ଏବେ ମଣିଷମାନଙ୍କ ଠାରେ ମଧ୍ୟ “ବାର୍ଡ଼ ଫ୍ଲୁ H10N3″ର ସଂକ୍ରମଣ ! ଏହାର ପ୍ରଥମ ମାମଲା ମଧ୍ୟ ଚାଇନାରୁ ଆସିଛି…

ଏବେ ମଣିଷମାନଙ୍କ ଠାରେ ମଧ୍ୟ “ବାର୍ଡ଼ ଫ୍ଲୁ H10N3″ର ସଂକ୍ରମଣ ! ଏହାର ପ୍ରଥମ ମାମଲା ମଧ୍ୟ ଚାଇନାରୁ ଆସିଛି…

କରୋନା ମହାମାରୀର ସଙ୍କଟମୟ ସ୍ଥିତିରେ, ଚାଇନାର ପୂର୍ବ ପ୍ରଦେଶର ଜିଆଙ୍ଗସୁରେ “ବାର୍ଡ଼ ଫ୍ଲୁ H10N3” ଷ୍ଟ୍ରେନ ଦ୍ୱାରା ମଣିଷ ସଂକ୍ରମିତ ହେବାର ପ୍ରଥମ ମାମଲା ରିପୋର୍ଟ ସାମ୍ନାକୁ ଆସିଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର ଦିନ ଏହି ସୂଚନା ଦେଇଛି । ସରକାରୀ ସିଜିଏନଟି ଟିଭି ରିପୋର୍ଟ କରିଛି ଯେ, ଝେନଜିଆଙ୍ଗ ସହରର ୪୧ ବର୍ଷର ରୋଗୀଙ୍କ ଅବସ୍ଥାରେ ସୁଧାର ଆସିଛି ଏବଂ ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରେ ।

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏହି ସଂକ୍ରମଣକୁ ଅଧିକ ଗୁରୁତ୍ୱ ନ ଦେଇ କହିଛନ୍ତି ଯେ, ଏହା କୁକୁଡ଼ାଠାରୁ ମଣିଷକୁ ଭୂତାଣୁ ସଂକ୍ରମଣର ଏକ ସ୍ୱଭାବିକ ମାମଲା ଏବଂ ଏହା ଦ୍ଵାରା ମହାମାରୀ ବିସ୍ତାର ହେବାର ଆଶଙ୍କା ବହୁତ କମ । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଏକ ବିବୃତ୍ତିରେ କହିଛି ଯେ, ମେ ୨୮ରେ ପୀଡ଼ିତ ରୋଗୀ H10N3 ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇଥିବାର ଜଣାପଡିଥିଲା । ଉକ୍ତ ବ୍ୟକ୍ତି କିପରି ସଂକ୍ରମିତ ହୋଇଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଆୟୋଗ କହିଛି ଯେ, ଏହାପୂର୍ବରୁ ପୃଥିବୀର କୌଣସି ସ୍ଥାନରେ ମଣିଷମାନଙ୍କ ଠାରେ H10N3 ସଂକ୍ରମଣର ଅନ୍ୟ କୌଣସି ମାମଲା ସାମ୍ନାକୁ ଆସିନାହିଁ । H10N3 କୁକୁଡ଼ାମାନଙ୍କ ଠାରେ ବିସ୍ତାର ହେଉଥିବା ବାର୍ଡ଼ ଫ୍ଲୁର ଅପେକ୍ଷାକୃତ କମ ପ୍ରଭାବଶାଳୀ ଏବଂ ଏହା ସମଗ୍ର ମାନବ ଜାତିକୁ ବିଶେଷ କିଛି ପ୍ରଭାବ ପକାଇବା ନାହିଁ । ଚାଇନାରେ ବିଭିନ୍ନ ପ୍ରକାରର ବାର୍ଡ ଫ୍ଲୁ ରହିଛି, କିନ୍ତୁ ପ୍ରଥମଥର ମଣିଷକୁ ସଂକ୍ରମିତ କରିବାର ମାମଲା ସାମ୍ନାକୁ ଆସିଛି ।

ବାର୍ଡ ଫ୍ଲୁର ଏହି ଘଟଣା ଏପରି ଏକ ସମୟରେ ଆସିଛି, ଯେତେବେଳେ କରୋନା ଭୂତାଣୁକୁ ନେଇ ସମଗ୍ର ବିଶ୍ଵ ଚୀନକୁ ଦୋଷାରୋପ ଦେଉଛନ୍ତି । କରୋନାର ଉତ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନରେ ଏକ ଅନୁସନ୍ଧାନକାରୀ ଦଳ ସୂଚନା ଦେଇଛନ୍ତି ଯେ, କରୋନା ଭୂତାଣୁ, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି ତାହା ସ୍ୱାଭାବିକ ଭାବରେ ଜନ୍ମ ହୋଇ ନାହିଁ ବରଂ ଏହା ଚାଇନାର ୱୁହାନ ଲ୍ୟାବରେ ବୈଜ୍ଞାନିକମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଛି । ଚାଇନାର ବୈଜ୍ଞାନିକମାନେ ଜୀବାଣୁର ଇଞ୍ଜିନିୟରିଂ ସଂସ୍କରଣକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ଯାହା ଦ୍ଵାରା ଏପରି ଲାଗିବ ଯେମିତି କରୋନା ସ୍ୱଭାବିକ ଭାବରେ ବାଦୁଡ଼ିରୁ ଉତ୍ପନ୍ନ ହୋଇଛି ।

ବ୍ରିଟିଶ ଖବରକାଗଜ ଡେଲି ମେଲର ରିପୋର୍ଟ ଅନୁଯାୟୀ, ଗବେଷକମାନେ ସେମାନଙ୍କର ୨୨ ପୃଷ୍ଠାର ଅନୁସନ୍ଧାନରେ ୨୦୦୨ ରୁ ୨୦୧୯ ମଧ୍ୟରେ ୱୁହାନ ଲ୍ୟାବରେ କରାଯାଇଥିବା ପରୀକ୍ଷଣର ଫୋରେନ୍ସିକ ବିଶ୍ଳେଷଣ ଆଧାରରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ସେମାନେ ଜାଣିବାକୁ ପାଇଲେ ଯେ, ଏସ୍ଏଆରଏସ୍ କରୋନା ଭୂତାଣୁ- ୨ର କୌଣସି ପ୍ରାକୃତିକ ପୂର୍ବଜ ନାହିଁ । ତେଣୁ ଥିରୁ ସ୍ଵଷ୍ଟ ଭାବରେ ଜଣାପଡୁଛି ଯେ, ୱୁହାନର ଲ୍ୟାବରେ ହିଁ ଏହି ଭୂତାଣୁକୁ ସୃଷ୍ଟି କରାଯାଇଛି ।

Leave a Reply

Your email address will not be published. Required fields are marked *