ଅକ୍ଷୟ କୁମାର ନିଜ ଫିସରେ ବୃଦ୍ଧି କରିଛନ୍ତି, ବର୍ତ୍ତମାନ ପ୍ରତ୍ୟେକ ଫିଲ୍ମ ପାଇଁ ନେବେ ୧୩୫କୋଟି ଟଙ୍କା !

ଅକ୍ଷୟ କୁମାର ନିଜ ଫିସରେ ବୃଦ୍ଧି କରିଛନ୍ତି, ବର୍ତ୍ତମାନ ପ୍ରତ୍ୟେକ ଫିଲ୍ମ ପାଇଁ ନେବେ ୧୩୫କୋଟି ଟଙ୍କା !

ବଲିଉଡର ଖୀଲାଡି ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ନିଅନ୍ତି । ୫୨ବର୍ଷ ବୟସରେ ଗୋଟିଏ ପରେ ଗୋଟିଏ ତାଙ୍କୁ ଅନେକ ଫିଲ୍ମ ଅଫର ହେଉଛି । ଏଭଳି ପରିସ୍ଥିତିରେ ଅକ୍ଷୟ ନିଜର ଫିସ ବୃଦ୍ଧି କରିଛନ୍ତି । ଖବର ଅଛିକି ୨୦୨୨ରେ ରିଲିଜ ହେବାକୁ ଥିବା ପ୍ରତ୍ୟେକ ଫିଲ୍ମ ପାଇଁ ସେ ୧୩୫ କୋଟି ଟଙ୍କା ନେବେ ।

ଅକ୍ଷୟଙ୍କ ବିଶେଷତ୍ୱ ​​ଏହା ହେଉଛି କି ସେ କମ ସମୟରେ ଖୁବଶୀଘ୍ର ଫିଲ୍ମର ସୁଟିଂ ଶେଷ କରିଦିଅନ୍ତି, ତାଙ୍କ ଫିଲ୍ମ ହିଟ୍ ମଧ୍ୟ ହୋଇଥାଏ । ଅକ୍ଷୟଙ୍କ ଅଧିକ ଲୋକପ୍ରିୟତା ହେତୁ ନିର୍ମାତାମାନେ ମଧ୍ୟ ତାଙ୍କୁ ଫିଲ୍ମରେ ନେବା ପାଇଁ ଅନୁରୋଧ କରିଥାନ୍ତି । ଏଭଳି ପରିସ୍ଥିତିରେ ଖୀଲାଡି ନିଷ୍ପତ୍ତି ନେଇଛନ୍ତି କି ସେ ଏବେ ଅଧିକ ଫିସ ଆଦାୟ କରିବେ ।

ଖୀଲାଡି କୁମାରଙ୍କୁ ଯାହାବି ଫିଲ୍ମ ଅଫର କରାଯାଏ, ସେ ନିଜେ ତାଙ୍କ ଚାହିଦାକୁ ଦେଖି ଫିସ ବୃଦ୍ଧି କରନ୍ତି । ନିକଟରେ ତାଙ୍କ ଫିଲ୍ମ ଲଷ୍ମୀ OTT ପ୍ଲାଟଫର୍ମରେ ରିଲିଜ ହୋଇଛି ଏବଂ କରୋନା ଯୋଗୁଁ ଫିଲ୍ମର ରିଲିଜ ତାରିଖରେ ହୋଇଥିବା ପରିବର୍ତ୍ତନରେ ତାଙ୍କର ଅନେକ ଫିଲ୍ମ ରହିଯାଇଛି । ବର୍ତ୍ତମାନ ତାଙ୍କର ଅନେକ ଫିଲ୍ମ ପ୍ରସ୍ତୁତ ଅଛି ଏବଂ ଅନେକ ଫିଲ୍ମ ଲାଇନରେ ଅଛି, ଯାହା ପାଇଁ ସେ ୧୧୭କୋଟି ଟଙ୍କା ଫିସ୍ ଆଦାୟ କରୁଛନ୍ତି । ଅକ୍ଷୟଙ୍କ ଫିଲ୍ମ ସୂର୍ଯ୍ୟଭନ୍ସି ତିଆରି ହୋଇ ପ୍ରସ୍ତୁତ ଅଛି । କରୋନା ଭାଇରସ ଯୋଗୁଁ ଫିଲ୍ମକୁ ବର୍ତ୍ତମାନ ପ୍ରେକ୍ଷାଳୟରେ ରିଲିଜ ହେଉନାହିଁ । ଅକ୍ଷୟଙ୍କ ଅନ୍ୟ ଫିଲ୍ମ ଯେମିତିକି ପୃଥୀରାଜ, ଅତରଙ୍ଗୀ ରେ, ବେଲ୍ ବଟମ୍ ଏବଂ ରାମ ସେତୁ ୨୦୨୧ରେ ରିଲିଜ୍ ହୋଇପାରେ ।

Leave a Reply

Your email address will not be published. Required fields are marked *