‘ଅକ୍ସିଜେନ୍’ର କଳାବଜାରୀ ଏବଂ ନକଲି ଔଷଧର ବହୁଳତା, ଆପଣ ଦେଖିଲେ ଏଠାରେ ଅଭିଯୋଗ କରନ୍ତୁ !

‘ଅକ୍ସିଜେନ୍’ର କଳାବଜାରୀ ଏବଂ ନକଲି ଔଷଧର ବହୁଳତା, ଆପଣ ଦେଖିଲେ ଏଠାରେ ଅଭିଯୋଗ କରନ୍ତୁ !

ଦିଲ୍ଲୀରେ କରୋନା ମାମଲାର ବଢୁଥିବା ସଂଖ୍ୟା ମଧ୍ୟରେ ଅକ୍ସିଜେନ୍ ଏବଂ ଆବଶ୍ୟକୀୟ ଔଷଧର କଳାବଜାରୀ ଘଟଣା ସାମ୍ନାକୁ ଆସୁଅଛି । ଅକ୍ସିଜେନର ଅଭାବ ମଧ୍ୟରେ କିଛି ଲୋକ ଏହାକୁ ନିଜ ମନଇଚ୍ଛା ଦରରେ ବିକ୍ରି କରୁଛନ୍ତି । ଏଥିସହିତ ରେମଡ଼େସିଭିର୍ ସମେତ ଅନ୍ୟ ଔଷଧ ନକଲି କରି ବିକ୍ରି କରାଯାଉଛି । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ଏହିଭଳି ଜିନିଷ ଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି । ଦିଲ୍ଲୀ ପୋଲିସ୍ ଲୋକମାନଙ୍କୁ ନିବେଦନ କରିଛି କି ଏହିଭଳି ଜିନିଷର ଶିକାର ନ ହୁଅନ୍ତୁ ।

୧୫୦୦ ଟଙ୍କାରେ ବିକ୍ରି କରାଯାଉଛି ୭୦୦ ଟଙ୍କାର ଅକ୍ସିଜେନ୍ କ୍ୟାନ୍:-

କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଏବଂ ଅତ୍ୟାବଶ୍ୟକ ଔଷଧର ଅଭାବ କାରଣରୁ ଏଗୁଡ଼ିକର କଳାବଜାର ମଧ୍ୟ ହେଉଅଛି । ୭୦୦ ଟଙ୍କାର ଅକ୍ସିଜେନ୍ର କ୍ୟାନ୍ କୁ ୧୫୦୦ ଟଙ୍କାରେ ବିକ୍ରି କରାଯାଉଛି । ଏ ବିଷୟରେ ସୂଚନା ପାଇବା ପରେ ଡିଏମ୍ ବେଷ୍ଟ ଏସଟିଏଫର୍ ତିନୋଟି ଟିମ୍ ପ୍ରସ୍ତୁତ କରିଛି । ଶନିବାର ଦିନ ଏହି ଟିମ୍ ଚଢ଼ାଉ କରି କିଛି ଲୋକଙ୍କୁ ଗିରଫ୍ କରିଛି । ଦୁଇଜଣ ଆରୋପୀଙ୍କୁ ଏମ୍ବୁଲେନ୍ସରୁ ଗିରଫ୍ କରାଯାଇଛି । ଏମ୍ବୁଲେନ୍ସକୁ ଯାଞ୍ଚ କରି ସେଥିରୁ ୨୦ ଲିଟରର ୬ଟି ଅକ୍ସିଜେନ୍ ସିଲିଣ୍ଡର୍ ଏବଂ ୫୩,୩୦୦ ଟଙ୍କା ଉଦ୍ଧାର କରାଯାଇଛି ।

