ଆସନ୍ତାକାଲି ଠାରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଧନଲାଭର ସୁଯୋଗ ଥିବାବେଳେ ଆଉ ୪ଟି ରାଶିର ବ୍ୟକ୍ତିଙ୍କ

ଆସନ୍ତାକାଲି ଠାରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଧନଲାଭର ସୁଯୋଗ ଥିବାବେଳେ ଆଉ ୪ଟି ରାଶିର ବ୍ୟକ୍ତିଙ୍କ

ଆସନ୍ତାକାଲି ଠାରୁ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଧନଲାଭର ସୁଯୋଗ ଥିବାବେଳେ ଆଉ ୪ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଦୁଃଖ, କଷ୍ଟର ସହ ସଂଘର୍ଷ କରିବାକୁ ପଡିପାରେ ।

ଆମ୍ଭେମାନେ ଜାଣିଛୁ ଯେ, ଜ୍ୟୋତିଷ ଶାସ୍ତ୍ରକୁ ଭିତ୍ତି କରି ଆଗାମୀ ଦିନର ସମ୍ଭାବ୍ୟ ଘଟଣାବଳୀର ପୂର୍ବାନୁମାନ କରାଯାଉଛି ଏବଂ ଜ୍ୟୋତିଷ ଶାସ୍ତ୍ର ଦ୍ଵାରା ଆମେ ବ୍ୟକ୍ତିର ସ୍ଵଭାବ, ବ୍ୟବହାର ଜାଣିବା ସହ ଆଗାମୀ ଦିନରେ ଘଟିବାକୁ ଥିବା ଘଟଣାବଳୀ ସମ୍ବନ୍ଧରେ ସାମୟିକ ସୂଚନା ମଧ୍ୟ ପାଇଥାଉ । ରଜ ସଙ୍କ୍ରାନ୍ତି, ସୂର୍ଯ୍ୟ ନିଜ ସ୍ଥିତିରେ ପରିବର୍ତ୍ତନ କରିଛନ୍ତି । ଅର୍ଥାତ ସୂର୍ଯ୍ୟ ନିଜ ପୂର୍ବ ସ୍ଥିତିକୁ ପରିତ୍ୟାଗ କରି ମିଥୁନ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ସ୍ଥିତି ପରିବର୍ତ୍ତନ ଯୋଗୁଁ ରାଶିଚକ୍ରରେ ଥିବା ରାଶି ଗୁଡିକ ଉପରେ ଏହାର ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା, କେଉଁ ରାଶିର ପାଇଁ କଣ ପ୍ରଭାବ ରହିବ ?

ଜୁନ ମାସଟି ଅନେକ ରାଶିମାନଙ୍କ ପାଇଁ ଏତେଟା ଭଲ ରହିନାହିଁ । କିନ୍ତୁ ଜୁନ ୧୫ ତାରିଖ ପରଠାରୁ ଯେଉଁ ରାଶିମାନଙ୍କ ଜୀବନରେ ବହୁତ କିଛି ସମସ୍ୟା ଲାଗିରହିଥିଲା ସେମାନଙ୍କ ଜୀବନରେ କିଛିଟା ପରିବର୍ତ୍ତନ ଆସିବ । ତେବେ ଆସନ୍ତୁ ଜାଣିବା ଜୁନ ୧୫ ତାରିଖ ଅର୍ଥାତ ରଜ ସଂକ୍ରାନ୍ତି ପରଠାରୁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ କେଉଁ କେଉଁ ରାଶିଙ୍କ ପାଇଁ କଣ ସବୁ ପରିବର୍ତ୍ତନ ଘଟିବ :

ଏହି ଛଅଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ ବେସ୍ ଉନ୍ନତି କରିବେ:-

ମେଷ ରାଶି :

ମେଷ ରାଶି ବ୍ୟକ୍ତିମାନେ ଚାକିରୀ କ୍ଷେତ୍ରରେ ବିଶେଷ ଉନ୍ନତି କରିବେ । ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କାରବାରରେ ସୁଧାର ଆସିବ ସହ ଧନ ସମ୍ପତ୍ତି ବୃଦ୍ଧି ହେବାର ଯୋଗ ରହିଛି । ବନ୍ଧୁମାନଙ୍କ ସହଯୋଗ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଅସୁସ୍ଥତା ଦୂର ହେବ । କିନ୍ତୁ ପାରିବାରିକ କ୍ଷେତ୍ରରେ କେତେକ ସମସ୍ୟାକୁ ନେଇ ଚିନ୍ତା ଲାଗିରହିବ ।

ବୃଷ ରାଶି :

