ଏହିପରି ଅଭ୍ୟାସ ରହିଥିବା ମହିଳାମାନେ ଜୀବନରେ କେବେ ମଧ୍ୟ ସୁଖୀ ରହିପାରନ୍ତି ନାହିଁ… ଆସନ୍ତୁ ଜାଣିବା ।

ଏମିତି କୁହାଯାଏ କି ଜୀବନରେ ଆସିବାକୁ ଥିବା ସମସ୍ୟା ଆମ ହାତରେ ନଥାଏ । ଆମର କିଛି କାର୍ଯ୍ୟର ପରିଣାମ ଯୋଗୁଁ ହିଁ ଆମକୁ ସୁଖ ଦୁଃଖର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ଥର କିଛି ଲୋକ ନିଜର ଛୋଟ ଛୋଟ ଅଭ୍ୟାସ ଯୋଗୁଁ ଦୁଃଖିତ ହୋଇଥାନ୍ତି । ତାଙ୍କର ଏହି ଅନାବଶ୍ୟକ କଥା ହିଁ ତାଙ୍କ ଦୁଃଖର କାରଣ ପାଲଟିଯାଏ । ଆଜି ଆମେ ଆପଣଙ୍କୁ ମହିଳାମାନଙ୍କର ଏମିତି କିଛି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ; ଯେଉଁଥିପାଇଁ ସେମାନେ ଜୀବନରେ ଦୁଃଖୀ ରୁହନ୍ତି । ତେବେ ଆସନ୍ତୁ ଜାଣିବା କଣ ସବୁ ସେହି ଅଭ୍ୟାସ ଗୁଡିକ ।

କଥାକୁ ବଢ଼େଇ ଚଢେଇ କହିବା :

www.newsdustak.com

କିଛି ମହିଳାଙ୍କ ଅଭ୍ୟାସ ଥାଏ ଯେ ସେମାନେ ପ୍ରତ୍ୟେକ ଜିନିଷକୁ ବଢେଇ ଚଢେଇ କୁହନ୍ତି ବା ଦେଖାଇ ହୁଅନ୍ତି । ତାଙ୍କୁ ଯେକୌଣସି ଜିନିଷରେ ମଧ୍ୟ ସମସ୍ୟା ହୁଏ; ତେବେ ସେ ଜିନିଷଟିକୁ ଅନ୍ୟର ଜିନିଷ ସହିତ ତୁଳନା କରନ୍ତି । ଯେମିତିକି ସେହି ଜିନିଷ ପାଇଁ ତାଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ପ୍ରତ୍ୟେକ ଛୋଟ କଥାକୁ ବଢ଼େଇ ଚଢ଼େଇ ଅନ୍ୟ ସମ୍ମୁଖରେ ରଡି ରଡି କହିବା ତାଙ୍କର ଅଭ୍ୟାସରେ ପରିଣତ ହୋଇ ଯାଇଥାଏ । ତାଙ୍କୁ ସର୍ବଦା ଝଗଡା କରିବା ପାଇଁ ସୁଯୋଗର ଆବଶ୍ୟକତା ରହିଥାଏ, ତେବେ ଶେଷରେ ନିଜେ ହିଁ ଦୁଃଖିତ ହୋଇଯାଆନ୍ତି ।

ଲୋଭୀ :

www.newsdustak.com

ଗୋଟିଏ କଥା ସମସ୍ତେ ଜାଣନ୍ତି ଯେ, କେହି ହେଲେ କେବେ ମଧ୍ୟ ଲୋଭନୀୟ ହେବା ଉଚିତ ନୁହେଁ । କାରଣ ଲୋଭ ଏକ ଖରାପ ଗୁଣ ଅଟେ । ଲୋଭୀ ବ୍ୟକ୍ତି କେବେ ହେଲେ ସନ୍ତୁଷ୍ଟ ହୁଅନ୍ତି ନାହିଁ । କିଛି ମହିଳାଙ୍କ ଏମିତି ଅଭ୍ୟାସ ଥାଏ ଯେ ସେମାନେ ଅନ୍ୟର ଘର, ଟଙ୍କା ଦେଖି ଅହଂକାରରେ ଜଳୁଥାନ୍ତି ଏବଂ ମନେ ମନେ ସେମାନଙ୍କ ପାଇଁ ହିଂସୁକ ହୁଅନ୍ତି । ଏମିତି ମହିଳାମାନେ ସର୍ବଦା ନିଜର ଲୋଭନୀୟ ଯୋଗୁଁ ହିଁ ଦୁଃଖୀ ରୁହନ୍ତି ।

