ଆର୍ମି ଅଫିସରଙ୍କ ଏହି ସୁନ୍ଦରୀ ଝିଅ ପ୍ରଥମ ହିଟ୍ ଫିଲ୍ମ ପରେ ୩୦ଟି ଫିଲ୍ମ ରିଜେକ୍ଟ କରିଦେଇଥିଲେ । ସୁନ୍ଦରତାରେ ସମସ୍ତଙ୍କ ମନ ମୁଗ୍ଧ କରନ୍ତି ।

ଆଜି ଆମେ ଆପଣଙ୍କୁ ଏହିପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯିଏ କେବଳ ହାତ ଗଣତି କିଛି ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧତା ଲାଭ କରିବାରେ ସଫଳ ହୋଇଥିଲେ । ଏହି ଅଭିନେତ୍ରୀ ଜଣଙ୍କ ଏୟାରଲିଫ୍ଟ ଏବଂ ଲଞ୍ଚ ବକ୍ସ ଫିଲ୍ମରେ ନିଜର ଅଭିନେୟର ଦକ୍ଷତା ଦେଖାଇଥିଲେ । ଏହି ଅଭିନେତ୍ରୀଙ୍କ ନାମ ହେଉଛି ନିମରତ କୌର । ନିମରତ କୌର ଅଧିକ ଫିଲ୍ମରେ ଅଭିନୟ କରିନାହାନ୍ତି ସତ କିନ୍ତୁ ଲଞ୍ଚ ବକ୍ସ ଏବଂ ଅକ୍ଷୟଙ୍କ ସହ ଏୟାରଲିଫ୍ଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ନିମରତ କୌରଙ୍କ ବୟସ ୩୭ ହୋଇସାରିଛି, ସେ ରାଜସ୍ଥାନର ପିଲାନି ସହରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ନିମରତ କୌରଙ୍କ ପିତା ଜଣେ ଆର୍ମି ଅଫିସର ଅଟନ୍ତି ।

ଆର୍ମି ଅଫିସରଙ୍କ ଝିଅ ଅଟନ୍ତି ନିମରତ କୌର :

ପୂର୍ବରୁ ଆପଣଙ୍କୁ ଆମେ କହିଥିଲୁ ନିମରତ କୌରଙ୍କ ଜନ୍ମ ରାଜସ୍ଥାନରେ ହୋଇଥିଲା ଏବଂ ତାଙ୍କର ପିତା ଜଣେ ଆର୍ମି ଅଫିସର ଥିଲେ । କାଶ୍ମୀରରେ ୧୯୯୪ରେ ନିମରତଙ୍କ ପିତା କର୍ଯ୍ୟରତ ଥିବା ସମୟରେ ଆତଙ୍କବାଦୀମାନେ ନିମରତ କୌରଙ୍କ ପିତାଙ୍କୁ ଅପହରଣ କରି ହତ୍ୟା କରିଦେଇଥିଲେ । ସେହି ଘଟଣା ପରେ ନିମରତଙ୍କ ପରିବାର ଦିଲ୍ଲୀ ଉପନଗର, ନୋଏଡା ଚାଲି ଆସିଥିଲେ ଏବଂ ନୋଏଡାରେ ନିମରତ ଶ୍ରୀରାମ କଲେଜ ଅଫ୍ କମର୍ସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନିଜ ପାଠ ପଢ଼ା ଶେଷ କରିଥିଲେ । ପାଠ ପଢ଼ା ସହ ସେ ସ୍ଥାନୀୟ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ ।