ବ୍ୟବସାୟରେ ଆଶାତୀତ ଉନ୍ନତି କରିବେ । ଚାକିରୀ କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ । ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ଶତ୍ରୁତା କାରଣରୁ ଅବରୋଧ ହୋଇରହିଥିବା କାର୍ଯ୍ୟକୁ ପୁନଶ୍ଚ ଆରମ୍ଭ କରିବେ ଓ ସଫଳତା ହାସଲ କରିବେ । ଆର୍ଥିକ କ୍ଷେତ୍ରରେ ସ୍ଥିତି ମଜବୁତ ରହିବ । ପାରିବାରିକ ଜୀବନ ସୁଖମୟ ରହିବ । ଛାତ୍ରଛାତ୍ରୀମାନେ ଶିକ୍ଷାରେ ଅଗ୍ରଗତି କରିବେ କିନ୍ତୁ ଶାରୀରିକ ପୀଡାର ଯୋଗ ରହୁଅଛି, ତେବେ ଆପଣ ସତର୍କ ରୁହନ୍ତୁ ।

କର୍କଟ ରାଶି :

ପରିବାର ସଦସ୍ୟଙ୍କ ସହଯୋଗ ଲାଭ କରି କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ସଫଳତା ଲାଭ କରିବେ କିନ୍ତୁ କେତେକ କାର୍ଯ୍ୟ ହାସଲ ନିମନ୍ତେ ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ କେତେକ ଛୋଟିଆ ଛୋଟିଆ ସମସ୍ୟାକୁ ଭିତ୍ତି କରି ଅଶାନ୍ତି ଲାଗିରହିପାରେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କୃ ମହିଳାମାନେ ଚିନ୍ତାରେ ସମୟ ଅତିବାହିତ କରିବେ ।

ସିଂହ ରାଶି :

ଦୈନିକ ରୋଜଗାର ବୃଦ୍ଧିପାଇବ । ପୂର୍ବରୁ କରିଥିବା କାର୍ଯ୍ୟକଳାପ ଯୋଗୁଁ ସମାଜରେ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ଲାଭ କରିବେ । କର୍ମକ୍ଷେତ୍ରରେ କାର୍ଯ୍ୟ ହାସଲ ପାଇଁ ଅର୍ଥବ୍ୟୟ ହୋଇପାରେ । ଅଧିକ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ । ସନ୍ତାନଙ୍କ ପାଠପଢା ଓ ଭବିଷୟକୁ ନେଇ ଚିନ୍ତିତ ରହିବେ ।

ତୁଳା ରାଶି :

କର୍ମକ୍ଷେତ୍ରରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ନାହିଁ । ବ୍ୟବସାୟ, ବାଣିଜ୍ୟରେ କାରବାର ମଜବୁତ ରହିବ ଓ ଆର୍ଥିକ ସ୍ତରରେ ବେସ୍ ମଜବୁତ ରହିବେ । କିନ୍ତୁ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ଅଧିନସ୍ଥ କର୍ମଚାରୀଙ୍କୁ ମନ ଭୁଲାଣିଆ କଥା କହି କାର୍ଯ୍ୟ ହାସଲ କରିବାକୁ ପଡିବ । ସ୍ଥଗିତ ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ସହକର୍ମୀ ଓ ପରିବାର ସଦସ୍ୟମାନେ ସହଯୋଗ କରିବେ । ଶାରୀରିକ ଅସୁସ୍ଥତା ଦୂର ହେବ ।

ବିଛା ରାଶି :

ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ହାତକୁ ନେଇଥିବା କାର୍ଯ୍ୟଟି ଅନ୍ୟମାନଙ୍କ ସହଯୋଗ ଲାଭ କରି ସଂପୂର୍ଣ୍ଣ କରିନେବେ । ଦୈନିକ ରୋଜଗାର ବୃଦ୍ଧି ପାଇବ । ପାରିବାରିକ କ୍ଷ୍ଯେତ୍ରେରେ କେତେକ ସମସ୍ୟା ଦେଖାଦେଲେ ମଧ୍ୟ ସ୍ତ୍ରୀଙ୍କ ସହଯୋଗ ଲାଭ କରି ସମାଧାନ କରିବାରେ ସମର୍ଥ ହେବେ ।

ମକର ରାଶି :

ଆର୍ଥିକ ଦୃଷ୍ଟିକୋଣରୁ ସ୍ଵଚ୍ଛଳତା ରହିବେ । ବ୍ୟବସାୟ, ବାଣିଜ୍ୟ କିମ୍ବା ବୃତ୍ତିଗତ କର୍ମରେ ଆଶାନୁରୂପକ ସଫଳତା ପାଇବେ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ଋଣ ପରିଶୋଧ କରିବାକୁ ଚିନ୍ତା କରିବେ । ବନ୍ଧୁ ଓ ସହକର୍ମୀମାନେ ଛାଇ ଭଳି ପାଖେପାଖେ ରହିବେ । ଅଯଥା ବାଦବିବାଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବା କରନ୍ତୁ ଏବଂ ଅନ୍ୟର ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୁରାନ୍ତୁ ନାହିଁ ।

