ଏସ୍-୪୦୦ କ୍ଷେପଣାସ୍ତ୍ର : ଭାରତକୁ ନିର୍ଦ୍ଧାରିତ ସମୟରେ ଯୋଗାଇବାର ପ୍ରତିଶ୍ରୁତି ଦେଲା ରୁଷ !

ଏସ୍-୪୦୦ କ୍ଷେପଣାସ୍ତ୍ର : ଭାରତକୁ ନିର୍ଦ୍ଧାରିତ ସମୟରେ ଯୋଗାଇବାର ପ୍ରତିଶ୍ରୁତି ଦେଲା ରୁଷ !

ବୈଦେଶିକ ମନ୍ତ୍ରୀଙ୍କ ବ୍ରିକ୍ସଙ୍କ ଦ୍ଵାରା ଆୟୋଜିତ ଡିଜିଟାଲ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଯୋଗଦେଇଥିଲେ । ଏହାପରେ ରୁଷର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତକୁ S-400 କ୍ଷେପଣାସ୍ତ୍ର ଯୋଗାଣ ନିର୍ଦ୍ଧାରିତ ସମୟରେ କରାଯିବ ଏଥିରେ କୌଣସି ଦ୍ଵିମତ ନାହିଁ । ଭାରତକୁ ଏସ-୪୦୦ କ୍ଷେପଣାସ୍ତ୍ରର ଯୋଗାଣ ସହ ଜଡିତ ଚୁକ୍ତିର ସରଞ୍ଜାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଅକ୍ଟୋବର-ଡିସେମ୍ବରରେ ମିଳିବ ପ୍ରଥମ ମାଲ:-

ବୈଦେଶିକ ମନ୍ତ୍ରୀ ଲାଭ୍ରୋଭଙ୍କ ମନ୍ତବ୍ୟର କିଛି ସପ୍ତାହ ପୂର୍ବରୁ ରୁଷର ଅସ୍ତ୍ର କମ୍ପାନୀ ରୋସୋବୋରୋନ ଏକ୍ସପର୍ଟର ମୁଖ୍ୟ କାର୍ଯ୍ୟ ଅଧିକାରୀ ଏଲେଜେଣ୍ଡର ମିଖେୟେଭ କହିଥିଲେ; ଭାରତକୁ ରୁଷ ଠାରୁ ଏସ୍-୪୦୦ କ୍ଷେପଣାସ୍ତ୍ରର ପ୍ରଥମ ମାଲ ଏହି ବର୍ଷ ଅକ୍ଟୋବର-ଡିସେମ୍ବର ସୁଦ୍ଧା ମିଳିଯିବ ।

ଚୁକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ :-

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କର ଡିଜିଟାଲ ବୈଠକରେ ଅନ୍ତର୍ଭୁକ୍ତ ହେବା ପରେ ରୁଷର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ ସାମ୍ବାଦିକ ସମ୍ମିଳନୀରେ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଭାରତକୁ ଏସ୍-୪୦୦ କ୍ଷେପଣାସ୍ତ୍ରର ଯୋଗାଣ ସହ ଜଡିତ ଚୁକ୍ତିର ସରଞ୍ଜାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ପରିସ୍ଥିତି ଯାହା ହେଉ ନା କାହିଁକି ରୁଷ ସର୍ବଦା ଭାରତ ସହିତ ରହିଛି ଓ ରହିଥିବା । ଭାରତର ହସଖୁସିରେ ରୁଷ ସର୍ବଦା ଭାଗୀଦାର ଥିଲା ଓ ରହିଛି ।

Leave a Reply

Your email address will not be published. Required fields are marked *