ସବୁବେଳେ ରାଗୁଥିବା ବ୍ୟକ୍ତି :

www.newsdustak.com

କିଛି ମହିଳାଙ୍କ ଏମିତି ଅଭ୍ୟାସ ଥାଏ ଯେ ସେମାନେ ପ୍ରତ୍ୟେକ ଛୋଟ ବଡ କଥାରେ ରାଗିଯାଆନ୍ତି । ତାଙ୍କର ଏହି ଅଭ୍ୟାସ ଯୋଗୁଁ ଯେତେବେଳେ ମଧ୍ୟ ତାଙ୍କୁ କ୍ରୋଧ ଆସେ, ତେବେ ସେମାନେ ଅନ୍ୟକୁ କଟୁ ବଚ୍ଚନ କହି ଦିଅନ୍ତି । ଯେଉଁଥିପାଇଁ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡେ ଏବଂ ଆସ୍ତେ ଆସ୍ତେ ଏମିତି ଅଭ୍ୟାସ ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ତେଣୁ ସର୍ବଦା ନିଜ କ୍ରୋଧକୁ ଆୟତ୍ତରେ ରଖିବା ହିଁ ସର୍ବତ୍ତମ ପନ୍ଥା ଅଟେ ।

ଆବଶ୍ୟକତା ଠାରୁ ଅଧିକ ଆଶା କରିବା :

ଅନେକ ଥର ଏମିତି ହୁଏ କିଛି ମହିଳା ବିବାହ ପୂର୍ବରୁ ହିଁ ନିଜ ସ୍ୱାମୀ ଓ ଶାଶୁ ଶ୍ଵଶୁରଙ୍କ ଠାରେ କିଛି ଅଧିକ ଆଶା ରଖିଥାନ୍ତି ଏବଂ ଯେତେବେଳେ ତାଙ୍କୁ ସେହି ସବୁ ସୁବିଧା ନ ମିଳେ, ତେବେ ତାଙ୍କର ଆଶାରେ ପାଣି ଫାଟି ଯାଏ ଅର୍ଥାତ ସେମାନେ ନିରାଶ ହୋଇଯାନ୍ତି । ତେଣୁ ନିଜର ଆଶା ଆକାଂକ୍ଷା ପାଇଁ ସମ୍ମୁଖର ଲୋକଙ୍କ ପରିସ୍ଥିତି ବିଷୟରେ ଧ୍ୟାନ ଦେବା ଉଚିତ ।

ଇର୍ଷା କରୁଥିବା ବ୍ୟକ୍ତି :

ଏମିତି କେତେକ ମହିଳା ଥାଆନ୍ତି; ଯେଉଁମାନେ କି ନିଜ ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଠାରେ ହିଂସୁକ ହୁଅନ୍ତି । ସେମାନଙ୍କର ଉନ୍ନତି କିମ୍ବା ତାଙ୍କ ସହିତ କିଛି ଭଲ ଘଟିବ, ତେବେ ତାହା ଦେଖି ସେ ଇର୍ଷାପରାୟଣ ହୋଇଯାନ୍ତି । ଏହିପରି ମହିଳାମାନେ ଜୀବନରେ କେବେ ଖୁସି ରହିପାରନ୍ତି ନାହିଁ ।

ଆଶା କରୁଛୁ ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବ । ଯଦି ପସନ୍ଦ ଆସେ ତେବେ ନିଜ ମତାମତ Comment ଜରିଆରେ ଜାଣନ୍ତୁ ।

Be the first to comment

Leave a Reply

Your email address will not be published.


*