ଯିବେ । କିନ୍ତୁ ଏପରି କରିବା ସହଜ ନୁହେଁ । ଏହି ଘରକୁ ଯିବା ପରେ ଏକ ନିଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ବ୍ୟକ୍ତିଙ୍କୁ ମାନସିକ ଏବଂ ଶାରୀରିକ ଭାବେ ଅନେକ ଚାଲେଞ୍ଜର ସାମ୍ନା କରିବାକୁ ପଡିବ । ଏହି ସମୟରେ ଆପଣ ରାଗି ପାରନ୍ତି । କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖିବେ । ଏହି ଘରେ ଆପଣଙ୍କୁ ଭୟଭୀତ କରିବା ପାଇଁ ଅନ୍ୟ ବ୍ୟକ୍ତି ଭୟାନକ ମେକ୍ ଅପ୍ ନେଇ ବୁଲୁଥାନ୍ତି । ଏମାନେ ହଠାତ୍ ଭୁତ ଭଳି ସାମ୍ନାକୁ ଆସି ଯାଆନ୍ତି । ଯାହା ଫଳରେ ଏହି ଘର ଭିତରକୁ ଯାଇଥିବା ବ୍ୟକ୍ତି ଡରି ଯାଆନ୍ତି । କିନ୍ତୁ ଏହା ଭିତରକୁ ଯିବା ପୂର୍ବରୁ ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରର ସୂଚନା ପ୍ରଦାନ କରାଯାଇଥାଏ । ଏହି ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଏହି ଘର ଭିତରେ ୧୦ ଘଣ୍ଟା ସମୟ ବିତାଇ ପାରି ନାହାନ୍ତି ।

ତେବେ ବନ୍ଧୁଗଣ ଆଜିର ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ବିଷୟଟି ପସନ୍ଦ ଆସିଥିବ ତେବେ ଲାଇକ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*