କଲେଜରେ ନିମରତ କୌର ଷ୍ଟେଜ ଶୋ’ରେ ଭାଗ ନେଉଥିଲେ । କହିବା ପାଇଁ ଚାହୁଁଛୁ ନିମରତଙ୍କ ଏକ ଛୋଟ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ ରୁବେନ ଅଟେ ଏବଂ ରୁବେନ ଜଣେ ମନ ବୈଜ୍ଞାନିକ ଅଟନ୍ତି । ନିଜର ପାଠ ପଢ଼ା ଶେଷ କରିବା ପରେ ନିମରତ କୌର ମୁମ୍ବାଇ ଚାଲି ଆସିଥିଲେ । ନିମରତ “ଆନେ ନାଇଟ୍ ବିଥ୍ ଥେ କିଙ୍ଗ” ନାମକ ଏକ ଇଂରାଜୀ ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ଲଞ୍ଚବକ୍ସ ହିଟ୍ ହେବା ପରେ ୩୦ଟି ଫିଲ୍ମ ରିଜେକ୍ଟ କରିଦେଇଥିଲେ :

5

୨୦୧୩ରେ ଆସିଥିବା ରିତେଶ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଲଞ୍ଚବକ୍ସରୁ ନିମରତ କୌର ପ୍ରସିଦ୍ଧତା ଲାଭ ହୋଇଥିଲା ଏବଂ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହି ବର୍ଷ କର୍ଣ ଫେଷ୍ଟିଭଲରେ ଲଞ୍ଚବକ୍ସ ସାମିଲ ହୋଇଥିଲା । ଏହି ଫିଲ୍ମରେ ନିମରତ କୌରଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଲଞ୍ଚବକ୍ସରେ ଭଲ ଅଭିନୟ କରିଥିବା ଯୋଗୁଁ ଦର୍ଶକଙ୍କ ମନରେ ନିମରତ ଛାପ ଛାଡିବାରେ ସଫଳ ହୋଇଥିଲେ ।

ଏହି ଫିଲ୍ମରେ ନିମରତଙ୍କ ସହ ଇରଫାନ ଖାନଙ୍କୁ ଦେଖିବା ପାଇଁ ମିଳିଥିଲା । ଲଞ୍ଚବକ୍ସରେ ବିନା ମେକଅପରେ ଇଲା ଚରିତ୍ରରେ ନିମରତ କୌର ଅଭିନୟ କରି ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିଲେ । ଲଞ୍ଚବକ୍ସ ହିଟ୍ ହେବା ପରେ ନିମରତ ୨୭ ରୁ ୩୦ଟି ଫିଲ୍ମ ରିଜେକ୍ଟ କରିସାରିଛନ୍ତି ।

ଏୟାରଲିଫ୍ଟରେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ ନିମରତ କୌର :

ଅନେକ ଗୁଡିଏ ଫିଲ୍ମ ରିଜେକ୍ଟ କରିବା ପରେ ନିମରତ ଅକ୍ଷୟ କୁମାରଙ୍କ ଏୟାରଲିଫ୍ଟ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ରଞ୍ଜିତ କାତ୍ୟାଲଙ୍କ କାହାଣୀ ଉପରେ ଆଧାରିତ ଥିଲା, ଯେଉଁଥିରେ କୁଏତର ଜଣେ ବ୍ୟବସାୟୀ ଥିଲେ । ରଞ୍ଜିତ ୧୯୯୦ରେ ଇରାକ କୁଏତ ଯୁଦ୍ଧ ସମୟରେ କୁଏତରେ ଫସିଯାଇଥିବା ଭାରତୀୟଙ୍କୁ ସେଠାରୁ ମୁକ୍ତ କରିଥିଲେ । ଏହି ଫିଲ୍ମରେ ରଞ୍ଜିତଙ୍କ ଚରିତ୍ରରେ ଅକ୍ଷୟ କୁମାର ଅଭିନୟ କରିଥିଲେ, ଅନ୍ୟପକ୍ଷରେ ନିମରତ କୌର ରଂଜିତଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମଟି ମଧ୍ୟ ହିଟ୍ ହୋଇଥିଲା ଏବଂ ନିମରତଙ୍କୁ ବହୁତ ପ୍ରସିଦ୍ଧତା ମିଳିଥିଲା ।

Be the first to comment

Leave a Reply

Your email address will not be published.


*