ମୀନ ରାଶି :

ନାନାଦି ସ୍ରୋତରୁ ଅର୍ଥ ରୋଜଗାର କରିବାର ଅବସର ମିଳିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ଉନ୍ନତିର ଶିଖରରେ ପହଞ୍ଚି ପାରିବେ । ମାନସିକ ଚିନ୍ତା ବୃଦ୍ଧି ପାଇବ । ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇବେ । ପାରିବାରିକ ସ୍ତରରେ ଶାନ୍ତି ଅନୁଭବ କରିବେ । ସନ୍ତାନଙ୍କ ଭବିଷ୍ୟତ ଓ ପାଠପଢାକୁ ନେଇ ସାମୟିକ ଚିନ୍ତିତ ରହିବେ ।

ଏହି ଚାରୋଟି ରାଶିର ବ୍ୟକ୍ତି ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ :

ମିଥୁନ ରାଶି :

ବ୍ୟବସାୟିକ ସ୍ଥିତି ସାମାନ୍ୟ ଭଲ ରହିବ । ଲାଗିରହିଥିବା ଆର୍ଥିକ ସଙ୍କଟ କ୍ରମଶଃ ଦୂରେଇ ଯିବ । ବୁଦ୍ଧି କୌଶଳତା ଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ମାର୍ଗ ଖୋଜି ବାହାର କରିନେବେ । ବାଧାବିଘ୍ନ ଦୂର ହେବ ସହ ଶାରୀରିକ ଅସୁସ୍ଥତା କ୍ରମଶଃ ଦୂର ହେବ ।

କନ୍ୟା ରାଶି :

ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଶତ୍ରୁତାକୁ ଭୁଲି ମିତ୍ରତାର ହାତ ବଢାଇବେ । ବ୍ୟବସାୟ, ବାଣିଜ୍ୟରେ ପ୍ରତିବାନ୍ଧକ ଦୂରେ ହେବ ସହ କାରବାରରେ ଉନ୍ନତି ହେବ କିନ୍ତୁ ଆର୍ଥିକ ଅନଟନ ମଧ୍ୟ ଦେଇ ଗତିକରିବାକୁ ପଡିବା । ପରିବାରରେ ହସଖୁସିର ବାତାବରଣ ଦେଖାଇବକୁ ମିଳିବ । ପରାବର ସଦସ୍ୟଙ୍କ ମଧ୍ୟରେ ସ୍ନେହା ଶ୍ରଦ୍ଧା ଅତୁଟ ରହିବ । ବନ୍ଧୁ ଓ ସହକର୍ମୀ ସହଯୋଗ ପାଇବେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଯୋଗୁଁ ଉଭୟ ସ୍ଵାମୀ ଓ ସ୍ତ୍ରୀ ସମେତ ପରିବର ବର୍ଗ ମଧ୍ୟ ଖୁସି ଅନୁଭବ କରିବେ ।

ଧନୁ ରାଶି :

କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ । ବ୍ୟବସାୟ, ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ସ୍ୱାସ୍ଥ୍ୟ ସମସ୍ୟା ମାନସିକ ଦୁଶ୍ଚିନ୍ତାର କାରଣ ହେବ । ନିକଟ ସମ୍ପର୍କୀୟମାନେ କାଳେ ସାହାଯ୍ୟ ସହଯୋଗ କରିବାକୁ ପଡିବ ଏପ୍ରକାର ଆଶା ନେଇ ପାଖତଡା ମଢିବେ ନାହିଁ । ମାନସିକ ଅବସାଦର ଶୀକର ହୋଇପାରନ୍ତି । କଠିନ ପରିଶ୍ରମ ଓ ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ ।

କୁମ୍ଭ ରାଶି :

କର୍ମକ୍ଷେତ୍ରରେ ଅଯଥାରେ କଳହ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟ ଏପରି କି ବୃତ୍ତିଗତ କର୍ମକ୍ଷେତ୍ରରେ ମଧ୍ୟ ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବା ଯୋଗୁଁ ଆର୍ଥିକ କ୍ଷେତ୍ରରେ ସ୍ଥିତି ମାନ୍ଦା ରହିବ । ପରୋକ୍ଷ ଶତ୍ରୁତା କାରଣରୁ ହାତକୁ ନେଇଥିବା କାର୍ଯ୍ୟଟିକୁ ସଂପୂର୍ଣ୍ଣ କରିବା କଷ୍ଟସାଧ୍ୟ ହୋଇପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅଯଥାରେ ନାନାଦି କଥା କହି ଚରିତ୍ରରେ ଦାଗ ଲାଗାଇବାକୁ ଚେଷ୍ଟା କରିବେ ।

Leave a Reply

Your email address will not be published. Required fields are marked *