ଆପଣ ଯଦି ମଥାରେ ସିନ୍ଦୁର ଲଗାଇଥାନ୍ତି, ତେବେ ଜାଣି ନିଅନ୍ତୁ ଏହି ନିୟମ ନଚେତ ପସ୍ତେଇବେ ।

ସାଧାରଣତଃ ହିନ୍ଦୁ ଧର୍ମରେ ଦେଖାଯାଏ, ଅବିବାହିତ ଝିଅମାନେ ନିଜ କପାଳରେ ଟିକିଲି ଲଗାଇଥାନ୍ତି । ସେହି ଝିଅଟି ବିବାହ ହେବାପରେ ଟିକିଲି ବଦଳରେ କପାଳରେ ଓ ସିମନ୍ତରେ ସିନ୍ଦୁର ଲଗାଇଥାନ୍ତି । ମଥାରେ ସିନ୍ଦୁର ଲଗାଇବା ଦ୍ୱାରା ଅନ୍ୟ ଜଣର ଧର୍ମପତ୍ନୀ ବୋଲି ପ୍ରମାଣ ମିଳିଥାଏ । ତାକୁ ଆଉ କେହି ଟିକିଲି ପିନ୍ଧା ଅବିବାହିତ ଝିଅ ମନେ କରି ପାପ ଦୃଷ୍ଟିରେ ଦେଖନ୍ତି ନାହିଁ । ଯେଉଁ ଜାଗାରେ ସିନ୍ଦୁର ଲଗାଯାଏ, ତାହାକୁ ଭୃମଧ୍ୟ ଭାଗ ବା ଆଜ୍ଞାଚକ୍ର ବୋଲି ମଧ୍ୟ କୁହାଯାଏ । ବିଜ୍ଞାନ ଦୃଷ୍ଟିରେ ଦେଖିବାକୁ ଗଲେ ଏହା ପିଲିଅନ ଗ୍ରନ୍ଥିର ସ୍ଥାନ ।

Google

ସାଧାରଣତଃ କପାଳକୁ ସିମନ୍ତ କହନ୍ତି ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କ ଏହି ସ୍ଥାନ ଅପେକ୍ଷାକୃତ ବହୁତ କମଳ ଅଟେ । ସିନ୍ଦୁରରେ ପାରା ଭଳି ଧାତୁ ଅଧିକ ମିଶି ଥାଏ । ଯାହା ନାରୀମାନଙ୍କ ଶରୀରର ବୈଦିତ୍ୟ ଉର୍ଜ୍ଜାକୁ ନିୟନ୍ତ୍ରିତ କରିଥାଏ । ତଥା ମର୍ମ ସ୍ଥଳକୁ ବାହାରର ଦୃଷ୍ପାପ୍ୟରୁ ରକ୍ଷା କରିଥାଏ । ତେଣୁ ବୈଜ୍ଞାନିକଙ୍କ ଦୃଷ୍ଟିରୁ ନାରୀମାନେ ମଥାରେ ସିନ୍ଦୁର ଲଗାଇବା ନିତାନ୍ତ ଆବଶ୍ୟକ ।

ସିନ୍ଦୁର ଶକ୍ତିର ପ୍ରତୀକ ଅଟେ । ଏହା ନାରୀଙ୍କ ଶରୀରରେ ଓଜ, ତେଜ, ଶକ୍ତି ଏବଂ ସାହସକୁ ବୃଦ୍ଧି କରିଥାଏ । ବିଜ୍ଞାନ ମତରେ ଦୁଇ ଭୃଳତା ମଧ୍ୟରେ ଥିବା କପାଳକୁ ତୃତୀୟ ନୟନର ସ୍ଥାନ କୁହାଯାଏ । ବିବାହିତ ମହିଳାମାନେ ପ୍ରତ୍ୟେକ ଦିନ ମଥାରେ ସିନ୍ଦୁର ଲଗାଇ ସ୍ୱାମୀଙ୍କୁ ନମସ୍କାର କରି, ଶାଶୁ ଶଶୁରଙ୍କ ସେବା କରିବା, ନିଜ ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷାଦେଇ ମଣିଷ କରିବା ଆଦି ନାରୀ ଧର୍ମ ପାଳନ କରିବାରେ ସିନ୍ଦୁର ସାଧନା କରିଥାନ୍ତି । ଅନ୍ୟାନ୍ୟ ଓଷା, ବ୍ରତ, ତୀର୍ଥ କରିବା ଅପେକ୍ଷା ସେମାନଙ୍କ ଗତି ମୁକ୍ତି ପାଇଁ ଏହି ସହଜ ସରଳ ସିନ୍ଦୁର ସାଧନା ହିଁ ଯଥେଷ୍ଟ । ଏତିକି କରି ପାରିଲେ ନାରୀମାନେ ସହଜରେ ମୋକ୍ଷ ଲାଭ କରିପାରନ୍ତି ।

ତେବେ ବନ୍ଧୁଗଣ ଆଜିର ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ବିଷୟଟି ପସନ୍ଦ ଆସିଥିବ ତେବେ ଲାଇକ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*