ଏହି କାରଣ ମାନଙ୍କ ପାଇଁ ସମସ୍ତ ଝିଅ ଏହା ଚିନ୍ତା କରିବା ପାଇଁ ବାଧ୍ୟ ହୋଇଯାନ୍ତି ଯେ ‘ମୁଁ ପୁଅ ହେଲେ ଭଲ ହୋଇଥାନ୍ତା’

ସେମିତିରେ ଆଜିକାର ସମୟରେ ପୁଅ ଏବଂ ଝିଅ ଙ୍କ ସମାନତା ବିଷୟରେ ବହୁତ କଥା କୁହାଯାଏ, କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ପ୍ରକୃତ ଜୀବନରେ ଏହି ସମାନତା ସେହି ସ୍ତର ପର୍ଯ୍ୟନ୍ତ ପହଂଚିପାରି ନାହିଁ । ବର୍ତ୍ତମାନ ମଧ୍ୟ ସମାଜ ଝିଅ ମାନଙ୍କୁ ନେଇ ଏହିପରି ଭାବରେ ପ୍ରତିକ୍ରିୟା ପ୍ରକାଶ କରନ୍ତି ଯେ କେତେ ଥର ଝିଅ ମାନେ ଏହା ଚିନ୍ତା କରିବା ପାଇଁ ବାଧ୍ୟ ହୋଇଯାନ୍ତି ଯେ ସତରେ ମୁଁ ମଧ୍ୟ ପୁଅ ହୋଇଥିଲେ ଭଲ ହୋଇଥାନ୍ତା । ପୁଅ ମାନଙ୍କୁ ଯେଉଁ ପରି ଭାବରେ ସ୍ୱତନ୍ତ୍ରତା ଏବଂ ସ୍ଵାଧୀନତା ମିଳେ ସେହି ପ୍ରକାର ସ୍ଵାଧୀନତା ଝିଅମାନଙ୍କୁ ପ୍ରଦାନ କରିବା ବହୁତ କଷ୍ଟ ସାଧ୍ୟ ହୋଇଥାଏ । ଯଦି ପରିବାରର ସଦସ୍ୟମାନେ ସେହିପରି ସ୍ୱାଧୀନତା ଦେଇଦେଲେ ମଧ୍ୟ ଏହି ସମାଜ ତାଙ୍କୁ ସେତିକି ସ୍ୱତନ୍ତ୍ର ଅନୁଭବ କରିବା ପାଇଁ ଦିଏ ନାହିଁ ।

newstrend

ବୁଲିବାରେ କଟକଣା :

ଯେବେ ମଧ୍ୟ ଝିଅମାନେ ନିଜର ବନ୍ଧୁ ମାନଙ୍କ ସହିତ କେଉଁଠାକୁ ବୁଲିବା ପାଇଁ ଯିବାର ଯୋଜନା କରନ୍ତି ତେବେ ତାଙ୍କୁ ପ୍ରଥମେ ଘରୁ ଅନୁମତି ନେବାକୁ ପଡ଼େ । ସେଠାରେ ପୁଅମାନଙ୍କ ଠାରେ ଏପରି କିଛି ହୁଏନାହିଁ । ସେମାନେ ଅନୁମତି ନିଅନ୍ତି ନାହିଁ ବରଂ କେବଳ ଯିବା ପୂର୍ବରୁ ଥରେ କହି ଦେଇ ଯେଉଁ ଆଡ଼କୁ ମଧ୍ୟ ଯାଇପାରନ୍ତି । ଯଦି ଝିଅଟି ବିବାହିତା ହୋଇଥିବ ତେବେ ଏହିପରି ଅନୁମତି ମିଳିବା ଆହୁରି ବହୁତ କଷ୍ଟକର ହୁଏ । ସେଠାରେ ପୁଅଙ୍କ ଠାରେ ଏହି କଥାର କୌଣସି ପ୍ରକାର ବାଧା ରହେ ନାହିଁ ସେ ବିବାହିତ ମଧ୍ୟ ହୋଇଥାନ୍ତୁ ନା କାହିଁକି । ତାଙ୍କୁ ଯେବେ ଇଚ୍ଛା ଭ୍ରମଣ କରିବା ପାଇଁ ପୂର୍ଣ୍ଣ ରୂପରେ ସ୍ୱାଧୀନତା ମିଳିଯାଏ ।

ଆସିବା ଯିବା ସମୟରେ କଟକଣା:

