ଅମ୍ବାନୀ ପରିବାରର ସବୁଠାରୁ ଛୋଟ ବୋହୂ ହୋଇପାରନ୍ତି ରାଧିକା ମର୍ଚେଣ୍ଟ ! ପାରିବାରିକ ଉତ୍ସବରେ ଦେଖାଗଲା ଏହି ସଂକେତ !

ଦେଶର ସବୁଠାରୁ ଧନୀ ପରିବାର ଅମ୍ବାନୀଙ୍କ ବିଷୟରେ ତୋ ସମସ୍ତେ ଜାଣିଥିବେ । ଏମାନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଏବଂ ସମୃଦ୍ଧି ସମସ୍ତେ ଜାଣନ୍ତି । ଅମ୍ବାନୀଙ୍କ ଚାଲିଚଳଣୀ ଏବଂ ଖାଇବା ପିଇବା ରହିବାର ଚର୍ଚ୍ଚା ସର୍ବଦା ମିଡ଼ିଆରେ ହୋଇଥାଏ । ଦୁନିଆକୁ ଆମ୍ବନୀଙ୍କ ସମ୍ପତ୍ତିର ପ୍ରଥମ ଝଲକ ସେତେବେଳେ ଦେଖାଗଲା, ଯେବେ ସେ ନିଜ ଝିଅ ଇଶା ଅମ୍ବାନୀଙ୍କ ବିବାହ ଆନନ୍ଦ ପିରାମଲଙ୍କ ସହିତ କରାଇଥିଲେ । ଏହି ସମୟରେ ଅମ୍ବାନୀ ପରିବାର ଯେପରି ଭାବରେ ଟଙ୍କାକୁ ପାଣି ପରି ଖର୍ଚ୍ଚ କଲେ ତାହା ଦେଖି ସମ୍ପୂର୍ଣ୍ଣ ବିଶ୍ୱ ଚକିତ ରହିଗଲା । ଏହା ପରେ ସେମାନେ ନିଜର ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ମଧ୍ୟ ଶ୍ଲୋକା ମେହତାଙ୍କ ସହିତ କରାଇଦେଲେ । ଏହି ସମୟରେ ମଧ୍ୟ ଏହାର ବହୁତ ଚର୍ଚ୍ଚା କରାଗଲା । ଅମ୍ବାନୀଙ୍କ ଘରେ ହେଉଥିବା କୌଣସି ମଧ୍ୟ ଉତ୍ସବ ବହୁତ ବଡ଼ ଆଡମ୍ବରରେ ହୋଇଥାଏ ।

ଅମ୍ବାନୀ ପରିବାରରେ ତିନୋଟି ସନ୍ତାନ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ଇଶା ଏବଂ ଆକାଶଙ୍କ ବିବାହ ହୋଇସାରିଛି । ଏମିତିରେ ତାଙ୍କର ସବୁଠାରୁ ଛୋଟ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ହେବାର ବାକି ରହିଛି । ଯଦି ଆପଣ ମାନେ ଅମ୍ବାନୀଙ୍କ ସମସ୍ତ ପାରିବାରିକ ଉତ୍ସବକୁ ଧ୍ୟାନ ଦେଇ ଦେଖିଛନ୍ତି; ତେବେ ଆପଣଙ୍କୁ ଏହି କଥାଟି ଜଣାଥିବ ଯେ, ରାଧିକା ମର୍ଚେଣ୍ଟ ନାମକ ଝିଅ ଅମ୍ବାନୀ ପରିବାର ବହୁତ ନିକଟବର୍ତ୍ତୀ ଅଟନ୍ତି । ସୂତ୍ରରୁ ଜଣାପଡ଼ିଛି ଯେ, ଅନନ୍ତ ବର୍ତ୍ତମାନ ରାଧିକାଙ୍କୁ ହିଁ ଡେଟ କରୁଛନ୍ତି । ଅନନ୍ତ ଓ ରାଧିକା ପରସ୍ପର ସହିତ କେତେଗୁଡିଏ ସ୍ଥାନରେ ଦେଖଯାଊଛନ୍ତି ।