ରେମଡ଼େସିଭିର୍ ସମେତ ଅନ୍ୟ ନକଲି ଔଷଧର କଳାବଜାରୀ:-

ଦିଲ୍ଲୀ ପୋଲିସ୍ ରେମଡ଼େସିଭିରର ନକଲି ଇଂଜେକସନ୍ ଯୋଗାଣ କରୁଥିବା ଦୁଇଜଣ ଲୋକଙ୍କୁ ଗିରଫ୍ କରିଛି । ଏଥିରୁ ୧୭ଟି ନକଲି ଇଂଜେକସନ୍ ଉଦ୍ଧାର କରାଯାଇଛି । ଆରୋପୀ ମାନେ ଏଗୁଡ଼ିକୁ କଳାବଜାରରେ ୩୫,୦୦୦ ଟଙ୍କାରେ ବିକ୍ରି କରୁଥିଲେ । ଡ଼ିସିପି (ଶାହାଦରା) ଆର.ସତ୍ୟସୁନ୍ଦରମ୍ କହିଛନ୍ତି କି ଜଣେ ଯୁବକଙ୍କ ଠାରୁ ୭ଟି ଏବଂ ଆଉ ଜଣଙ୍କ ଠାରୁ ୧୦ଟି ରେମଡେସିଭିର୍ ଉଦ୍ଧାର କରାଯାଇଛି । ଖୁବଶୀଘ୍ର ଟଙ୍କା ରୋଜଗାର କରିବାପାଇଁ ସେମାନେ ଏହି ଇଂଜେକସନକୁ ଦିଲ୍ଲୀରେ ୩୫,୦୦୦ ଟଙ୍କାରେ ବିକ୍ରୟ କରୁଥିଲେ । ଏହି ଲୋକମାନେ ଦିଲ୍ଲୀର ପଶ୍ଚିମ ବିହାର ଏବଂ ରୋହିଣୀ ଜିଲ୍ଲା ଅଞ୍ଚଳରେ ଅନେକ ନକଲି ଇଂଜେକସନ୍ ବିକ୍ରୟ କରିଛନ୍ତି । ଏହି ଆରୋପୀ ଦୁଇଜଣ ବେରୋଜଗାରୀ ଅଟନ୍ତି ବୋଲି ପୋଲିସ୍ କହିଛି । ପୋଲିସ୍ ଏମାନଙ୍କ ଗ୍ୟାଙ୍ଗର ଅନ୍ୟ ଲୋକମାନଙ୍କୁ ଖୋଜୁଅଛି ।

ଅଧିକ ଟଙ୍କା ନେଉଥିବା ଉପରେ ପୋଲିସ୍ ଗ୍ରହଣ କରିବ କାର୍ଯ୍ୟାନୁଷ୍ଠାନ, ୦୧୧- ୨୩୪୬୯୯୦୦ରେ କରନ୍ତୁ ଅଭିଯୋଗ:-

ଦିଲ୍ଲୀରେ ଔଷଧ, ଅକ୍ସିଜେନ୍, ଇଂଜେକସନ୍ ଏବଂ ଏମ୍ବୁଲେନ୍ସ ଠାରୁ ଆରମ୍ଭ କରି ରୋଗୀ ମାନଙ୍କର ମୃତ୍ୟୁ ହୋଇଯିବାରୁ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ପାଇଁ ଲୋକମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଥିଲା । ଏହି ମାମଲାରେ ପୋଲିସକୁ ଅତ୍ୟନ୍ତ ଅଭିଯୋଗ ମିଳୁଅଛି । ଏହାକୁ ଦେଖି ପୋଲିସ୍ ଲୋକମାନଙ୍କୁ ନିବେଦନ କରିଛି କି ଯଦି କେହି ତାଙ୍କ ଠାରୁ ଅଧିକ ଟଙ୍କା ନେଉଛନ୍ତି କିମ୍ବା ସାହାଯ୍ୟ ନାମରେ ଟଙ୍କା ଲୁଟିବାକୁ ଚେଷ୍ଟା କରୁଛନ୍ତି, ତେବେ ତୁରନ୍ତ ଦିଲ୍ଲୀ ପୋଲିସର କୋଭିଡ୍ ହେଲ୍ପଲାଇନ୍ ନମ୍ବର୍ ୦୧୧- ୨୩୪୬୯୯୦୦ରେ ଅଭିଯୋଗ ଦାଖଲ କରନ୍ତୁ । ଏଭଳି ସମସ୍ତ ଅଭିଯୋଗ ଉପରେ ପୋଲିସ୍ ଆରୋପୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥିପାଇଁ ନୂତନ ପୋଲିସ୍ ମୁଖ୍ୟାଳୟରେ ଅଲଗା ନିୟନ୍ତ୍ରଣ ରୁମ୍ ତିଆରି କରାଯାଇଛି ।

Leave a Reply

Your email address will not be published. Required fields are marked *