ଗୋଟିଏ ଝିଅ କେଉଁ ଆଡ଼କୁ ମଧ୍ୟ ବାହାରକୁ ଯିବ ତେବେ ଏହା ପୂର୍ବରୁ ତାକୁ ଗୋଟିଏ ସମୟ ସୀମା ଦିଆଯାଏ ଯାହା ମଧ୍ୟରେ ସେ ଗୃହ କୁ ପ୍ରତ୍ୟାବର୍ତ୍ତନ କରିବା ଜରୁରୀ ଅଟେ । ବହୁତ ଦୀର୍ଘ ରାତ୍ରିର ପାର୍ଟି ଗୁଡ଼ିକରେ ତୋ ଝିଅମାନଙ୍କୁ ଯିବାକୁ ମଧ୍ୟ ଦିଆଯାଏ ନାହିଁ । ସେଠାରେ ପୁଅ ମାନଙ୍କ ଠାରେ ଏହିପରି କିଛି ଅସୁବିଧା ହୁଏ ନାହିଁ। ସେମାନେ ଅଧ ରାତ୍ରି ରେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ ମଧ୍ୟ କେହି କିଛି କୁହନ୍ତି ନାହିଁ । ଯଦି ଘର ଲୋକେ ଅନୁମତି ପ୍ରଦାନ କରିଦେବେ ହେଲେ ମଧ୍ୟ ସମାଜରେ କିଛି ଏପରି ଲୋକ ଅଛନ୍ତି ଯେ ଯେଉଁମାନେ ଝିଅଙ୍କୁ ରାତ୍ରିରେ ସୁରକ୍ଷିତ ଅନୁଭବ କରିବାକୁ ଦିଅନ୍ତି ନାହିଁ । ଏହି ସବୁ ଜିନିଷରୁ ବିରକ୍ତ ହୋଇ ଝିଅମାନଙ୍କ ମନରେ ପୁଅ ହେବାର ବିଚାର ଆସିଯାଏ ।

ଘରର ସମ୍ମାନର ସ୍ତର:

ଝିଅମାନଙ୍କ ଉପରେ ଗୃହର ସମ୍ମାନର ସ୍ତର ରହିଥାଏ । ସେମାନେ ମାଁ ଘରେ ରହିଥାନ୍ତୁ କିମ୍ବା ଶାଶୂ ଘରେ ଦୁଇଟି ସ୍ଥାନରେ ହିଁ ତାଙ୍କୁ ଏହା କୁହାଯାଏ ଯେ ଯେବେ ମଧ୍ୟ କୌଣସି ନିଷ୍ପତ୍ତି ନେଉଛନ୍ତି ଘରର ସମ୍ମାନକୁ ଦୃଷ୍ଟି ରେ ରଖି ନିଅନ୍ତୁ । ଯଦିଓ ପୁଅ ମାନଙ୍କ ଠାରେ ଏପରି ବହୁତ କମ୍ ହୁଏ । ତାଙ୍କ ଭୁଲ ଗୁଡ଼ିକୁ ମଧ୍ୟ ସମସ୍ତେ ବହୁତ ଶୀଘ୍ର ଭୁଲିଯାନ୍ତି । ଯେବେକି ଝିଅ ମାନଙ୍କୁ କୌଣସି ଭୁଲ୍ ପାଇଁ କେତେକ ପ୍ରକାର ନିନ୍ଦା ଶୁଣିବାକୁ ପଡ଼ିଥାଏ ।

ଗୃହ ଓ ବିଭିନ୍ନ କାର୍ଯ୍ୟ

ଝିଅମାନଙ୍କୁ ସର୍ବଦା ଘରର ଗୃହିଣୀର ଭୂମିକା ନିଭାଇବାକୁ ପଡ଼େ । ରୋଷେଇ କରିବା, ଘରଦ୍ୱାର ପରିଷ୍କାର କରିବା, ଶିଶୁଙ୍କ ଯତ୍ନ ନେବା ଏହି ସମସ୍ତ କାର୍ଯ୍ୟ ଝିଅମାନଙ୍କ ଭାଗରେ ଆସେ । କୌଣସି ପୁଅ ଗୃହ ସ୍ୱାମୀ ହୁଅନ୍ତି ନାହିଁ । ଝିଅମାନଙ୍କୁ ହିଁ ନିଜର ଚାକିରୀ କରିୟର ସହିତ ବୁଝାମଣା ବା ତ୍ୟାଗ କରିବାକୁ ପଡ଼େ ଏବଂ ଗୋଟିଏ ଗୃହିଣୀ ବା ହାଉସ ୱାଇଫ ହେବାକୁ ପଡ଼େ ।

ପିରିୟଡ଼ ବା ଋତୁ ସ୍ରାବର କଷ୍ଟ

ପିରିୟଡ଼ ବା ଋତୁ ସ୍ରାବ ଏକ ଏପରି ଜିନିଷ ଅଟେ ଯେଉଁଥିରୁ ଅଧିକାଂଶ ଝିଅ ବ୍ୟସ୍ତ ରହନ୍ତି । ଏଥିରେ ହେଉଥିବା କଷ୍ଟ ଏବଂ ଚିଡ଼ ଚିଡା ସ୍ୱଭାବ କେବଳ ଗୋଟିଏ ମହିଳା ହିଁ ଭଲ ଭାବରେ ବୁଝିପାରିବ । ଏମିତିରେ ତାଙ୍କୁ ଏହି କଥାରୁ ମଧ୍ୟ ବହୁତ କ୍ରୋଧ ଆସେ ଯେ ଏହି କଷ୍ଟ କେବଳ ମହିଳା ମାନଙ୍କୁ ହିଁ କାହିଁକି ସହିବାକୁ ପଡ଼େ । ଏଥିପାଇଁ ସେ ମଧ୍ୟ ପୁରୁଷ ହେବା ପାଇଁ ଚିନ୍ତା କରନ୍ତି ।

Be the first to comment

Leave a Reply

Your email address will not be published.


*