କେବଳ ଅନନ୍ତ ନୁହେଁ ବରଂ ଅମ୍ବାନୀ ପରିବାରରେ ରାଧିକା ସମସ୍ତଙ୍କ ନିକଟତର ଅଟନ୍ତି । ଅନନ୍ତଙ୍କ ମାଁ ନିତା ଅମ୍ବାନୀ ମଧ୍ୟ ରାଧିକାଙ୍କୁ ବହୁତ ପସନ୍ଦ କରନ୍ତି । ଚଳିତ ବର୍ଷ ୨୦୧୯, ଅଗଷ୍ଟ ୧୨ ରିୟାଲାନ୍ସ ଇଣ୍ଡଷ୍ଟ୍ରିର ବର୍ଷୀୟ ଜେନେରାଲ ମିଟିଙ୍ଗ ଥିଲା ଯେଉଁଥିରେ ଅମ୍ବାନୀ ପରିବାରର ସମସ୍ତ ବିଶେଷ କୋକିଲାବେନ ଅମ୍ବାନୀ, ମୁକେଶ ଅମ୍ବାନୀ, ନିତା ଅମ୍ବାନୀ, ଆକାଶ ଅମ୍ବାନୀ, ଶ୍ଲୋକା ମେହତା, ଇଶା ଅମ୍ବାନୀ ପିରାମଲ ଏବଂ ଅନନ୍ତ ଅମ୍ବାନୀ ମହଜୁଦ ଥିଲେ । ହୃଦୟଙ୍ଗମର ବିଷୟଟି ଏହିକି ଯେ ଏହି ସମୟରେ ରାଧିକା ମର୍ଚେଣ୍ଟ ମଧ୍ୟ ଆସିଥିଲେ । ରାଧିକା ନିଜର ଭବିଷ୍ୟତ ଜେଠାଣି ଶ୍ଲୋକା ମେହତାଙ୍କ ପାଖରେ ବସି ଗପସପ କରୁଥିବାର ନଜର ଆସୁଥିଲେ ।

ଏପରି ନୁହେଁ ଯେ କେବଳ ଅମ୍ବାନୀ ପରିବାର ହିଁ ରାଧିକାଙ୍କୁ ପସନ୍ଦ କରନ୍ତି ବରଂ ମର୍ଚେଣ୍ଟ ପରିବାର ମଧ୍ୟ ଅନନ୍ତକୁ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ହିଁ ମର୍ଚେଣ୍ଟ ପରିବାରରେ ଗୋଟିଏ ପାରିବାରିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅନନ୍ତ ଅମ୍ବାନୀ ବିଶେଷ ଭାବରେ ଆମନ୍ତ୍ରିତ ଥିଲେ । ଏହି ଉତ୍ସବରେ ରାଧିକା ନାରଙ୍ଗୀ ରଙ୍ଗର ଲହଙ୍ଗା ପିନ୍ଧିଥିଲେ । ଏଥିରେ ସେ ବହୁତ ସୁନ୍ଦରୀ ଦେଖାଯାଉଥିଲେ । ସେଠାରେ ହିଁ ଅନନ୍ତ ମଧ୍ୟ ନିଜର ଗାର୍ଲଫ୍ରେଣ୍ଡଙ୍କୁ ମେଚ କରି ଟ୍ରେଡିସନ ଅବତାରରେ ଦେଖାଦେଲେ ।

www.newstrend.news

ନିତା ଅମ୍ବାନୀ ଏବଂ ରାଧିକା ମର୍ଚେଣ୍ଟଙ୍କ ମଧ୍ୟରେ ହିଁ ବହୁତ ଭଲ ସମ୍ପର୍କ ରହିଛି । ଯେବେ ପ୍ରିୟଙ୍କା ଡିସେମ୍ବର ୨୦୧୮ରେ ଉଦୟପୁରରେ ବିବାହ କରିଥିଲେ, ତେବେ ଅମ୍ବାନୀ ପରିବାର ମଧ୍ୟ ଏଥିରେ ଆମନ୍ତ୍ରିତ ଥିଲେ । ସେହି ସମୟରେ ଏୟାରପୋର୍ଟରେ ନିତା ଅମ୍ବାନୀ ନିଜର ଭାବି ବୋହୂ ରାଧିକାଙ୍କ ହାତକୁ ଧରିଥିବାର ନଜର ଆସିଥିଲେ । ତେବେ ନିତା ଫୋଟୋ ସେସନ ସମୟରେ ନିଜକୁ ପଛକୁ କରି ରାଧିକାକୁ ଆଗକୁ କରିଦେଇଥିଲେ । ସେଠାରେ ଇଶା ଏବଂ ଆକାଶ ଅମ୍ବାନୀଙ୍କ ବିବାହରେ ମଧ୍ୟ ରାଧିକାଙ୍କୁ ବହୁତ ମହତ୍ତ୍ୱ ଦିଆଯାଇଥିଲା । ଏହି ସମସ୍ତ ସଂକେତରୁ ଏହା ସ୍ପଷ୍ଟ ହୋଇଛି ଯେ, ରାଧିକା ବହୁତ ଶୀଘ୍ର ହିଁ ଅମ୍ବାନୀ ପରିବାରର ବୋହୂ ହୋଇପାରନ୍ତି । ଯଦିଓ ଏହି ଦୁଇଜଣଙ୍କ ବିବାହ କେବେ ଏବଂ କେଉଁଠି ହେବ ଏହି କଥାର କୌଣସି ସୂଚନା ବର୍ତ୍ତମାନ ନାହିଁ ।

Be the first to comment

Leave a Reply

Your email address will not be published.


*